ଅରଡ ପତିଶାସନ ରାସ୍ତା ନିର୍ମାଣ ହେଲାନି : ବର୍ଷ ବର୍ଷ ଧରି ପଡିରହିଛି ଖାଲଖମା ରାସ୍ତା – ନବୀକରଣ ହେବ କେବେ ..?
କେବେ ପ୍ରତିଶୃତି ପୂରଣ କରିବେ ଚନ୍ଦ୍ର ସାରଥୀ !!

୩୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବୟାଳିଶ ମୌଜା :-> କଟକସଦର ୪୨ମୌଜା ପାଶ୍ୱର୍ ଖଡିଚୁଆଁଦେଉଳି ଗ୍ରାମ ସନ୍ନିକଟ ଖଣ୍ଡେୟତା ପଂଚାୟତ ଅର୍ନ୍ତଗତ ୧୬ନଂ ୱାର୍ଡ ଅରଡ ପତିଶାସନ ରାସ୍ତା ନବୀକରଣ ପାଇଁ ବାରମ୍ବାର ଦାବି ପରେ ଆର୍.ଡି. ବିଭାଗ ତରଫରୁ ଏକ ବର୍ଷ ତଳେ ଅଧିକାରୀମାନେ ଆସିଥିଲେ । ଏହି ମରଣଯନ୍ତା ରାସ୍ତାକୁ ପ୍ରଶସ୍ତୀକରଣ ସହିତ ନବୀକରଣ କରିବାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟକୁ ରିପୋର୍ଟ ପଠାଇଥିଲେ । କିନ୍ତୁ ଆଜି ଯାଏଁ ଏହି ରାସ୍ତା ନବୀକରଣ ହୋଇପାରିନାହିଁ ।

ସେହିପରି ଜନପ୍ରତିନିଧିମାନେ ମଧ୍ୟ ଏହି ରାସ୍ତା ପ୍ରତି ଟିକେ ହେଲେ ଦୃଷ୍ଟି ଦେଉନଥିବା ଯୁବ ସମାଜସେବୀ ଭଗବତ ପତି , ଟୁଲୁ ପତି, ସୌମ୍ୟ ପତି, ଦିପ୍ତୀରଞ୍ଜନ ପତି ସୂଚନା ପ୍ରଦାନ କରିଛନ୍ତି । ଯଦ୍ୱାରା ଗତ ବର୍ଷାଦିନେ ଏହି ରାସ୍ତା ମରଣଯନ୍ତା ଖାଲଖମା ମାଟି ରାସ୍ତା ପଥଚାରୀ ଓ ଛାତ୍ରଛାତ୍ରୀ ତଥା ଆବାଳ ବୃଦ୍ଧ ବନିତାଙ୍କୁ ବିପଦକୁ ଠେଲି ଦେଇଥିଲା । ଛୋଟବଡ ଦୁର୍ଘଟଣାମାନ ଘଟିଥିବା ଅଭିଯୋଗ ହୋଇଥିଲା । ଏହି ବିଷୟରେ ମଧ୍ୟ କଟକ ଜିଲ୍ଲାପାଳ ତଥା ସଦର ବ୍ଳକ୍ ବିଡିଓଙ୍କୁ ମଧ୍ୟ ଅବଗତ କରାଯାଇଥିଲା । କିନ୍ତୁ ଆଜି ଯାଏ ଏହି ରାସ୍ତାକୁ ନବୀକରଣ କରାଯାଇପାରିନାହିଁ ।
ସେହିପରି ଏହି ୱାର୍ଡର ୱାର୍ଡମେମ୍ବର ଦେବାଶିଷ ପତିଙ୍କୁ ମଧ୍ୟ ରାସ୍ତା ନବୀକରଣ କରାଯାଉନାହିଁ କାହିଁକି, କ’ଣ ଅସୁବିଧା ରହୁଛି ବିଷୟରେ ପଚାରିବାରୁ ସେ କହିଲେ ମୁଁ ୮ବର୍ଷ ହେବ ମୋର ଅଭିଯୋଗମାନ ଦାଖଲ କରାଯାଇଥିଲେ ମଧ୍ୟ ଏହି ୱାର୍ଡର ସମସ୍ତ ସାହିର ରାସ୍ତା ଉନ୍ନତିକରଣ ହେଇପାରୁନାହିଁ ବୋଲି ମତବ୍ୟକ୍ତ କରିଛନ୍ତି । ସେହିପରି ଏହି ୱାର୍ଡର ୧୫୦୦ରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କ ନିମନ୍ତେ ପୂର୍ବରୁ ହୋଇଥିବା ଅଳ୍ପ କାଂଶର ଢଳେଇ ରାସ୍ତା ମଧ୍ୟ ନଷ୍ଟ ହୋଇଗଲାଣି ।
ଏଥିପାଇଁ ଯୁଦ୍ଧକାଳୀନ ଭିତିରେ ଚଳନ୍ତି ନିର୍ବାଚନ ପୂର୍ବରୁ ଏହି ୱାର୍ଡ ସହିତ ଏହାର ଆଖପାଖ ଅଂଚଳର ରାସ୍ତାଗୁଡିକୁ ପ୍ରଶସ୍ତୀକରଣ ଓ ନବୀକରଣ କରିବାକୁ ପତିଶାସନ ଦୋଳଗୋବିନ୍ଦ ଦୋଳ କମିଟି ତରଫରୁ ମୁଖ୍ୟମନ୍ତ୍ରୀ, ୫ଟି ସଚିବ , କଟକ ସାଂସଦ, କଟକସଦର ବିଧାୟକ ଏବଂ ଆର୍.ଡି. ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଦୃଢ ଦାବି ଉପସ୍ଥାପନା କରାଯାଇଛି ।













