୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ମାହାଙ୍ଗାର ବିରୋଧୀଙ୍କ ଗଡ଼ କୁହାଯାଉଥିବା ପୋଡ଼ମାରେଇ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ସହିତ ଶତାଧିକ କର୍ମୀ ବିଜେଡ଼ି ଶଙ୍ଖ ଭବନରେ ଯୋଗଦେଲା ପରେ ପଞ୍ଚାୟତରେ ଚିତ୍ର ବଦଳିବାରେ ଲାଗିଛି l ପଞ୍ଚାୟତର ବିଭିନ୍ନ ଗ୍ରାମରେ ରାସ୍ତା କାର୍ଯ୍ୟ ହେବାକୁ ଯାଉଛି ଯାହା ଦେଖି ଜନସାଧାରଣଙ୍କ ଖୁସି କହିଲେ ନସରେ l

ସିନ୍ଧୁପୁର କାଜିସାହି ହନୁମାନ ମନ୍ଦିର 140 ପୁଟର ରାସ୍ତା ପ୍ରାୟ 2 ଲକ୍ଷ ଟଙ୍କାର ଅଟକଳ ବେୟ ବରାଦରେ ହେବାକୁ ଯାଉଥିବା ବେଳେ ହାଡ଼ିଆ ଛକ ଠାରୁ ପୋଡାମାରାଇ ସ୍କୁଲ ପ୍ରଯ୍ୟନ୍ତ 240 ପୁଟ ରାସ୍ତା ପ୍ରାୟ 4 ଲକ୍ଷ ଟଙ୍କାର ବେୟ ବରାଦ ସହିତ ଧୀରେନ୍ଦ୍ର ଜେନା ଘରଠାରୁ ରାମ ଜେନା ଘର ପ୍ରଯ୍ୟନ୍ତ 120 ପୁଟର ରାସ୍ତା ପାଇଁ 2 ଲକ୍ଷ ଟଙ୍କାର ବେୟ ବରାଦ ହୋଇଅଛି l

ସେହିପରି ଅଲିଅରା RD ରୋଡ ଖଟୁଆ ସାହି ରାସ୍ତା ଅନନ୍ତ ରାଉତ ଘର ପ୍ରଯ୍ୟନ୍ତ ପ୍ରାୟ 300 ପୁଟର ରାସ୍ତା ଦୀଘ୍ର ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି ବୋଲି ସାହିରେ ଖିସିରେ ଗଦଗଦ ଲୋକେ l ଏହା କେବଳ ମାହାଙ୍ଗାର କର୍ଣ୍ଣଧାର ମାନନୀୟ ବିଧାୟକ ପ୍ରତାପ ଜେନାଙ୍କ ପାଇଁ ହିଁ ସମ୍ଭବ ହେଉଛି l ବିକାଶର ଅଗ୍ରଗତି ଦେଖି ବିରୋଧୀ ତଳ ମୁହାଁ l
କଥା ଦେଇ କଥା ରଖିଛନ୍ତି ବିଧାୟକ l କଥାରେ କେବଳ ନୁହେଁ କାମରେ ବିଶ୍ୱାସ ରଖନ୍ତି ପ୍ରତାପ ଜେନା l ପଡ଼ମାରାଇ ପଞ୍ଚାୟତର ନୂତନୀ କରଣରେ କେବଳ ପ୍ରତାପ ଜେନାଙ୍କ ବିକାଶର ଚିତ୍ର ପଞ୍ଚାୟତ ବାସୀଙ୍କ ମୁହଁରେ ଖୁସିର ଲହରୀ ଦେଇପାରିବ ବୋଲି କହିଛନ୍ତି ପଞ୍ଚାୟତବାସୀ l
















