No Result
View All Result
୧୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆଶ୍ୱିନ ମାସ ଠାରୁ ଆରମ୍ଭ ହୋଇଥାଏ ପାର୍ବଣ ଋତୁ । ମା ଦଶଭଜା ଧରାପୃଷ୍ଠରେ ଅବତରଣ କରିଥାନ୍ତି । ମହାଳୟା ଠାରୁ ବିଭିନ୍ନ ଦେବୀ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ଏହି ପୂଜା ଦଶମୀ ପର୍ଯ୍ୟନ୍ତ ଚାଲବ । ସଶ୍ୟ ଶ୍ୟାମଳା ପରିବେଶ ମଧ୍ୟରେ ରହିଛି ବିରିଡି ବ୍ଲକ ଗରାମ ଦରଡାଶାସନ ଗ୍ରାମରେ ଥିବା ମା , ଶଙ୍ଖେଶ୍ୱରୀ ଦୁଲାଦେବୀଙ୍କ ପୀଠସ୍ଥଳୀ ।

ଏଠାରେ ମାଙ୍କର ଦୈନଦିନ ପୂଜା ସାଙ୍ଗକୁ ,ଆଶ୍ୱିନ ମାସ ମହିଳାର ପରଦିନ ଠାରୁ ଆରମ୍ଭ ହୋଇଛି ଦ୍ୱାଦଶତମ ବାର୍ଷିକ ନବରାତ୍ର ପୂଜା । ଏହି ନବମୀ ଦିନ ପୂର୍ଣ୍ଣାହୁତି ଦିଆଯାଇ ନବରାତ୍ର ପୂଜା ସଂପୂର୍ଣ୍ଣ କରାଯିବ । ଏହି ପୂଜା ଦେଖିବା ପାଇଁ ପ୍ରତିଦିନ ମାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଏହି କାର୍ଯ୍ୟରେ ପରିଚାଳନା କମିଟିର ସଭାପତି ସୌମ୍ୟ ରଞ୍ଜନ ପରିଡ଼ା, ସଂପାଦକ ସୁଶାନ୍ତ ବେହେରା,

ମୁଖ୍ୟ ପୂଜକ ସନ୍ତୋଷ ଶତପଥୀ, ପ୍ରକାଶ ବେହେରା, ମୁଖ୍ୟ ପରିଚାଳକ ଲକ୍ଷ୍ମୀ ଧର ପରିଡ଼ା, ଅମିନ ଚରଣ ବେହେରା, ମନ୍ଦିର ଟ୍ରଷ୍ଟି ଲକ୍ଷ୍ମୀଧର ନାୟକ, କର୍ତ୍ତା ପ୍ରଭାକର ନାୟକ, କର୍ତ୍ତୀ ହିରାମଣି ନାୟକ, ଦିବ୍ୟ ସିଂହ ପାତ୍ର ,ବିଜୟ ରାଉତ, ଦିଲିପ ବେହେରା, ଅଜୟ ପ୍ରଧାନ, ଉଦୟ ନାଥ କୁଣ୍ଡୁ,ରାମ ଚନ୍ଦ୍ର ପ୍ରଧାନ , କୁନା ପ୍ରଧାନ, ଶିବପ୍ରସାଦ ବେହେରା, ଅଜୟ ବେହେରା, ପ୍ରଭାକର ପଟ୍ଟନାୟକ,

ବାଉରୀ ବନ୍ଧୁ ବାରିକ ,ନିମାଇଁ ଚରଣ ରାଉତରାୟ,କମଲେସ୍ ଓଝା, ପ୍ରମୋଦ ବେହେରା, କାଳନ୍ଦି ମହାପାତ୍ର, ସ୍ମୃତି ରଞ୍ଜନ ମହାପାତ୍ର ପ୍ରମୁଖ ସଦସ୍ୟ ମାନେ ନବରାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରୁଛନ୍ତି । ଏଥିରେ ଗ୍ରାମର ସମସ୍ତ ଯୁବକ ଏବଂ ବୟଜ୍ୟେଷ୍ଠ ବ୍ୟକ୍ତି ସହଯୋଗ କରୁଛନ୍ତି ।

No Result
View All Result