୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିରାକାରପୁର :-> ଖୋର୍ଦ୍ଧା ଜିଲ୍ଲା ର ନିରାକାରପୁର ସ୍ଥିତ ଅଗ୍ରଣୀ କ୍ରୀଡାନୁଷ୍ଠାନ ସଖାସଂଘ କ୍ରୀଡା ସଂସଦ ପକ୍ଷରୁ ଆସନ୍ତା ୯ ତାରିଖରୁ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିପାଇଁ ପ୍ରାଥମିକ ସ୍ତରରେ ସଭାପତି ବିପିନ ଜୟସିଂହ ଙ୍କ ଅଧ୍ଯକ୍ଷତାରେ ପ୍ରସ୍ତୁତି କାର୍ଯ୍ୟ ସରିଛି।ରାଜ୍ୟ ବାହାର ଓ ରାଜ୍ୟର ନାମୀ ଫୁଟବଲ କ୍ଳବ ଏହି ଫୁଟବଲ ମହାକୂମ୍ଭରେ ଅଂଶଗ୍ରହଣ କରିବେ ବୋଲି ସହମତି ପ୍ରଦାନ କରିଛନ୍ତି । ଏହି ପ୍ରତିଯୋଗିତା ଆସନ୍ତା ୯ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ।

୯ ତାରିଖ ଉଦଘାଟନୀ ମ୍ୟାଚରେ କିଶୋର କ୍ଳବ ଭୁବନେଶ୍ୱର ସହ ପପୁଲାର୍ କ୍ଳବ ଢେଙ୍କାନାଳ ୧୦ ତାରିଖରେ ଏମବିସି କ୍ଳବ ଖଡଗପୁର ସହ ମା ତାରିଣୀ କ୍ଳବ ତରତରା କେନ୍ଦୁଝର,୧୧ ତାରିଖରେ ପ୍ରଥମ ସେମି ଫାଇନାଲ,୧୨ ତାରିଖରେ ୟଙ୍ଗ ଉତ୍କଳ କ୍ଳବ କଟକ ସହ ଏସପିଏମ କ୍ଳବ ବିଶାଖାପାଟଣା,୧୩ ତାରିଖରେ କମଲ କ୍ଳବ ଛତିଶଗଡ ସହ ଇଲାମ ବଜାର ଏକାଡେମୀ କଲିକତା,୧୪ ତାରିଖରେ ଦ୍ବିତୀୟ ସେମିଫାଇନାଲ,
୧୫ ତାରିଖରେ ପ୍ରଥମ ପ୍ରଦର୍ଶନୀ ମ୍ୟାଚ ନିରାକାରପୁର ସଖାସଂଘ ସହ ନିରାକାରପୁର ଭେଟେରାନ ଓ ଦ୍ବିତୀୟ ପ୍ରଦର୍ଶନୀ ମ୍ୟାଚ ୟୁନିଟ ୬ ଭୂବନେଶ୍ୱର ମହିଳା ଏକାଦଶ ସହ ପପୁଲାର୍ ଢେଙ୍କାନାଳ ମହିଳା ଏକାଦଶ ଖେଳ ହେବ। ଆସନ୍ତା ୧୬ ତାରିଖରେ ଗ୍ରାଣ୍ଡ ଫାଇନାଲ ହେବାର ସଖାସଂଘ କ୍ରୀଡା ସଂସଦ ପକ୍ଷରୁ ସୂଚନା ମିଳିଛି।















