• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ପକ୍ଷରୁ ଅମୃତ ମହୋତ୍ସବ ଆୟୋଜନ

Proprietor Abhimanyu Maharana by Proprietor Abhimanyu Maharana
August 19, 2023
in ଓଡ଼ିଶା, ଦେଶ, ହୋମ୍
0
ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ପକ୍ଷରୁ ଅମୃତ ମହୋତ୍ସବ ଆୟୋଜନ
Share on FacebookShare on TwitterWhatsapp

୧୮ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଦିଲ୍ଲୀ :-> ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର (ଆର.ପି.ଓ.ପି.) ପକ୍ଷରୁ ନିକଟରେ ମହାସମାରୋହରେ ସ୍ବାଧିନତାର ଅମୃତ ମହୋତ୍ସବ ଆୟୋଜନ କରାଯାଇଛି। ଏହି ଉପଲକ୍ଷେ ଉତ୍ସବସ୍ଥଳ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରସ୍ଥିତ ସୁଭଦ୍ରା ମଣ୍ଡପକୁ ବେଶ ସୁନ୍ଦର ଭାବେ ସଜ୍ଜା ଯାଇଥିବା ଦେଖା ଦେଇଥିଲା। ନୂଆଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରରେ ବସବାସ କରୁଥିବା ପରିବାରର ଶତାଧିକ ସଦସ୍ୟ, କର୍ମକର୍ତ୍ତା ଓ ଶୁଭାକାଂକ୍ଷୀମାନେ ସେମାନଙ୍କର ପରିବାରବର୍ଗଙ୍କ ସହିତ ଏହି ଅବସରରେ ମନ୍ଦିର ପରିସରରେ ସମବେତ ହୋଇଥିଲେ। ମହୋତ୍ସବକୁ କେନ୍ଦ୍ର କରି ଅଂଶଗ୍ରଣକାରୀମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ, ଅପୂର୍ବ ଆନନ୍ଦ, ଅଜସ୍ର ଉଲ୍ଲାସ ଏବଂ ଅଫୁରନ୍ତ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା।

ଆରମ୍ଭରେ ଆର.ପି.ଓ.ପି ର ସଦସ୍ୟମାନଙ୍କ ଦ୍ଵାରା ସମ୍ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଆର.ପି.ଓ.ପିର ସଭାପତି ତଥା ସୁପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡଃ ବିକ୍ରମ କେଶରୀ ମହାନ୍ତି, ଉତ୍ସବରେ ପୌରହିତ୍ୟ କରି ସଂଗଠନର ମହତ ଉଦ୍ଦେଶ୍ୟ ସାଧନ କରିବା ଦିଗରେ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗ କାମନା କରିଥିଲେ। ପ୍ରୋତ୍ସାହକ ଓ ଶୁଭେଚ୍ଛୁ ମାନଙ୍କର ସମର୍ଥନ ଓ ସଦିଚ୍ଛାକୁ ପାଥେୟ କରି ଆର.ପି.ଓ.ପି ନିଶ୍ଚିତ ଭାବରେ ସଫଳତାର ଶିଖରରେ ପହଞ୍ଚିବାକୁ ସକ୍ଷମ ହେବ ବୋଲି ଡଃ ମହାନ୍ତି ଦମ୍ଭ ପ୍ରକାଶ କରିଥିଲେ। ବୈଠକରେ ଉଦବୋଧନ ଦେଇ ସଂଗଠନର ପ୍ରତିଷ୍ଠାତା ସଭାପତି ଇଂ ଅକ୍ଷୟ କୁମାର ସାମଲ, ସତ୍ୟ ଓ ନିଷ୍ଠାର ସହିତ କାର୍ଯ୍ୟ କଲେ ଭଗବାନ ନିଶ୍ଚୟ ସହାୟକ ହେବେ ବୋଲି ସୁଚାଇଥିଲେ।

ପୂର୍ବତନ ସଭାପତି ମୀନକେତନ ସାମଲ ଆର.ପି.ଓ.ପି ର ସଦସ୍ୟ ମାନଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଏବଂ ଭାତୃତ୍ବର ବନ୍ଧନ ବଜାୟ ରଖାଯିବା ସପକ୍ଷରେ ମତ ପ୍ରକାଶ କରିଥିଲେ। ସଂଗଠନର ଉପସଭାପତି ରାଧାଶ୍ୟାମ ସାହୁ, ସହସମ୍ପାଦକ ସନ୍ଦୀପ ମହାପାତ୍ର ଏବଂ କୋଷାଧ୍ୟକ୍ଷ ପ୍ରଫେସର ଅମୀୟ ପ୍ରଧାନ ସମଗ୍ର ଆୟୋଜନକୁ ଦକ୍ଷତାର ସହିତ ପରିଚାଳନା ଓ ଶୃଙ୍ଖଳିତ ଭାବେ ସମାପନ କରାଯିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଆର.ପି.ଓ.ପିର ରାଷ୍ଟ୍ରୀୟ ସଂଯୋଜିକା ପୁଷ୍ପାଞ୍ଜଳି ବାରିକ ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂଚାଳନା କରିଥିଲେ। ସଂସ୍ଥାର ସହକୋଷାଧ୍ୟକ୍ଷ ସଞ୍ଜୟ ଦାସ ଏକ ଦେଶଭକ୍ତି ଗୀତ ଜରିଆରେ ଧନ୍ୟବାଦ ଅର୍ପଣ କରିଥିଲେ।
ଅମୃତ ମହୋତ୍ସବର ମୁଖ୍ୟ ଆକର୍ଷଣ ଆର.ପି.ଓ.ପିର ସଭ୍ୟମାନଙ୍କ ଦ୍ଵାରା ପ୍ରସ୍ତୁତ ରଙ୍ଗାରଙ୍ଗ ସାଂସ୍କୃତିକ ଅଧିବେଶନ ଥିଲା। ଏ ମଧ୍ୟରେ ଡଃ ବିକ୍ରମ କେଶରୀ ମହାନ୍ତି, ପୁଷ୍ପାଞ୍ଜଳି ବାରିକ ଏବଂ ସନ୍ତୋଷ ରାଉତ ପ୍ରମୁଖଙ୍କ ଦ୍ଵାରା ଗାୟନ କରାଯାଇଥିବା ସୁମଧୁର ଦେଶଭକ୍ତି ସଙ୍ଗୀତ ସ୍ଥାନ ପାଇଥିଲା।

ଆର.ପି.ଓ.ପିର ସାଧାରଣ ସମ୍ପାଦକ ଅସୀତ ପରିଡ଼ା ସହୀଦ ମାନଙ୍କର ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ ପୂର୍ବକ କବିତା ଆବୃତ୍ତି କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ରୀତା ପାତ୍ର, ସରିତା ମହାପାତ୍ର, ଅନିଲ ଜେନା, ସୁମନ୍ତ ବିଶ୍ଵାଳ, ବିମଳ ଭଲ, ରଫିଦ ଖାଁ, ସୁଧାଂଶୁ ସାହୁ, ସୌକତ ଅଲ୍ଲୀ, ମନୋଜ ସାହୁ, ସୁରେନ୍ଦ୍ର ମାନିକ, ଅଶୋକ ସ୍ବାଇଁ, ଅର୍ଚ୍ଚନା ପରିଡ଼ା, ଚକ୍ରପାଣି ପରିଡ଼ା, ମନୋରମା ବାରିକ, ଗୁରୁଚରଣ ପୋହି, କୃଷ୍ଣଚନ୍ଦ୍ର ନାୟକ, ଲକ୍ଷ୍ମଣ ନାଥ, ଚନ୍ଦ୍ରଶେଖର ଗିରି, ଧୀରେନ୍ଦ୍ର ବିଶ୍ଵାଳ, ଅମୀୟ ନାୟକ, ଗିରିଜା ଶଙ୍କର ନାୟକ ଓ ନଗେନ୍ଦ୍ର ନାଥ ସାମଲ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଶେଷରେ ମନ୍ଦିର ବେଢ଼ା ମଧ୍ୟରେ ଆର. ପି. ଓ.ପିର ସଦସ୍ୟମାନଙ୍କ ଦ୍ଵାରା ଦେବାଳୟ ବୃକ୍ଷ ଏବଂ ନାନା କିସମର ପୁଷ୍ପ ଚାରା ରୋପଣ କରାଯାଇଥିଲା।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ

ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ

August 3, 2026
ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

August 3, 2026
ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

August 2, 2026
ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

August 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ

ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ

August 3, 2026
ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

August 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version