No Result
View All Result
୨୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସଦର ଥାନା ଅନ୍ତର୍ଗତ କାଜିପାଟଣା ଗ୍ରାମରେ ଥିବା ଇଞ୍ଜିନିୟର ଅଭିଷେକ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରବିବାର ଦିନ ୪୨ ମୌଜା ବେଣ୍ଟକାର ସ୍ଥିତ ଆନନ୍ଦାଳୟରେ ରହୁଥିବା ଅସହାୟ ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ ଲୋକମାନଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ କମଳ ପ୍ରଦାନ କରାଯାଇଥିଲା । ଅଭିଷେକ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମାଜ ସେବୀ ବିଜୟ କୁମାର ପାଲ ( ବିଜନି ) ବାବୁଙ୍କ ନେତୃତ୍ୱରେ ଟ୍ରଷ୍ଟର କର୍ମକର୍ତ୍ତା ମାନେ, ଆନନ୍ଦାଳୟରେ ପହଞ୍ଚି ଅସହାୟ ଏବଂ ଭିନ୍ନକ୍ଷମ ଲୋକମାନଙ୍କୁ କମଳ ପ୍ରଦାନ କରିଥିଲେ ।

ଅନୁଷ୍ଠାନର ଉପଦେଷ୍ଟା ତଥା ଅବସରପ୍ରାପ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଲେଙ୍କା, ଆଡ଼ଭୋକେଟ ଅର୍ଣ୍ଣପୂର୍ଣା ସାହୁ, ପ୍ରକାଶ ଚନ୍ଦ୍ର ଚୌଧୁରୀ,ପରମାନନ୍ଦ ଚୌଧୁରୀ, କିଶୋର କୁମାର ପ୍ରଧାନ ,ରାଜ କିଶୋର ପରିଡ଼ା, ସୁବାଷ ଚନ୍ଦ୍ର ସ୍ୱାଇଁ , ଶିବ ଚରଣ ମହାନ୍ତି, ପ୍ରେମାନନ୍ଦ ପାଲ୍ , ସୋନୁ ମହାନ୍ତି, ଆଷିଶ ମହାନ୍ତି, ପ୍ରମୁଖ ଉପସ୍ଥିତ ରହି କମଳ ବଣ୍ଟନ କରିଥିଲେ । ଆନନ୍ଦାଳୟର କର୍ମକର୍ତ୍ତା ସୋନାଲି ଏବଂ ଅର୍ଚ୍ଚନା ଉକ୍ତ କାର୍ଯ୍ୟକ୍ରମରେ ୍ହସହଯୋଗ କରିଥିଲେ ।

ଅଭିଷେକ ଚାରିଟେବୁଲ ଟ୍ରଷ୍ଟ ଦୀର୍ଘ ତିନି ବର୍ଷ ଧରି ଓଡିଶାର ବିଭିନ୍ନ ଜିଲ୍ଲା ଏବଂ ବ୍ଲକରେ ଅସହାୟ, ଦରିଦ୍ର, ଭିନ୍ନକ୍ଷମ, ଲୋକଙ୍କୁ ଶୀତବସ୍ତ୍ର, ଖାଦ୍ୟ , ଟ୍ରାଇ ସାଇକେଲ, ବାସଗୃହ ପ୍ରଦାନ କରିବା ସହିତ, ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଆର୍ଥିକ ସାହାଯ୍ୟ ସହଯୋଗ କରିଆସୁଛି । ଏଭଳି କାର୍ଯ୍ୟ ପାଇଁ କଟକ ସଦର ଅଞ୍ଚଳର ବୁଦ୍ଧିଜୀବୀ, ଜନସାଧାରଣ ଇଂଜିନିୟର ଅଭିଷେକ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ବିଜୟ କୁମାର ପାଲ ଏବଂ ସମସ୍ତ ସଦସ୍ୟ ମାନଙ୍କୁ ଉଚ୍ଚ ପ୍ରସଂଶା କରିଛନ୍ତି ।


No Result
View All Result