No Result
View All Result
୨୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ବାଣ ବ୍ୟବସାୟରେ ଜଟଣୀ ରାଜ୍ୟରେ ବେଶ୍ ପ୍ରସିଦ୍ଧି ଲାଭ କରିଛି। ଅଳ୍ପ କେତୋଟି ହୋଲସେଲ ବ୍ୟବସାୟୀ ଥିଲେ ମଧ୍ୟ ଖୁଚୁରା ବ୍ୟବସାୟୀଙ୍କ ସଂଖ୍ୟା କିନ୍ତୁ ଅଧିକ। କାହିଁ କେଉଁ ଆବହମାନ କାଳରୁ ଖୁଚୁରା ବ୍ୟବସାୟୀ ମାନେ ବିଭିନ୍ନ ବଜାର ମାନଙ୍କରେ ବାଣ ବ୍ୟବସାୟ କରି ଆସୁଥିଲେ ହେଲେ ସମୟ କ୍ରମେ ବଜାର ଭିଡ଼ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ବଜାର ଅଞ୍ଚଳରେ ବାଣ ବ୍ୟବସାୟକୁ ପ୍ରଶାସନ ପକ୍ଷରୁ ନିଷିଦ୍ଧ କରାଗଲା . ଯାହା ଫଳରେ ଶତାଧିକ ବ୍ୟବସାୟି ନାହିଁ ନ’ଥିବା ଅସୁବିଧାର ସମ୍ମୁଖୀନ ହେଲେ।

ଫଳରେ ଜିଲ୍ଲା ପ୍ରଶାସନ ଏବଂ ବ୍ୟବସାୟୀ ସଂଘ ମଧ୍ୟରେ ଅନେକ ବାର ଆଲୋଚନା ପରେ ଶରତ ପାଇକରାୟ ଷ୍ଟାଡିୟମ୍ ପରିସରରେ ବାଣ ବ୍ୟବସାୟ ପାଇଁ ଅନୁମତି ମିଳିଲା ହେଲେ ସେଠାରେ ମଧ୍ୟ ବାଦ,ବିବାଦ ଦେଖାଯିବା ଓ ଷ୍ଟାଡିୟମକୁ ନେଇ ମାମଲା ହାଇକୋର୍ଟକୁ ଯିବାରେ ସେଠାରେ ମଧ୍ୟ ବନ୍ଦହେଲା। ପରେପରେ ପୌର ପରିଷଦ ଅନ୍ତର୍ଗତ ଷଣ୍ଢପୁର ଖେଳ ପଡିଆକୁ ସ୍ଥାନାନ୍ତର କରାଗଲା ସେଠାରେ ମଧ୍ୟ ପୌର ପରିଷଦ ପକ୍ଷରୁ ଖେଳ ପଡିଆର ଆଧୁନିକ ଓ ସୌନ୍ଦର୍ଯ୍ୟ କରଣ କରାଯିବାରୁ ବାଣ ବ୍ୟବସାୟକୁ ବନ୍ଦ କରାଗଲା ।
ଚଳିତ ବର୍ଷ ବ୍ୟବସାୟୀ ସଂଘ ଏକ ପ୍ରକାର ଅନିଶ୍ଚିତତା ମଧ୍ୟରେ ଥିବାବେଳେ ଜଟଣୀ ତହସିଲଦାର,କମି ଶନରେଟ ପୋଲିସ୍, ଅଗ୍ନିଶମ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ବୈଠକ ପରେ ଜଟଣୀ ପୌର ପରିଷଦ ଅନ୍ତର୍ଗତ ଆଠ ନମ୍ୱର ୱାର୍ଡ଼(ଷଣ୍ଢପୁର) ଗଣେଷ ବିସର୍ଜନ ସ୍ଥଳ ଅସ୍ଥାୟୀ ପୋଖରୀ ନିକଟସ୍ଥ ଖାଲ,ଖମା ଜାଗାକୁ ବାଣ ବ୍ୟବସାୟୀ ସଂଘକୁ ଅନୁମତି ମିଳିଛି।ବ୍ୟବସାୟୀ ସଂଘ ଏବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ଜାଗାଟିକୁ ସମତୁଲ କରିବା ସହିତ ଗମନା,

ଗମନର ସୁବିଧା ଏବଂ ପାର୍କିଂ ଓ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରାୟ ୮୦ରୁ ଉର୍ଦ୍ଧ ଦୋକାନ କରାଯିବା ପାଇଁ ପ୍ଲଟିଂ କରିବା ସହିତ ଭୂମୀ ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ଜଟଣୀ ବାଣ ବ୍ୟବସାୟୀ ସଂଘ ପକ୍ଷରୁ ସଭାପତି ଶିବ ପ୍ରସାଦ ମହାପାତ୍ର,ସମ୍ପାଦକ ଜୟନ୍ତ ପଲେଇ ପ୍ରମୁଖ ପ୍ରଶାସନକୁ ସାଧୁବାଦ୍ ଜଣାଇବା ସହିତ ଜାଗାଟିକୁ ସବୁଦିନ ପାଇଁ (ବର୍ଷକୁ ମାତ୍ର ପାଞ୍ଚଦିନ ପାଇଁ) ଅନୁମତି ପ୍ରଦାନ କରିବା ନିମନ୍ତେ ନିବେଦନ କରିଛନ୍ତି .

No Result
View All Result