No Result
View All Result
୧୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ପୁଣି ଆଉ ଏକ ନାରୀ ଯୌତୁକ ଜନିତ ଜୁଇରେ ପ୍ରାଣ ଗଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଆର ଉଦୟଗିରି କେ ଏମ ଭାଲିଆ ସାହି ଗ୍ରାମରେ । ଝିଅର ଅସ୍ବାଭାବିକ ମୃତ୍ୟୁକୁ ନେଇ ତାଙ୍କ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି । ପ୍ରକାଶ ଯେ, ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ସାରିଆପଲ୍ଲୀ ନିବାସୀ ପି.ପାପାରାଓଙ୍କ କନ୍ୟା ଅନୀତା କୁମାରୀ (୨୯) ଗତ ଦୁଇବର୍ଷ ପୂର୍ବେ ଏହି ବ୍ଲକ ଅନ୍ତର୍ଗତ ଭୁଷୁକୁଡି ଗ୍ରାମର ଏସ୍. ଭୀମାରାଜୁ(୩୪)ଙ୍କୁ ବୈଦିକ ରିତୀରେ ବାହା ହୋଇଥିଲେ । ଭୀମାରାଜୁ ଯିଏକି ରା.ଉଦୟଗିରି ବ୍ଲକ ଅନ୍ତର୍ଗତ କେ.ଏମ୍.ଭାଲିଆସାହି ଠାରେ ଶିକ୍ଷକତା କରୁଥିଲେ । ମୃତ ଅନୀତାଙ୍କ ବାପା ପାପା ରାଓଙ୍କ କହିବା ପ୍ରକାରେ ବିବାହ ପର ଠାରୁ ଅନୀତାଙ୍କୁ ତାଙ୍କ ଶାଶୁ ଘରର ଲୋକେ ଏବଂ ନିଜର ଶିକ୍ଷକ ସ୍ବାମୀ ସହ ବିଭିନ୍ନ ନିର୍ଯ୍ୟାତନା ଦେଇ ଆସୁଥିଲେ ଅନୀତା ।
ପାପାରାଓଙ୍କ ଅଭିଯୋଗ ପ୍ରକାରେ ଅନୀତାଙ୍କୁ ତାଙ୍କ ଶାଶୁ ଘରର ଲୋକେ ଏବଂ ସ୍ବାମୀ ବିଭିନ୍ନ ସମୟରେ ଅଧିକା ଯୌତୁକ ଆଣିବା ପାଇଁ ଶାରରୀକ ଏବଂ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ନିଜ ଝିଅଙ୍କ ଠାରୁ ଖବର ପାଇବା ଶୁଣି ଅନୀତାଙ୍କ ଶାଶୁ ଘରର ଲୋକ ଶଶୁର ଏସ୍. ଅଚ୍ୟୁତ ରାଓ ଶାଶୁ ଏସ୍. ତେଜେମା, ନଣନ୍ଦ ଦାରାପୁ ଚିନ୍ନମାଇ ଏବଂ ନିଜ ଜ୍ବାଇଁ ଭୀମରାଜୁଙ୍କୁ ବୁଝାସୁଝା କରି ଆସୁଥିବାର ପ୍ରକାଶ କରିଛନ୍ତି । ତେବେ ଗତକାଲି ସନ୍ଧ୍ୟା ପ୍ରାୟ ଛଅ ଘଣ୍ଟା କୋଡିଏ ମିନିଟରେ ରା.ଉଦୟଗିରି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଥାଇ ଜୋଇଁପୁଅ ଜଣକ ମୋ ଝିଅର ମୃତ୍ୟୁ ଖବର ଦେଇଥିଲେ ବୋଲି କହିଛନ୍ତି ।
ଖବର ପାଇ ଆମ୍ଭ ସପରିବାର ରା.ଉଦୟଗିରି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଗଲାବେଳେ ଝିଅର ମୃତ ଶରୀର ଦେଖିଥିଲେ । ସେ ପରିଧାନ କରିଥିବା ମଙ୍ଗଳସୂତ୍ର ସହ ହାତରେ ଚୁଡି ନଥିବାର ପ୍ରକାଶ କରିଛନ୍ତି । ଏହା ସହ ଝିଅର ମୁଣ୍ଡରେ ଆଘାତ ଲାଗି ରକ୍ତ ବାହାରୁଥିବା ସେ ଲିଖିତ ଅଭିଯୋଗରେ ଜଣାଇଛନ୍ତି ଯେ, ଝିଅ ମୋର ଉଚ୍ଚଶିକ୍ଷିତ ଥିବାରୁ ସେ କେବେବି ଆତ୍ମହତ୍ୟା କରିପାରିବ ନାହିଁ । ତେଣୁ ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ନ୍ୟାୟ ପ୍ରାର୍ଥନା କରିଛନ୍ତି । ଏହା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିବେଦନ କରିଛନ୍ତି । ଅପରପକ୍ଷରେ ଗତକାଲି ରା.ଉଦୟଗିରି ଗୋଷ୍ଠି ଚିକିତ୍ସାଳୟରେ ମୃତ ଅନୀତାକୁ ବିଷ ଖାଇ ଥିବାକୁନେଇ ଚିକିତ୍ସାଳୟରେ ଭର୍ତ୍ତି କରିଥିବାର ଜଣାପଡିଛି । ତେବେ ମୃତ ଅନୀତାଙ୍କ ପରିବାର ବର୍ଗ ପହଞ୍ଚିବା ପରେ ଘଟଣାଟି ନୂଆ ମୋଡ ନେଇଥିଲା ।
ଆଜି ସକାଳେ ମୃତ ଅନୀତାଙ୍କ ବାପା ପାପାରାଓ ରା.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ଅଣାଯାଇଥିଲା । ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିବାର ଜଣାପଡିଛି । ତେବେ ଭୀମାରାଜୁଙ୍କୁ ରା.ଉଦୟଗିରି ପୋଲିସ ଅଟକ ରଖି ପଚରା ଉଚରା କରୁଥିବା ବେଳେ ତଦନ୍ତ ଜାରି ରଖିଥିବା ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପରଦାଫାସ ହେବ ବୋଲି ରା.ଉଦୟଗିରି ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି । ଏନେଇ ରା.ଉଦୟଗିରି ଥାନାରେ ୧୧୦/୨୩ରେ ଏକ ମାମଲା ରୁଜୁ କରାଯାଇ ଦଫା ୪୯୮ଏ, ୩୦୨, ୩୦୪ବି, ୩୪୧, ୪ଡିପି ଆକ୍ଟ ପ୍ରକାରେ ତଦନ୍ତ ଜାରି ରହିଥିବାର ମଧ୍ୟ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।

No Result
View All Result