No Result
View All Result
୧୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ସରାକୋର ଗ୍ରାମରେ ଗତ ୮ ତାରିଖରେ ଗୋଟେ ଦଳିତ ପରିବାର ର ଉପରେ ହୋଇଥିବା ତେଣ୍ଟା ମାଡ଼ ସମେତ ବର୍ବୋରଚିତ ମରଣାତ୍ମକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଉନାହିଁ , କେବଳ ନମକୁ ମାତ୍ର ୪ ଜଣ ଙ୍କୁ ପୋଲିସ ଗିରଫ କରି ବସିଛି। ସେଥିନେଇ ତୁରନ୍ତ ଗିରଫ ଦାବିରେ ଜାତୀୟ ଦଳିତ ଓ ଆଦିବାସୀ ମହାସଂଘ ରାଜ୍ୟସଭାପତି ଲିଟୁ ଦାସ ଙ୍କ ନେତୃତ୍ବରେ ଶତାଧିକ ମହିଳା ଯୁବକ ମାନଙ୍କୁ ନେଇ ନୂଆଗାଁ ଛକରୁ ନିଆଳି ପର୍ଯ୍ୟନ୍ତ ଏକ ରାଲି କରାଯିବା ସହ ଥାନା ସମ୍ମୁଖରେ ଘେରାଉ ବିକ୍ଷୋଭ କରାଯାଇଥିଲା

ନିଆଳି ଥାନାରେ ସରାକୋର ଗ୍ରାମରେ ଅମାନବୀୟ ଭାବରେ ବାର୍ବୋରଚିତ ମରଣାତ୍ମକ ଆକ୍ରମଣ କରିବା ଘଟଣାରେ ରୁଜୁ ହୋଇଥିବା କେସ ନମ୍ୱର ୩୪୨/୨୩ ଓ ୩୪୩/ ୨୩ ର ସମସ୍ତ ଅଭିଯୁକ୍ତ ମାନଙ୍କୁ ଅବିଳମ୍ବେ ଗିରଫ କରାଯାଉ। ପୀଡିତ ମାନଙ୍କ ଉପରେ ନିଆଳି ଥାନା ଅଧିକାରୀ ଙ୍କ ଦ୍ଵାର ରୁଜୁ କରାଯାଇଥିବା ମିଥ୍ୟା କେସ ନମ୍ୱର ୩୪୪/୨୩ କୁ ତୁରନ୍ତ ଉଛେଦ କରାଯାଉ । ସମସ୍ତ ପୀଡିତ ପରିବାରବର୍ଗଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଦିଆଯାଉ । ଉକ୍ତ ଗ୍ରାମରେ ଦୀର୍ଘଦିନ ଧରି ଅନୁସୂଚିତ ଜାତି ବର୍ଗ ଙ୍କ ଉପରେ ଏହି ଭଳି ଅ ମାନବୀୟ ଅତ୍ୟାଚାର୍ ହେଉଥିବାରୁ ଏଠାରେ ଏକ ପୋଲିସ ଫାଣ୍ଡି ପ୍ରତିଷ୍ଠା କରାଯାଉ ବୋଲି ଦାବି କରାଯାଇଥିଲା ସଂଘର ଏହି ଦାବି ଗୁଡ଼ିକୁ ପୋଲିସ SDPO ରଶ୍ମି ରଞ୍ଜନ ସାହୁ ଗ୍ରହଣ କରି ଦଶ ଦିନ ମଧ୍ୟରେ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେବା ପରେ ସଂଘ ପକ୍ଷରୁ ଏହି ଆନ୍ଦୋଳନ ବନ୍ଦ କରାଯାଇଥିଲା ।

ଏହି ରାଲି ଓ ବିକ୍ଷୋଭ ରେ ଜାତୀୟ ଦଳିତ ଓ ଆଦିବାସୀ ମହାସଂଘ ର ପ୍ରକାଶ ଭୋଇ ବହୁଜନ ଛାତ୍ର ଓ ଯୁବ ସମୁଖ୍ୟର ରାଜ୍ୟ ସଂଯୋଜକ ଅନିଲ କୁମାର ମଲ୍ଲିକ ଜଗନ୍ନାଥ ଭୋଇ ଅବସର ପ୍ରାପ୍ତ ବରିଷ୍ଟ ଭାରତୀୟ ପ୍ରଶାସନିକ ଅଧିକାରୀ ଶରତ ଚନ୍ଦ୍ର ନାୟକ ଏ ପି ଆଇ ର ଯୁଗ୍ନ ସମ୍ପାଦକ ପିୟୁସ୍ ଦାସ ଶାସ୍ତ୍ରୀ ବାହାଦୁର ପ୍ରଧାନ, ଅଶୋକ ଭୋଇ, ଟିକିନା ପରିଡ଼ା, କେଶବ ଭୋଇ, ପ୍ରମୋଦ କୁମାର ଭୋଇ, ଗିରିଶ ଚନ୍ଦ୍ର ନାୟକ, ଲିଙ୍ଗରାଜ ଭୋଇ,ପୁଷ୍ପଲତା ଭୋଇ, ନିରୁପମା ଭୋଇ, ମିନତୀ ରାଉତ, ହିନୀ ବେହେରା , ପ୍ରମୁଖଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନ ର କର୍ମ କର୍ତ୍ତା ମାନେ ଏହି ବିକ୍ଷୋଭ ରାଲିରେ ନେତୃତ୍ଵ ନେଇ ଗିରଫ ଦାବି କରିଥିଲେ ।


No Result
View All Result