• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୨୦୨୦ ବ୍ୟାଚ୍ ଓଡିଶା ପ୍ରଶାସନିକ ସେବା ଶିକ୍ଷାନବିଶଙ୍କ ଦୀକ୍ଷାନ୍ତ ସମାରୋହ

Proprietor Abhimanyu Maharana by Proprietor Abhimanyu Maharana
November 25, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
୨୦୨୦ ବ୍ୟାଚ୍ ଓଡିଶା ପ୍ରଶାସନିକ ସେବା ଶିକ୍ଷାନବିଶଙ୍କ ଦୀକ୍ଷାନ୍ତ ସମାରୋହ
Share on FacebookShare on TwitterWhatsapp

ଦାୟିତ୍ୱ ନିର୍ବାହ ଓ କର୍ତ୍ତବ୍ୟ ସମ୍ପାଦନ ବେଳେ ସର୍ବାଧିକ ସତର୍କତା ଅବଲମ୍ବନ ଓ ସାଧୁତା ବଜାୟ ରଖିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

୨୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ୨୦୨୦ ବ୍ୟାଚ୍ ଓଡିଶା ପ୍ରଶାସନିକ ସେବା ଶିକ୍ଷାନବିଶଙ୍କ ଦୀକ୍ଷାନ୍ତ ସମାରୋହ ଆଜି ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟର ଠାରେ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାଡେମୀରେ ପ୍ରଶିକ୍ଷଣ ନେଇଥିବା ଏହି ବ୍ୟାଚ୍ ର ୧୨୭ ଜଣ ପ୍ରଶାସନିକ ଅଧିକାରୀ ୨୪ ସପ୍ତାହ ଧରି ପ୍ରଶିକ୍ଷଣ ନେବା ପରେ ଶେଷରେ ଆଜି ଏହି ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା ।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଯୋଗଦେଇ ଦାୟିତ୍ୱ ନିର୍ବାହ ଓ କର୍ତ୍ତବ୍ୟ ସମ୍ପାଦନ ବେଳେ ସର୍ବାଧିକ ସତର୍କତା ଅବଲମ୍ବନ ଓ ସାଧୁତା ବଜାୟ ରଖିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି ଯେ, ନବନିଯୁକ୍ତ ଓଡିଶା ପ୍ରଶାସନିକ ଅଧିକାରୀମାନେ ଆଗାମୀ ଦିନରେ କଠିନ ପରୀକ୍ଷାର ଓ ଆହ୍ୱାନର ସମ୍ମୁଖୀନ ହେବାକୁ ଯାଉଛନ୍ତି ।

ସେମାନେ ରାଜ୍ୟ ପାଇଁ ୩୦ରୁ ୩୫ ବର୍ଷ ଧରି କାର୍ଯ୍ୟ କରିବେ । ସେମାନଙ୍କ ଠାରୁ ରାଜ୍ୟ ବହୁତ କିଛି ଆଶା କରୁଛି । ନିଜର ବ୍ୟକ୍ତିଗତ ଜୀବନରେ ଅତୀତକୁ ତର୍ଜମା କରି, ବର୍ତ୍ତମାନକୁ ଦେଖି ଭବିଷ୍ୟତର ପନ୍ଥା ନିର୍ଦ୍ଧାରଣ କରିବାକୁ ସେ ପରାମର୍ଶ ଦେଇଥିଲେ । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ଭଲଭାବେ ପ୍ରସ୍ତୁତ କରିଛନ୍ତି । କ୍ଷେତ୍ରସ୍ତରରେ ନିଜକୁ ବ୍ୟକ୍ତିଗତ ଭାବରେ ଓ ଦଳଗତ ଭାବରେ ପ୍ରମାଣିତ କରିବାକୁ ପଡିବ ବୋଲି ସେ କରିଥିଲେ ।

ରାଜ୍ୟର ଯେକୌଣସି ସ୍ଥାନରେ ଅବସ୍ଥାପିତ ହେବାକୁ ଥିବା ବେଳେ ସେମାନେ ରାଜ୍ୟର ସେବା କରିବାକୁ ଯାଉଛନ୍ତି ବୋଲି ମନେ କରି ନିଷ୍ଠାର ସହ କାର୍ଯ୍ୟ ସଂପାଦନ କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟ ଉନ୍ନୟନ କମିଶନର , ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହା ନିର୍ଦ୍ଦେଶକ ଶ୍ରୀମତୀ ଅନୁ ଗର୍ଗ ଯୋଗ ଦେଇ ଏହି ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଅଧିକାରୀମାନଙ୍କୁ ତାଲିମ ପ୍ରଦାନ ପରିପ୍ରେକ୍ଷୀରେ କିପରି ରୂପାନ୍ତରଣ ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ଆଲୋକପାତ କରିଥିଲେ ।

ଏକାଡେମୀର ପୂର୍ବତନ ମହା ନିର୍ଦ୍ଦେଶକ ଶ୍ରୀ ଆର.କେ.ଶର୍ମା ଏକାଡେମୀର ପରିଚାଳନାର ବିଭିନ୍ନ ବ୍ୟବସ୍ଥାକୁ ସେ ବ୍ୟବସ୍ଥିତ କରିଥିଲେ, ଯାହାକୁ ଆଗକୁ ନେବାରେ ତାଙ୍କୁ ସହଜ ହୋଇଛି ବୋଲି ସେ କହିଥିଲେ । ପ୍ରଶାସନିକ ଅଧିକାରୀମାନେ ଲୋକମାନଙ୍କ ପାଇଁ ସେବା କରିବାର ବ୍ୟାପକ ସୁଯୋଗ ରହିଥିବା ସେ ପ୍ରକାଶ କରିଥିଲେ । ଉନ୍ନୟନ କାର୍ଯ୍ୟ, ଆଇନ ଶୃଙ୍ଖଳା, ନିର୍ବାଚନ ଆଦି ବିଭିନ୍ନ କାର୍ଯ୍ୟକୁ ଏକାଗ୍ରତା ଓ ନିଷ୍ଠାର ସହ କରିବାକୁ ସେ ପରାମର୍ଶ ଦେଇଥିଲେ ।

ରାଜ୍ୟ ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ସତ୍ୟବ୍ରତ ସାହୁ ଯୋଗ ଦେଇ କହିଲେ ଯେ ନବ ନିଯୁକ୍ତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀମାନେ ରାଜ୍ୟର ଗର୍ବ ଓ ଗୌରବ । ରାଜସ୍ୱ, ବିଭାଗରେ ୩୪ ପ୍ରକାର ସେବା ପ୍ରଦାନ ସଂପର୍କରେ ଆଲୋକପାତ କରି ପ୍ରଶାସନିକ ଅଧିକାରୀମାନଙ୍କର ବହୁମୁଖୀ କାର୍ଯ୍ୟ ସମ୍ପର୍କରେ ପ୍ରକାଶ କରିବା ସହିତ ଆଗାମୀ ଦିନରେ ସେମାନେ ଶୃଙ୍ଖଳିତ ନିର୍ବାଚନ ପରିଚାଳନା କାର୍ଯ୍ୟରେ ସହିତ ଜମିବାଡି ସଂକ୍ରାନ୍ତୀୟ ବିଭିନ୍ନ ମାମଲାର ଫଇସଲା ପାଇଁ ସେମାନେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ ।

ରାଜ୍ୟ ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ଯୋଗ ଦେଇ କହିଥିଲେ ଯେ, ଏହି ଯୁବ ଅଧିକାରୀ ମାନେ ଆଗାମୀ ଦିନରେ ବିଡିଓ ଭାବେ ଯୋଗ ଦେବାକୁ ଯାଉଛନ୍ତି । ପଂଚାୟତିରାଜ ବିଭାଗ ତରଫରୁ ଗ୍ରାମାଞ୍ଚଳରେ କାର୍ଯ୍ୟକ୍ରମ ହେଉଥିବା ଜୀବିକା ନିର୍ବାହ କାର୍ଯ୍ୟକ୍ରମ, ପାନୀୟ ଜଳ ବ୍ୟବସ୍ଥା, ଦକ୍ଷତା ବିକାଶ, ମିଶନ ଶକ୍ତି କାର୍ଯ୍ୟକ୍ରମ, ସାମାଜିକ ସୁରକ୍ଷା, ଯୋଗାଣ ବ୍ୟବସ୍ଥା, ଧାନ ସଂଗ୍ରହ , ଜନ ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମି ବିକାଶରେ ସେମାନଙ୍କର ଭୂମିକା ସଂପର୍କରେ ଆଲୋକପାତ କରି ଆଗାମୀ ଦିନରେ ସଫଳତାର ସହ କାର୍ଯ୍ୟ କରିବେ ବୋଲି ସେ ଆଶାପ୍ରକାଶ କରିଥିଲେ ।

ଗୋପବନ୍ଧୁ ଏକାଡେମୀର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ମନିଷ ଅଗ୍ରଓ୍ୱାଲ ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି ଏକାଡେମୀରେ ଦିଆଯାଉଥିବା ପ୍ରଶିକ୍ଷଣ ସଂପର୍କରେ ଆଲୋକପାତ କରିଥିଲେ । ରାଜ୍ୟର ଇତିହାସ, ସଂସ୍କୃତି, ପ୍ରଶାସନିକ କାର୍ଯ୍ୟ ପରିଚାଳନା, ଲୋକ ପ୍ରଶାସନ ସଂପର୍କରେ ଧାରଣା, ପୁସ୍ତକ ପଠନ, ପର୍ଯ୍ୟଟନ ସ୍ଥଳ ସହ ବିଭିନ୍ନ କ୍ଷେତ୍ର ପରିଦର୍ଶନ, ଜେବ ବିବିଧତା କ୍ଷେତ୍ର ପରିଦର୍ଶନ, ଅଗ୍ନି ନିରାପତ୍ତା ସୁରକ୍ଷା ପ୍ରଶିକ୍ଷଣ, ନେତୃତ୍ୱ ନେବା ଓ ଦକ୍ଷତା ବିକାଶ ଆଦି ବୃତ୍ତିଗତ ଅଗ୍ରଗତି ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥିବା ସେ ପ୍ରକାଶ କରିଥିଲେ ।

ଏହି ଅବସରରେ ଏକାଡେମୀ ତରଫରୁ ପ୍ରକାଶିତ ପ୍ରଶିକ୍ଷଣ ମୋଡ୍ୟୁଲ ସଂପର୍କିତ ପତ୍ରିକା “ଦକ୍ଷତା” ଉନ୍ମୋଚିତ ହୋଇଥିଲା ଏବଂ ପ୍ରଶିକ୍ଷାର୍ଥୀମାନଙ୍କର ପ୍ରଶିକ୍ଷଣ ସଂପର୍କିତ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ପ୍ରଶିକ୍ଷାର୍ଥୀମାନଙ୍କୁ ନେଇ ଆରମ୍ଭ କରାଯାଇଥିବା ଚଳଚିତ୍ର ଓ ସଂଗୀତ କମିଟି, ଚାରୁକଳା, ସାଂସ୍କୃତିକ କମିଟି, ପତ୍ରିକା ପ୍ରକାଶନ କମିଟି, କ୍ରୀଡା କମିଟି ଆଦି କ୍ଲବର ଉତ୍ତମ ପ୍ରଦର୍ଶନ କରିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ସେଣ୍ଟର ଅଫ୍ ଗୁଡ୍ ଗଭର୍ଣ୍ଣାନ୍ସର ନିର୍ଦ୍ଦେଶକ ଡଃ. ଶଶାଙ୍କ ଗ୍ରହାଚାର୍ଯ୍ୟ ଓ ତାଙ୍କ ଟିମ୍ ଏହି ପ୍ରଶିକ୍ଷଣର ସଫଳତାର ସହ ଅନୁଷ୍ଠିତ ହେବା ନେଇ ସମସ୍ତ ସହଯୋଗ କରିଥିଲେ । ବିଭିନ୍ନ ବିଭାଗରୁ ପ୍ରଶାସନିକ ଅଧିକାରୀଙ୍କ ସମେତ ଗୋପବନ୍ଧୁ ଏକାଡେମୀର ସହକାରୀ କମିଶନର ଡଃ. ହିମାଂଶୁ ଭୂଷଣ ପଣ୍ଡା ଓ ଏକାଡେମୀର ଅନ୍ୟ ଅଧିକାରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏକାଡେମୀର ଉପ ନିର୍ଦ୍ଦେଶକ ଶ୍ରୀ ପ୍ରତାପ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026
ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା

ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା

June 23, 2026
ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

June 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version