୧୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସ୍ଥିତ ଇଣ୍ଡିଗୋ ଉଚ୍ଚ ମାଧ୍ୟମିକ ବିଜ୍ଞାନ ଓ ବାଣିଜ୍ୟ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଭାଗବତ ଶୁକ୍ଳ ଅଧ୍ୟକ୍ଷତା କରି କହିଥିଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଶିଶୁ ମାନଙ୍କୁ ଭଲ ପାଉଥିଲେ ବୋଲି ତାଙ୍କ ଜନ୍ମଦିନକୁ ଦେଶରେ ଶିଶୁ ଦିବସ ରୁପେ ପାଳନ କରାଯାଇଥାଏ ଏବଂ ଶିଶୁ ମାନଙ୍କୁ ସେ ଦ୍ବିତୀୟା ଚନ୍ଦ୍ର ସାଜି ପୂର୍ଣ୍ଣିମାର ଚନ୍ଦ୍ର ହେବା ନିମନ୍ତେ ଅଗ୍ରସର ହେବାପାଇଁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଖ୍ରୀଷ୍ଟ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ପ୍ରଫେସର ଡକ୍ଟର ପ୍ରଦୀପ୍ତ କୁମାର ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଣ୍ଡିତ ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ ଥିବା ସମୟରେ କିପରି ଶିଶୁ ମାନଙ୍କୁ ଭଲ ପାଉଥିଲେ ଆଉ ପିଲାଙ୍କ ପାଖରେ ସେ କିପରି ବେଲୁନ ଚାଚା ଭାବେ ପରିଚିତ ଥିଲେ ସେ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଗବେଷଣା ଉପରେ ପ୍ରାଧାନ୍ୟ ଦେଲେ ନିଶ୍ଚୟ ନିଜ ଜୀବନରେ ସଫଳତା ହାସଲ କରିପାରିବେ ବୋଲି କହିଥିଲେ ।

ବରିଷ୍ଠ ଶିକ୍ଷାବିତ ବାଲୁଙ୍କେଶ୍ୱର ଦାଶ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଛାତ୍ରଛାତ୍ରୀ ମାନେ ଯଦି ପ୍ରତ୍ୟେକ ଦିନକୁ ପିତୃମାତୃ ଦିବସ ଏବଂ ପ୍ରତ୍ୟେକ ଦିବସକୁ ଶିଶୁ ଦିବସ ଭାବେ ଭାବି ନିଜ ପାଖରେ ସବୁବେଳେ ବାପା ମାଆଙ୍କ ଫଟୋ ରଖି ପାଖରେ ମନୋନିବେଶ କରିଚାଲିବେ ତେବେ ସେ ପିଲା ନିଶ୍ଚୟ ଦେଶର ଜଣେ ବିଶିଷ୍ଟ ବ୍ୟକ୍ତି ହୋଇପାରିବେ ।
ବିଶିଷ୍ଟ ବ୍ଯଙ୍ଗକବି ଡକ୍ଟର ଧର୍ମଛଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରି ଛାତ୍ରଛାତ୍ରୀ ମାନଙ୍କୁ ସକାରାତ୍ମକ ମନୋଭାବ ନେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବଳଭଦ୍ର ଦାସ , ମୀନି ସେଠୀ , ମମତା ଜେନା , ବବିତା ସାହୁ , ଦୀପକ ଜେନା ଏବଂ ଅନୀତା ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ହିମାଂଶୁ ଶେଖର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।













