No Result
View All Result
୨୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିରାକାରପୁର :-> ଖୋର୍ଦ୍ଧା ଜିଲ୍ଲା ଛଣଗିରି ପଞ୍ଚାୟତ ଦେଉଳିପାଟଣା ସ୍ଥିତ ଶ୍ରୀ ନାଟେଶ୍ୱର ମହରୁଦ୍ରଙ୍କ ବିଶ୍ଵଶାନ୍ତି ଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂକଳ୍ପଧାରୀ ମହିଳା ପୁରୁଷ ନିକଟସ୍ଥ ମଲାଗୁଣି ନଦୀରୁ ଏକ ବିରାଟ ପଟୁଆରରେ ଯଜ୍ଞ ସ୍ଥଳକୁ ପାଣି ଆଣିଥିଲେ,ଘଂଟାଘଣ୍ଟି ,ହରିବୋଲ , ହୁଳହୁଳି ର ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଏହି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏହି ତ୍ରୟୋବିଂଶ ତମ ବିଶ୍ଵଶାନ୍ତି ମହାଯଜ୍ଞ ୨୨ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଯଜ୍ଞ ସହିତ ଶିବ ଶୈବ ପୁରାଣ ପଠନ ଓ ନାମ ସଙ୍କୀର୍ତ୍ତନ ହେବ।ଏହି ଅବସରରେ ସୂର୍ଯ୍ୟ ପୂଜା, ଗୋ ପୂଜା, ରୁଦ୍ର ଅଭିଷେକ ଚଣ୍ଡୀ ପୂଜା ପ୍ରଭୃତି ଅନୁଷ୍ଠିତ ହେବ। ଆସନ୍ତା ୨୭ ତାରିଖରେ ପୂର୍ଣ୍ଣାହୁତି ରେ ବହୁ ସଂଖ୍ୟାରେ ଭକ୍ତ ଯୋଗ ଦେବାକୁ ଯଜ୍ଞ କମିଟି ପକ୍ଷରୁ ଅନୁରୋଧ କରାଯାଇଛି।

No Result
View All Result