No Result
View All Result
୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ମାଣ୍ଡିଆ ଏବଂ ଅନ୍ୟାନ୍ୟ ଲଘୁ ଶସ୍ୟ ଜାତୀୟ ଫସଲ ଚାଷର ବୃଦ୍ଧି ସହିତ ଏହାର ବ୍ୟବହାର ବୃଦ୍ଧି ସକାଶେ ସଚେତନତା ଜାଗ୍ରତ କରାଇବା ନିମନ୍ତେ ଚଳିତ ଅନ୍ତଜାତୀୟ ମିଲେଟ୍ ବର୍ଷରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ତଥା ଓଡିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟେ ଏବଂ କୃଷି ବିଜ୍ଞାନ ଗଜପତିର ମିଳିତ ଆନୁକୁଲ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ଗଜପତି ତରଫରୁ ଆର,ଉଦୟଗିରି ବ୍ଳକର ତବାରସିଂ ଗ୍ରାମରେ ମାଣ୍ଡିଆ ଜାତୀୟ ଖ୍ୟାଦ୍ରବ୍ରଦ୍ୟର ଏକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ନିକଟସ୍ଥ ତିତିଗୋଟି ଗ୍ରାମର ୩୧ ଜଣ କୃଷିଜିବୀ ମହିଳା ଭାଗ ନେଇଥିଲେ ।
ସେମାନେ ବିଭିନ୍ନ ଖାଦ୍ୟ ଯଥା ମାଣ୍ଡିଆ ଲଡୁ, ଚା, କାକରା, ଦାନ୍ତକିଲି, ପୋଡପିଠା, ଫୁଲୁକା,କେକ୍ ଏବଂ ଜହ୍ନବରା, କାକର ପ୍ରସ୍ତୁତ କରିଥିଲେ । କାର୍ଯ୍ୟକ୍ରମରେ କୃଷିବିଜ୍ଞାନ କେନ୍ଦ୍ରର କ୍ଷେତ୍ରବିଜ୍ଞାନ ବୈଜ୍ଞାନିକ ଡଃ, ସଂଜୀବ ମାଣ୍ଡି ମାଣ୍ଡିଆ ଜାତୀୟ ଖାଦ୍ୟଦ୍ରବ୍ୟର ଔଷଧୀୟ ଗୁଣ ବିଷୟରେ ଆଲୋଚନା କରିଥିଲେ । ଏଥିରେ ନିକଟସ୍ଥ ତିନିଗୋଟି ଗ୍ରାମର ପ୍ରାୟ ୩୧ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ବିଚାରକ ଭାବେରେ ଓଡିଶା ଜିବିକା ମିଶନର ବ୍ଲକ ପ୍ରୋଜେକ୍ଟ କୋର୍ଡିନେଟର ଘନଶ୍ୟାମ ଜେନା, ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ପୁରୁଷୋତ୍ତମ କାର୍ଜି ଏବଂ ମହିଳା ସଂୟ ସହାୟକ ଗୋଷ୍ଠୀର ସଦସ୍ୟ ରିତା ଦଳାଇ ଯୋଗ ଦେଇଥିଲେ ଏବଂ ସର୍ବୋତ୍ତମ ତିନି ଜଣ ବିଜେତା ତଥା ହଇଜଣ ସାନ୍ତୁନାମୂଳକ ବିଜେତାଙ୍କ ନାମ ଘୋଷିତ କରିଥିଲେ ।

No Result
View All Result