• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୋଦୀ ଜୀ’ଙ୍କ ପାଇଁ ମହିଳା ସଶକ୍ତୀକରଣ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ଏହା ସମ୍ମାନର ବିଷୟ : ଶ୍ରୀ ଶାହ ‘

Proprietor Abhimanyu Maharana by Proprietor Abhimanyu Maharana
September 22, 2023
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ମୋଦୀ ଜୀ’ଙ୍କ ପାଇଁ ମହିଳା ସଶକ୍ତୀକରଣ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ଏହା ସମ୍ମାନର ବିଷୟ : ଶ୍ରୀ ଶାହ ‘
Share on FacebookShare on TwitterWhatsapp

୨୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଦିଲ୍ଲୀ :->  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଅଧୀନରେ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ସମ୍ପର୍କିତ ୧୨୮ତମ ସମ୍ବିଧାନ ସଂଶୋଧନ ଅଧିନିୟମ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ- ୨୦୨୩’ ମଙ୍ଗଳବାର ଲୋକସଭାରେ ଆଗତ କରାଯାଇଥିଲା । ପରିଶେଷରେ ବୁଧବାର ଉକ୍ତ ଅଧିନିୟମ ଲୋକସଭାରେ ଅନୁମୋଦନ ଲାଭ କରିଛି । ଏହି ଅବସରରେ ବିରୋଧୀ ଦଳଗୁଡିକର ପ୍ରଶ୍ନ ଉପରେ ଶ୍ରୀ ଶାହ ଜୋର୍‍ ଦେଇ କହିଥିଲେ ଯେ, କିଛି ରାଜନୈତିକ ଦଳ ପାଇଁ ମହିଳା ସଶକ୍ତୀକରଣ ଏକ ରାଜନୈତିକ କାର୍ଯ୍ୟସୂଚୀ ଅଥବା ଏକ ରାଜନୈତିକ ପ୍ରସଙ୍ଗ ହୋଇପାରେ ।

କିନ୍ତୁ ମୋଦୀ ଜୀ’ଙ୍କ ପାଇଁ ମହିଳା ସଶକ୍ତୀକରଣ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ଏହା ମହିଳାଙ୍କ ସମ୍ମାନର ବିଷୟ । ବୁଧବାର ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କରେ ବିସ୍ତୃତ ଆଲୋଚନା ବିତର୍କ କରାଯିବା ପରେ ଏହା ସପକ୍ଷରେ ୪୫୪ ଭୋଟ ପଡିଥିଲା ଏବଂ ଦୁଇ ତୃତୀୟାଂଶ ବହୁମତରେ ଅଧିନିୟମ ଗୃହର ଅନୁମୋଦନ ଲାଭ କରିଥିଲା । ମହିଳା ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସମୟସୀମାକୁ ନେଇ ବିରୋଧୀ ଦଳଗୁଡିକ ଜୋର୍‍ଦାର ଆପତ୍ତି ଦର୍ଶାଇଥିଲେ । ୨୦୨୯ ପୂର୍ବରୁ ଏହି ଅଧିନିୟମ କାହିଁକି କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ସେମାନେ ପ୍ରଶ୍ନ କରିଥିଲେ । ଏପରିକି ଅଭିଯୋଗ ଉଠିଥିଲା ଯେ ସରକାର ମହିଳା ସଂରକ୍ଷଣକୁ ଏକ ନିର୍ବାଚନୀ କୌଶଳ ଭାବରେ ବ୍ୟବହାର କରୁଛନ୍ତି, କାରଣ ଏହି ସଂରକ୍ଷଣ ବ୍ୟବସ୍ଥା ଜନଗଣନା ଏବଂ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ପୂର୍ବରୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ।

ଏହି ସମସ୍ତ ଅଭିଯୋଗର ଜବାବ ରଖି ବିଜେପିର ବରିଷ୍ଠ ନେତା ଶ୍ରୀ ଅମିତ ଶାହ କହିଥିଲେ, ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ସକାଶେ ଉଭୟ ଜନଗଣନା ଏବଂ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ୨୦୨୪ ଲୋକସଭା ନିର୍ବାଚନ ପରେ ଗଠିତ ହେବାକୁ ଥିବା ନୂତନ ସରକାର ଜନଗଣନା ଏବଂ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିବେ । ମୋଦୀ ଜୀ’ଙ୍କର ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଲକ୍ଷ୍ୟ ଆଧାରରେ ଅଣାଯାଇଥିବା ଏହି ଅଧିନିୟମ ଦେଶରେ ନିଷ୍ପତ୍ତି ଗ୍ରହଣ ଏବଂ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ମହିଳାଙ୍କ ଅଂଶଗ୍ରହଣରେ ବୃଦ୍ଧି ଘଟାଇବ । ଏହା ରାଷ୍ଟ୍ରର ଗଣତାନ୍ତ୍ରିକ ଯାତ୍ରାରେ ଏକ ଉଲ୍ଲେଖନୀୟ ସଫଳତା ବିବେଚିତ ହେଉଛି । କିନ୍ତୁ ପରିତାପର ବିଷୟ ଯେ ଦେବେଗୌଡାଙ୍କ ସରକାରରୁ ନେଇ ମନମୋହନ ସିଂଙ୍କ ସରକାର ପର୍ଯ୍ୟନ୍ତ ପୂର୍ବରୁ ଚାରିଥର ଏହି ଅଧିନିୟମ ଗୃହୀତ କରାଇବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ରାଜନୈତିକ କାରଣରୁ ତାହା ସଫଳ ହୋଇନଥିଲା ।

୨୭ବର୍ଷ ପରେ ଏହି ଅଧିନିୟମ ସମ୍ପ୍ରତି ଶ୍ରୀ ଶାହଙ୍କ ମାର୍ଗଦର୍ଶନରେ ଲୋକସଭାରେ ଗୃହୀତ ହୋଇଛି । ନାରୀଶକ୍ତି ବନ୍ଦନ ଅଧିନିୟମରେ ମହିଳାମାନଙ୍କୁ ଲୋକସଭା ଓ ରାଜ୍ୟସଭାରେ ୩୩ ପ୍ରତିଶତ ସଂରକ୍ଷଣ ସୁବିଧା ପ୍ରଦାନ ବ୍ୟବସ୍ଥା ରହିଛି ଏବଂ ଏହାପ୍ରତି ଲୋକସଭାର ପ୍ରାୟ ସମସ୍ତ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ବିଜେପିର ବରିଷ୍ଠନେତା ଶ୍ରୀ ଅମିତ ଶାହଙ୍କର ବିଶ୍ୱାସ ଯେ, ମହିଳାମାନେ ଜନତାଙ୍କ ପ୍ରତିନିଧି ଭାବରେ ସେବାକଲେ ମହିଳାମାନଙ୍କ ନିକଟରେ କ୍ଷମତା ରହିବା ସହିତ ସରକାରୀ ଯୋଜନାଗୁଡିକର ଫାଇଦା ଦେଶର ଶେଷ ବ୍ୟକ୍ତି ନିକଟରେ ପହଞ୍ଚିପାରିବ । ଏହା ଆଇନରେ ପରିଣତ ହେଲେ ସଂସଦର ଏକ ତୃତୀୟାଂଶ ଆସନ ମହିଳା ସାଂସଦଙ୍କ ପାଇଁ ସଂରକ୍ଷିତ ରହିବ, ଯାହା ମହିଳା ସଶକ୍ତୀକରଣ ଯାତ୍ରାରେ ଏକ ଉଲ୍ଲେଖଯୋଗ୍ୟ ମାଇଲଖୁଌକ୍ଷଗ୍ଧ; ହେବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
 ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ 

 ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ 

September 20, 2026
ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

September 20, 2026
ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

September 20, 2026
ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍‌ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍‌ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା

September 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

 ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ 

 ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ 

September 20, 2026
ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

September 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version