ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିବା ପାଇଁ ଅତିଥିମାନେ ଅନୁରୋଧ କରିଥିଲେ।ସ୍ଥାନୀୟ ବ୍ଲକର ୨୧ଟି ପଞ୍ଚାୟତରେ ନୂତନ ଭାବେ ସାମିଲ ହୋଇଥିବା ୯୦୩ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା,୩୪୧ଜଣ ବିଧବା ଭତ୍ତା,୧୩୪ଜଣ ଭିନ୍ନକ୍ଷମ ଭତ୍ତା ଓ ୩୪ ଜଣଙ୍କୁ ଅବିବାହିତା ମହିଳା ଭତ୍ତାର ପ୍ରଥମ କିସ୍ତି ନଗଦ ରାଶି ପ୍ରଦାନ କରାଯାଇ ଥିଲା।ସ୍ଥାନୀୟ ବ୍ଲକର ରାଳବ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ରଶ୍ମିତା କୁମାରୀ ପ୍ରଧାନ ମଧୁବାବୁ ପେନସନ ଯୋଜନାରେ ପଞ୍ଚାୟତର ନୂତନ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଭତ୍ତା ରାଶି ପ୍ରଦାନ କରିଥିଲେ।ଅନୁରୂପ ଭାବେ ଚାନ୍ଦୁଲି ପଞ୍ଚାୟତରେ ସରପଞ୍ଚ ସୁନିତା ସାହୁ,
ଓଏସଏଏମବିଏ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଏ. ସୁଦର୍ଶନ ଉପସ୍ଥିତ ରହି ହିତାଧିକାରୀଙ୍କ କିସ୍ତି ବଣ୍ଟନ କରିଥିଲେ।କାର୍ଯ୍ୟକ୍ରମରେ ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ବେହେରା, ସୁଶାନ୍ତ କୁମାର ମଲ୍ଲିକ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ର, ବିଜୟ କୁମାର ସେଠୀ,କାଳୁ ଚରଣ ବେହେରା, ସୁଶାନ୍ତ କୁମାର ପଟ୍ଟନାୟକ, ବାସୁଦେବ ବେହେରା,ବୈଷ୍ଣବ ମଣ୍ଡଳ,ଇ.ଶଙ୍କର ରାଓ,ଜି.ଯୁଧିଷ୍ଠିର ରେଡ୍ଡୀ, ବି.ହରି,ବେଣୁଧର ବେହେରା ଓ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

© 2023 Odisha Taza News.