• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭିନ୍ନକ୍ଷମଙ୍କୁ ସ୍ୱାବଲମ୍ବୀ କରାଇବା ବଡ଼ ଆବଶ୍ୟକତା : ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

Proprietor Abhimanyu Maharana by Proprietor Abhimanyu Maharana
December 1, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଭିନ୍ନକ୍ଷମଙ୍କୁ ସ୍ୱାବଲମ୍ବୀ କରାଇବା ବଡ଼ ଆବଶ୍ୟକତା : ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା
Share on FacebookShare on TwitterWhatsapp

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ସମାରୋହ ଉଦ୍‌ଘାଟିତ ପ୍ରଦର୍ଶନୀ,

ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଭିନ୍ନକ୍ଷମମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ସଶକ୍ତ କରି ସାମାଜିକ ମୂଳସ୍ରୋତରେ ସାମିଲ କରିବା ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ପ୍ରତି ଥିବା ବୈଷମ୍ୟ ବିଚାରର ବିଲୋପ ସାଙ୍ଗକୁ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ବର୍ତ୍ତମାନର ବଡ଼ ଆବଶ୍ୟକତା ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଆୟୋଜିତ ୩ ଦିନିଆ ସମାବେଶର ଉଦ୍‌ଘାଟନ ପର୍ବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଭିନ୍ନକ୍ଷମମାନଙ୍କ ପ୍ରତିଭା ଓ ଅନ୍ତର୍ନିହିତ ଗୁଣରାଜିର ପର୍ଯ୍ୟାପ୍ତ ଉପଯୋଗ କରି ସେମାନଙ୍କୁ ସମାଜ ଓ ଅଭିବୃଦ୍ଧିର ସମର୍ଥ ଅଂଶୀଦାର କରିବାକୁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ।

ମନ୍ତ୍ରୀ ଶ୍ରୀ ପଣ୍ଡା ଭୁବନେଶ୍ୱରରେ ଭିନ୍ନକ୍ଷମମାନଙ୍କ ଖେଳକୁଦ ବିକାଶ ନିମନ୍ତେ ଏକ ସାଟେଲାଇଟ୍‌ ସେଣ୍ଟର ଖୋଲିବାକୁ ପ୍ରସ୍ତାବ ରହିଛି ବୋଲି ପ୍ରକାଶ କରିଥିଲେ । ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କନ୍ଧମାଳ ସାଂସଦ ଶ୍ରୀ ଅଚୁ୍ୟତ ସାମନ୍ତ କହିଲେ ଯେ ପରିବର୍ତ୍ତିତ ପରିସ୍ଥିତିରେ ଭିନ୍ନକ୍ଷମମାନଙ୍କ କଲ୍ୟାଣ ନିମନ୍ତେ ସରକାର ଅନେକାନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।

ଭିନ୍ନକ୍ଷମମାନଙ୍କୁ ସଶକ୍ତ କରିବାରେ ପିତାମାତା, ଶିକ୍ଷକ, ନାଗରିକ ସମାଜ, ବିଭିନ୍ନ ସଂଗଠନ ଓ ସରକାରଙ୍କ ଉଦ୍ୟମ ରହିଛି । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ଭିନ୍ନକ୍ଷମମାନଙ୍କ ସଫଳତା ବୃଦ୍ଧି ପାଇବାରେ ଲାଗିଛି ବୋଲି ଦର୍ଶାଇ ଶ୍ରୀ ସାମନ୍ତ ଭିନ୍ନକ୍ଷମମାନଙ୍କ ମଧ୍ୟରେ ଶିକ୍ଷା ବିସ୍ତାର ଉପରେ ଗୁରୁତ୍ୱ ଦେଇଥିଲେ । ଭୁବନେଶ୍ୱର(ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା,

ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଲେ ଯେ ଭିନ୍ନକ୍ଷମମାନେ ଆମ ସମାଜର ସମ୍ବଳ ଓ ସେମାନଙ୍କ ବିକାଶ ହେଲେ ସମାଜ ଆଗକୁ ବଢ଼ିବ ।

ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ହେତୁ ଭିନ୍ନକ୍ଷମମାନଙ୍କ ସାମାଜିକ-ଅର୍ଥନୈତିକ ଜୀବନଧାରାରେ ଆଖିଦୃଶିଆ ପରିବର୍ତ୍ତନ ଦେଖା ଦେଇଛି । ଓଏବି ଭଗବତୀ ଦୃଷ୍ଟିବାଧିତ ମଡେଲ ବିଦ୍ୟାଳୟର ଶିକ୍ଷାର୍ଥୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବାବେଳେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦିଲ୍ଲୀପ କୁମାର ରାୟ ସ୍ୱାଗତ ଭାଷଣ ଦେଇଥିଲେ ।

ଶୁଭମ୍‌ ବେହେରା ଓ ଅଳକା ଯୋଶୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ବିଭାଗର ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ କ୍ରୀଡ଼ା ପ୍ରତିଯୋଗିତା ଏହି ୩ ଦିନିଆ ସମାବେଶରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସହଯୋଗୀ ଅନୁଷ୍ଠାନ ତଥା ସଂପୃକ୍ତ ସଂଗଠନଗୁଡ଼ିକ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀରେ ୪୦ଟି ଷ୍ଟଲ ଖୋଲାଯାଇଛି ।

ସେହିପରି ଭିନ୍ନକ୍ଷମ ଶିଳ୍ପୀମାନଙ୍କ ଦ୍ୱାରା ଅଙ୍କିତ ତଥା ପ୍ରସ୍ତୁତ ବିଭିନ୍ନ ଚିତ୍ର ଓ କଳାକୃତିର ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଦୂତୀ ଚାନ୍ଦ ଇଣ୍ଡୋର ଷ୍ଟାଡିୟମ୍‌ରେ ଭିନ୍ନକ୍ଷମମାନଙ୍କ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଥିବାବେଳେ ଆଜି ସ୍ୱତନ୍ତ୍ର ବିଦ୍ୟାଳୟ ତଥା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ଦୈନିକ ଚଳଚିତ୍ର ପ୍ରଦର୍ଶନର ବ୍ୟବସ୍ଥା ହୋଇଛି ।

ସ୍ୱାସ୍ଥ୍ୟ ଶିବିର ଉଦ୍‌ଘାଟିତ ସକାଳେ ପୋଖରୀପୁଟସ୍ଥିତ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ(ସିପ୍‌) ରେ ଏକ ସ୍ୱାସ୍ଥ୍ୟ ଶିବିର ଉଦ୍‌ଘାଟିତ ହୋଇଛି । ସାଇଟ୍‌ସେଭର୍ସ ତଥା ସହଯୋଗୀ ସଂଗଠନଗୁଡ଼ିକର ପରିଚାଳନାରେ ଆୟୋଜିତ ଏହି ଶିବିର ଉଦ୍‌ଘାଟନରେ ମନ୍ତ୍ରୀ ଶ୍ରୀ ପଣ୍ଡା, ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ ଓ ବିଭାଗର ଅତିରିକ୍ତ ଶାସନ ସଚିବ ସୋନିଆ ବେହେରା ଉପସ୍ଥିତ ଥିଲେ । ଶିବିରରେ ଚକ୍ଷୁ ରୋଗ, ଦନ୍ତ ରୋଗ, ମାନସିକ ରୋଗ ତଥା ଆନୁଷଙ୍ଗିକ ଶାରୀରିକ ସମସ୍ୟାର ପରୀକ୍ଷା କରାଯାଉଛି । ଏହି ଶିବିର ତିନି ଦିନ ଧରି ଚାଲିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ଉଦୀୟମାନ ଫଟୋ ଗ୍ରାଫର ବୁଲୁ ଭୁବନେଶ୍ୱରରେ ସମ୍ମାନିତ

ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ଉଦୀୟମାନ ଫଟୋ ଗ୍ରାଫର ବୁଲୁ ଭୁବନେଶ୍ୱରରେ ସମ୍ମାନିତ

August 22, 2026
ଦାରିଙ୍ଗବାଡି ସରପଞ୍ଚଙ୍କ ପଦଚ୍ୟୁତ କଲେ କନ୍ଧମାଳ ଜିଲ୍ଲାପାଳ

ଆଗକୁ ରାକ୍ଷୀପୂର୍ଣ୍ଣିମା : ଡିଜାଟାଲ୍ ଯୁଗରେ ବି ଲୋକଙ୍କ ଭରସା ପାଲଟିଛି ଭାରତୀୟ ଡାକସେବା – ଫେନସି ରାକ୍ଷୀ ର ଚାହିଦା ବେଶୀ

August 22, 2026
ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

August 22, 2026
ଷ୍ଟଲୱାର୍ଟ ଆଟମୋସ୍ପିୟର ପ୍ରକଳ୍ପର ଶୁଭାରମ୍ଭ

ଷ୍ଟଲୱାର୍ଟ ଆଟମୋସ୍ପିୟର ପ୍ରକଳ୍ପର ଶୁଭାରମ୍ଭ

August 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ଉଦୀୟମାନ ଫଟୋ ଗ୍ରାଫର ବୁଲୁ ଭୁବନେଶ୍ୱରରେ ସମ୍ମାନିତ

ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ଉଦୀୟମାନ ଫଟୋ ଗ୍ରାଫର ବୁଲୁ ଭୁବନେଶ୍ୱରରେ ସମ୍ମାନିତ

August 22, 2026
ଦାରିଙ୍ଗବାଡି ସରପଞ୍ଚଙ୍କ ପଦଚ୍ୟୁତ କଲେ କନ୍ଧମାଳ ଜିଲ୍ଲାପାଳ

ଆଗକୁ ରାକ୍ଷୀପୂର୍ଣ୍ଣିମା : ଡିଜାଟାଲ୍ ଯୁଗରେ ବି ଲୋକଙ୍କ ଭରସା ପାଲଟିଛି ଭାରତୀୟ ଡାକସେବା – ଫେନସି ରାକ୍ଷୀ ର ଚାହିଦା ବେଶୀ

August 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version