No Result
View All Result

୧୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଘଟଣା ଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ର ଜାମଦା ଥାନା ଅଧିନସ୍ଥ ଗୁଳୁତା ଗାଁ ରେ । ସମାଜ ଯେତେ ଆଗକୁ ଯାଉଛି ସେତିକି ପଛଗାମୀ ହେଉଛି । ଅନ୍ଧବିଶ୍ବାସ ରେ ବସତି ହୋଇ ଲୋକେ ଡାକ୍ତର ଖାନା ଛାଡି ବେସି ଗୁଣିଗାରେଡି ବିବାଦ ଆଡକୁ ଠାଣି ହେଉଛନ୍ତି । କିଛି ଅସାମାଜିକ ଅପରାଧୀ ଓ ଶୋଷଣକାରି ଗୋଷ୍ଠୀ ଦ୍ଵାରା ନୀରିହ ଗରିବ ଆଦିବାସୀ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି । ଏହା ଦ୍ବାରା ଆଦିବାସୀ ମାନଙ୍କ ର ଇଜ୍ଜତମହତ, ଧନସମ୍ପତ୍ତି ଠାରୁ ଆରମ୍ଭ କରି ଜୀବନ ନେବା ପାଇଁ ମଧ୍ୟ ପଛାଉ ନାହାନ୍ତି। ଏମିତି ଗୁଣିଗାରେଡି ଆଳରେ ଲୁଟ୍ ଓ ଦୁଷ୍କର୍ମ କରି ଜଣେ ହାବିଲଦାର (ହୋମ୍ ଗାଡ୍) ଗିରଫ ହୋଇଛନ୍ତି ।

ଗିରଫ ହାବିଲଦାର ଜଣକ ହେଉଛନ୍ତି ଜାମଦା ଥାନାରେ କାର୍ଯ୍ୟରତ ଗୁଳତା ଗ୍ରାମର ଦେବାନନ୍ଦ ପାତ୍ର ବୋଲି ଜଣାପଡିଛି। ଘଟଣାରୁ ଯାହା ଜଣାପଡିଛି ମୟୂରଭଞ୍ଜ ଜିଲ୍ଲା ସିମାନ୍ତ ଅଞ୍ଚଳ ତଥା ଝାରଖଣ୍ଡ ରାଜ୍ୟର ନିବାସୀ ମାମୁଁ ତାର ଭାଣିଜି କୁ ନେଇ ଶରୀର ଅସୁସ୍ଥତା ଥିବାରୁ ଝାଡ଼ଫୁଙ୍କା କରିବା ପାଇଁ ଗତ ଅକ୍ଟୋବର ୧୧ତାରିଖ ବୁଧବାର ଦିନ ଗୁଳତା ଗ୍ରାମର (ଗୁଣିଆ) ଅଭିଯୁକ୍ତ ଦେବାନନ୍ଦ ପାତ୍ରଙ୍କ ଘରକୁ ଆସିଥିଲେ। ଏହାପରେ ଗୁଣିଆ ଦେବାନନ୍ଦ ଏକ ନାବାଳିକା ଦ୍ଵାରା ଦୀପ ପ୍ରଜଳନ ଦ୍ଵାରା ଶରିର ଠିକ୍ ହୋଇଯିବ ବୋଲି କହିଥିଲେ। ତା ପରଦିନ ତାଙ୍କ ୧୫ ବର୍ଷୀୟା ନାବାଳିକା ଭାଣିଜିକୁ ଦେବାନନ୍ଦ ପାଖକୁ ଆଣିଥିଲେ।

ପରେ ଦେବାନନ୍ଦ ରାତିରେ ଏକ ନିଛାଟିଆ ଅସଥଗଛ ମୁଳକୁ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିବା କହିଛନ୍ତି ନାବାଳିକା । ଦୁଷ୍କର୍ମ କରିବା ପରେ ନାବାଳିକା ଜଣକୁ ଏକଥା ବାହାରେ କହିଲେ ପାଗଳି ହୋଇଯିବ ନଚେତ୍ ମରିଯିବ ବୋଲି କହିଥିଲା , ନା ବାଳିକା ଝୀଅ କୁ ଭୟଭୀତ କରାଇ ଦମକ ଚମକ ମଧ୍ଯ ଦେଇଥିବା ଜଣାପଡିଛି । ପରେ ନାବାଳିକା ଜଣକ ସବୁକଥା ନିଜ ପରିବାର ଲୋକଙ୍କୁ କହିଥିଲା । ଏକଥା ଶୁଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହି ଘଟଣାକୁ ବାହୁବଳୀ ଗୃହରକ୍ଷୀ ନିଜର ଖାକି ପୋଷାକର ଭୟ ଦେଖାଇ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇଛି। ଅପରପକ୍ଷରେ ଏହି ଗୃହରକ୍ଷୀ ଜଣକ ଦୀର୍ଘ ଦିନରୁ ଏହିପରି ଗୁଣିଗାରେଡି କରି ଲୋକଙ୍କୁ ଠକୁଥିବା ସହିତ ନିଜର ଏହି ଅପରାଧିକ କାର୍ଯ୍ୟକଳାପ ଚଳାଇଥିଲେ ବୋଲି ଚର୍ଚ୍ଚା ଜୋର ଧରିଛି। ଜଣେ ଖାକି ପୋଷାକଧାରୀଙ୍କ ଏପରି କାର୍ଯ୍ୟକୁ ଜିଲ୍ଲା ବ୍ୟାପି ଘୋର ନିନ୍ଦା କରିବା ସହିତ ଉକ୍ତ ଗୃହରକ୍ଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି । ଜାମଦା ପୋଲିସ ଅଭିଯୋଗ ଆଧାରରେ ଅଭିଯୁକ୍ତ ଦେବାନନ୍ଦ ପାତ୍ର କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି

No Result
View All Result