No Result
View All Result
୨୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗୁଡ଼ଭେଳା :- ଗୁଡ଼ଭେଳା ବ୍ଲକ ବିରମୁଣ୍ଡା ପଞ୍ଚାୟତ ସନ୍ଧିସର ଗାଁ ରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଆହ୍ୱାନ କ୍ରମେ ନୁଆଁଖାଇ ଭେଟଘାଟ ଉତ୍ସବ ହୋଇଥିଲା l ସଂଘ ର ବ୍ଲକ ସଭାପତି ଭାବସିଂ ମାଝୀଙ୍କ ସଭାପତିତ୍ୱ ରେ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି l ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପୂର୍ବରୁ ଗାଁରେ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା l ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ଗ୍ରାମବାସୀ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ପରେ ଖେଳ ପଡ଼ିଆଠାରେ ମହାସଭା ହୋଇଥିଲା l

ସଭାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ବଳିଆ ଯୋଜନା, ଆଦିବାସୀ ସଶକ୍ତିକରଣ ଯୋଜନା, ମହିଳା ଶସକ୍ତିକରଣ ଯୋଜନା,ନକଲି ଆଦିବାସୀ କର୍ମଚାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ରାଜ୍ୟସ୍ତରୀୟ ଯାଞ୍ଚ କମିଟି ର ଅଧ୍ୟକ୍ଷ ତଥା ଉତ୍ତରାଞ୍ଚଳ ରାଜସ୍ବ କମିଶନର ସମ୍ବଲପୁର ଟାଲଟୁଲ ନୀତି ଅବଲମ୍ବନ ନ କରି ତ୍ୱରାନ୍ୱିତ କରିବାକୁ ଦାବୀ କରାଯାଇଛି l ଅଣ- ଆଦିବାସୀ ଙ୍କ ଜବରଦଖଲ ରେ ଥିବା ଆଦିବାସୀ ମାନଙ୍କ ଜମି ଫେରସ୍ତ, ଜମି ହସ୍ତାନ୍ତର ଅନୁମତି ବନ୍ଦ, ଆଦିବାସୀ ଏବଂ ଅନ୍ୟାନ୍ୟ ବନବାସୀ ଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ଅନୁସାରେ ଜଙ୍ଗଲ ଜମି ର ପଟ୍ଟା ପ୍ରଦାନ,

ବେଛାପରି ଗାଁ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ଗୁଡିକ ରେ ସିଟ ର ଅଭାବ ହେଉଥିବା ରୁ ସିଟ ବୃଦ୍ଧି କରିବା , ଏଟ୍ରୋସିଟି କେଶ ରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା, ସେହିପରି କେନ୍ଦ୍ର ସରକାର କେନ୍ଦୁପତ୍ରରୁ ଜିଏସଟି ପ୍ରତ୍ୟାହାର କରିବା,ଆବାସ ପୋର୍ଟାଲ ଖୋଲି ଗରିବ ଆଦିବାସୀ ମାନଙ୍କୁ ଆବାସ ପ୍ରଦାନ,ଆଦିବାସୀ ଭାଷା ହୋ, ମୁଣ୍ଡାରୀ, ଭୂମିଜ, ସଓରା ଭାଷା କୁ ସମ୍ବିଧାନ ର ଅଷ୍ଟମ ସୂଚୀ ରେ ଅନୁମୋଦନ କରିବା,ଆଦିବାସୀ ଅଧ୍ୟୁଷିତ ଗାଁ ମାନଙ୍କ ରେ ଇଣ୍ଟରନେଟ ରେ ପାଠ ପଢିବା ଓ ଅନଲାଇନ କାର୍ଯ୍ୟ ପାଇଁ ନେଟୱର୍କ ସଂଯୋଗ ବ୍ୟବସ୍ଥା କରିବା,

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ରେ କ୍ଷତିଗ୍ରସ୍ତ ଚାଷୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ l ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ,ସେବlଶ୍ରମ କନ୍ୟାଶ୍ରମ ଗୁଡିକ ରେ ସିଟ ସଂଖ୍ୟା ବୃଦ୍ଧି କରିବା,ହଷ୍ଟେଲ ବୃଦ୍ଧି କରିବା, ଶିକ୍ଷକ ପଦବୀ ପୂରଣ କରିବା, ଆଦିବାସୀ ମାନଙ୍କ ପାଇଁ ଖାଲି ପଡ଼ିଥିବା ପଦବୀ ଗୁଡିକୁ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ରେ ପୂରଣ କରିବା ପାଇଁ l ବୈଠକ ରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ପୂର୍ବତନ ସଭାପତି ତଥା ମୁଖ୍ୟ ଉପଦେଷ୍ଟା ଘନଶ୍ୟାମ ପଧାନୀ, ବ୍ଲକ ସଂଯୋଜକ ବିକ୍ରମ ଭୋଇ,ବ୍ଲକ ସମ୍ପାଦକ ବିଦୁଭୂଷଣ ଭୋଇ ,

ବସନ୍ତ ମାଝୀ, ବିସିକେଶନ ମିର୍ଦ୍ଧା, ଡିଙ୍ଗର ଭୋଇ,ପୂର୍ଣ ଚନ୍ଦ୍ର ମାଝୀ, ପୂର୍ଣ ଚନ୍ଦ୍ର ମାଝୀ (ଖ)ଶିବ ପ୍ରସାଦ ଭୋଇ,ସୁଧୀର କହଁର,କାର୍ତ୍ତିକ ମାଝୀ ,ଶ୍ରୀମତୀ ସାହାଯ୍ୟ ମାଝୀ, ଶ୍ରୀମତୀ ଉପାସୀ କହଁର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାକୁ ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ ପରିଚାଳନା କରିଥିଲେ । ପରେ ଝିଅ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଲକର କର୍ମକର୍ତ୍ତାଙ୍କ ସହ ବହୁ ସଂଖ୍ୟା ରେ ଆଦିବାସୀ ଉପସ୍ଥିତ ଥିଲେ l ବିଦୁଭୂଷଣ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।


No Result
View All Result