No Result
View All Result
୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ନୀଳଶୈଳ ଏବଂ ରାଜକିଶୋର ରାଜ ସ୍ମୃତି ସଂସଦର ମିଳିତ ଆନୁକୁଲ୍ୟରେ କଟକ ରାଜାବଗିଚା ସ୍ଥିତ ନେତାଜୀ ମେମୋରିଆଲ ସିଟି କଲେଜ ପରିସରରେ ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନୀଳଶୈଳର ସଭାପତି ଆଡଭୋକେଟ ଧରଣୀଧର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କଟକ-ବାରବାଟୀର ମାନ୍ୟବର ବିଧାୟକ ମହମ୍ମଦ ମୋକିମ୍ ଉଦ୍ଘାଟିତ କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶହ ଶହ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ବିଚାରକ ଭାବରେ ଓଡିଶୀ ନୃତ୍ୟ ନିମନ୍ତେ ଯାଜ୍ଞସେନୀ ରାୟ ଏବଂ ନମିତା ଉତ୍ତରାୟ ,

ସଂଗୀତ ନିମନ୍ତେ ମସି ଦାସ ଏବଂ ମମତା ଦାସ , ସମ୍ବଲପୁର ନିମନ୍ତେ ଶୁଭଲକ୍ଷ୍ମୀ ରାମ ଏବଂ ସୁବାସ ଦାସ , ଭଜନ ନିମନ୍ତେ ଜ୍ଯୋଷ୍ଣା ଦାସ ଏବଂ ଜମୁନା ସାହୁ , ବକ୍ତୃତା ନିମନ୍ତେ ଲଲ୍ଳୀତ କୁମାର ମିଶ୍ର , ଆଶୋକ କୁମାର ମହାପାତ୍ର , ସବିତା ମାହାନ୍ତି ଏବଂ ସଙ୍ଗ୍ରାମ ଚନ୍ଦ୍ର ଦାସ , ଚିତ୍ରାଙ୍କନ ନିମନ୍ତେ ଜିତେନ୍ଦ୍ର କୁମାର ସାହୁଙ୍କ ଭଳି ଅଭିଜ୍ଞ ଏବଂ ନିରପେକ୍ଷ ବିଚାରପତି ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ନିତା ରାଜ ,ତେଜସ୍ମିତା ରାଉତ ,ମନୋରଞ୍ଜନ ରାଉତରାୟ , ଶକ୍ତି ଶଙ୍କର ରାଜ , ଶୋତପଦ୍ମା ରାଜ , ସୌଭାଗ୍ୟ ଶଙ୍କର ରାଜ , ସତ୍ୟବତ୍ର ନାୟକ , ଐଶ୍ବରା ରାଜ , ମମତା ନାୟକ , ଶିବ ସୌମେନ୍ଦ୍ର ରାଜ ଏବଂ ସୌମ୍ୟ ଶଙ୍କର ରାଜ ପ୍ରମୁଖ ପରିଚାଳନା କରିଥିଲେ ।


No Result
View All Result