୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଜଗତପୁର ନିକଟରେ ଆଜି ଗୋଟିଏ ରେଳ ଟ୍ରାକରେ ଦୁଇଟି ଟ୍ରେନ ଆସୁଥିବା ଦେଖି ଯାତ୍ରୀ ମାନେ ଭୟଭୀତ ହୋଇ ଟ୍ରେନରୁ ଓହ୍ଲାଇ ଦୌଡ଼ିବା ଆରମ୍ଭ କରିଦେଇଥିଲେ । ରେଳ କର୍ମଚାରୀଙ୍କ ବେପରୁଆ ନିତି ଯୋଗୁଁ ଆଜି ଏକ ବଡ଼ ଦୁର୍ଘଟଣାରୁ ଯାତ୍ରୀମାନେ ରକ୍ଷା ପାଇ ଯାଇଥିଲେ ।
ଏହି ଭିଡ଼ିଓ ଭାଇରାଲ ହେବାପରେ ରେଳବାଇ କତ୍ତୃପକ୍ଷ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରେଳବାଇ ର ଏହା ସ୍ୱଭାବିକ ପ୍ରକ୍ରିୟା, ସିଗନାଲ କାମ ହେଉଥିବାରୁ ଗୋଟିଏ ଟ୍ରାକରେ ପଛକୁ ପଛ ଆସୁଥିବା ଟ୍ରେନ ଅଟକି ରହିଥିଲା ।













