No Result
View All Result
୨୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଜଟଣୀ ଥାନା ଅନ୍ତର୍ଗତ ବାଲିଛକ ମୁଣ୍ଡିଆ ସାହି ଅଞ୍ଚଳରେ ଅସହାୟ ଅବସ୍ଥାରେ ଏକ ବଖରା ଆଜବେଷ୍ଟସ୍ ଘର ନିର୍ମାଣ କରି ଦୁଃଖ କଷ୍ଟରେ ଜୀବନ ଯାପନ କରୁଥିବା ସଲମା ଖାନ୍ (୫୦) ନାମକ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ବିଧବା ମହିଳାଙ୍କ ଘରକୁ ବୁଧବାର ରାତି ଅଧରେ ଅଚାନକ କିଛି ଗୁଣ୍ଡା ଶ୍ରେଣୀୟ ଯୁବକ ଓ ମହିଳାମାନେ ଜେସିପି ସହାୟତାରେ ଭାଙ୍ଗି ମାଟିରେ ମିଶାଇ ଦେଇଥିବା ଥାନାରେ ଅଭିଯୋଗ ହୋଇଛିl

ମହିଳା ଜଣଙ୍କ ଏପରି କାର୍ଯ୍ୟକଳାପକୁ ବିରୋଧ କରିବାରୁ ଅଭିଯୁକ୍ତ ମାନେ ସାଙ୍ଗରେ ନେଇଥିବା ମାରଣାସ୍ତ୍ର ଦେଖାଇ ତାଙ୍କୁ ହତ୍ୟା କରିବାପାଇଁ ଧମକାଇଥିଲେ l ଏ ନେଇ ପିଡିତା ମହିଳା ପୁଲିସକୁ ଫୋନ ଯୋଗେ ଅବଗତ କଲାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜେସିପିକୁ ନିଜ ଅକ୍ତିଆରକୁ ନେବା ସହିତ ସେଠାରେ ଉପସ୍ଥିତ ମହିଳା ଗୋଷ୍ଠୀ ଓ ଜେସିପି ଡ୍ରାଇଭରକୁ ଥାନାକୁ ନେଇଥିବା ବେଳେ ଗୁଣ୍ଡାଗିରି ଚଳାଇଥିବା ମୁଖ୍ୟ ଅଭିଯୁକ୍ତ ରମେଶ ବେହେରା ଓ ଅନ୍ୟ ଯୁବକମାନେ ଦୌଡ଼ି ପଳାଇଥିଲେ l
ଅଭିଯୋଗ କାରିଣୀଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ତଦନ୍ତ କରିବା ସହିତ ସ୍ଥାନୀୟ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ନିକଟରେ ରହି ଜେସିପି ଚଳାଉଥିବା ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳର ଶୀତୁନ ବିଶ୍ଵାଳ (୨୮)ଙ୍କୁ ଗୁରୁବାର ଗିରଫ କରି କେଶ୍ ନମ୍ବର ୪୦୦/୨୩ ଆଧାରରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି l ସୂଚନା ଯୋଗ୍ୟ ଅଭିଯୋଗ କାରିଣୀ ଏବଂ ଅଭିଯୁକ୍ତ ରମେଶ ବେହେରାଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଜମିକୁ ନେଇ ବିବାଦ ଲାଗି ରହିଥିଲା ।

ଅଭିଯୋଗ କାରିଣୀ ତାଙ୍କର ପ୍ଲଟରେ ଗୋଟିଏ ଟିଣ ଛାତ ଘର ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ବେଳେ ନିର୍ମାଣ ସାମଗ୍ରୀ ରମେଶଙ୍କ ପ୍ଲଟ ଦେଇ ନେଉଥିଲେ। ଏନେଇ ରମେଶ ଅଭିଯୋଗ କାରିଣୀଙ୍କୁ ବିରୋଧ କରୁଥିବାରୁ ଦିନକୁ ଦିନ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ବଢି ଚାଲିଥିଲାl ଅପରପକ୍ଷେ ଲେଡିଡନ୍ ସାଜି ବିଭିନ୍ନ ସମୟରେ ଜନସାଧାରଣଙ୍କୁ ଭୟଭୀତ କରି ରଖିଥିବା ଉକ୍ତ ମହିଳା ଗୋଷ୍ଠୀ,
ପୁଲିସ ଅଭିଯୋଗ ତଦନ୍ତ ପତ୍ରରେ ଉଲ୍ଲେଖ କରିଥିବା ୧୫ ରୁ ୨୦ ଜଣ ଅସାମାଜିକ ବ୍ୟକ୍ତିମାନଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ମହିଳା ଜଣଙ୍କ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ତେବେ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି l

No Result
View All Result