• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସିଆଇଆଇ ଓଡ଼ିଶା ପକ୍ଷରୁ ଭୁବନେଶ୍ୱରରେ ଗ୍ରିନ୍ ହାଇଡ୍ରୋଜେନ୍ ସମ୍ମିଳନୀ ୨୦୨୩ ଆୟୋଜିତ

Proprietor Abhimanyu Maharana by Proprietor Abhimanyu Maharana
August 5, 2023
in ଓଡ଼ିଶା, ମହାନଗର, ହୋମ୍
0
ସିଆଇଆଇ ଓଡ଼ିଶା ପକ୍ଷରୁ ଭୁବନେଶ୍ୱରରେ ଗ୍ରିନ୍ ହାଇଡ୍ରୋଜେନ୍ ସମ୍ମିଳନୀ ୨୦୨୩ ଆୟୋଜିତ
Share on FacebookShare on TwitterWhatsapp

ଗ୍ରିନ୍ ହାଇଡ୍ରୋଜନ୍ ପ୍ରକଳ୍ପର ବ୍ୟାବସାୟିକ ସଫଳତା ଜରୁରୀ : ଶିଳ୍ପ ପ୍ରମୁଖ ସଚିବ

 ସବୁଜ ଶକ୍ତିର ସାଉଦି ଆରବ ହେବାକୁ ଚାହୁଁଛି ଓଡ଼ିଶା: ହେମନ୍ତ ଶର୍ମା

 ନୀତି ଓ ଶିଳ୍ପ ପଦକ୍ଷେପ ଭିତରେ ସମନ୍ୱୟ ଆବଶ୍ୟକ: ବ୍ରିଟିଶ ଡେପୁଟି ହାଇ କମିସନର

 ଓଡ଼ିଶାକୁ ସହଯୋଗ କରିବାକୁ ନିତି ଆୟୋଗ ପ୍ରସ୍ତୁତ

୫ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଗ୍ରିନ୍ ହାଇଡ୍ରୋଜେନ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ସମସ୍ତ ଅଂଶୀଦାରଙ୍କୁ ବ୍ୟବସାୟିକ ସଫଳତା ଉପରେ ଦୃଷ୍ଟି ଦେବାକୁ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା କହିଛନ୍ତି । ପ୍ରକଳ୍ପରେ ଜଡ଼ିତ ସବୁ ପକ୍ଷ ଯଦି କୌଣସି ଆୟ କରିବେ ନାହିଁ ତେବେ ଦୀର୍ଘମିଆଦୀ ଭିତିରେ ତାହା ସଫଳ ହୋଇପାରିବନି । ସମସ୍ତଙ୍କୁ ପ୍ରକଳ୍ପର ମୂଲ୍ୟ ନିହାତି ମିଳିବା ଜରୁରୀ ବୋଲି ସେ କହିଛନ୍ତି । ୨୦୨୩ ଅଗଷ୍ଟ ୫ ଶନିବାର ଭୁବନେଶ୍ୱରରେ ସିଆଇସିଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଆୟୋଜିତ ଗ୍ରିନ୍ ହାଇଡ୍ରୋଜେନ୍ ସମ୍ମିଳନୀ ୨୦୨୩କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଆମ ପାଖରେ ପ୍ରଯୁକ୍ତି ଅଛି । ତାହାକୁ ଶିଳ୍ପର ବ୍ୟାପକତା ଆଧାରରେ କାର୍ଯ୍ୟକାରୀ କରିବାର ଆଶ୍ୟକତା ରହିଛି । ଓଡ଼ିଶା ଭଳି ଏକ ଶକ୍ତିବହୁଳ ରାଜ୍ୟକୁ ଶିଳ୍ପାୟନରୁ ସୃଷ୍ଟି ହେଉଥିବା କାର୍ବନକୁ ହ୍ରାସ କରିବା ଲାଗି ସବୁଜ ଶକ୍ତି ଆପଣେଇବାକୁ ପଡ଼ିବ ।

ସବୁଜ ଶକ୍ତି ହେଉଛି ସରକାରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଯେଉଁଠାରେ ଆମେ ଆମର ଭବିଷ୍ୟତ ଦେଖୁଛୁ । ଏହି କ୍ଷେତ୍ରରେ ନିବେଶକମାନଙ୍କୁ ସରକାର ପୁଞ୍ଜି ବ୍ୟୟ ଉପରେ ୩୦% ସବ୍ସିଡି ଓ ବିଦ୍ୟୁତ ଶୁଳ୍କ ଉପରେ ରିହାତି ଭଳି ସୁବିଧା ପ୍ରଦାନ କରୁଛନ୍ତି । ଏହା ଜରିଆରେ ସେମାନଙ୍କ ଇବିଆଇଟିଡିଏରେ ୭.୨ ପ୍ରତିିଶତ ବୃଦ୍ଧି ହେବ ବୋଲି ଆକଳନ କରାଯାଇଥିବା ସେ କହିଛନ୍ତି ।
ଇଲେକ୍ଟ୍ରୋଲାଇଜର ଉତ୍ପାଦନ ସମେତ ଗ୍ରିନ୍ ହାଇଡ୍ରୋଜେନ୍ରେ ସବୁ ପ୍ରକାର ପୁଞ୍ଜିନିବେଶକୁ ଓଡ଼ିଶା ସରକାର ସ୍ୱାଗତ କରୁଛନ୍ତି । ନିବେଶକମାନଙ୍କ ଲାଗି ଆମେ ଲାଲ ଗାଲିଚା ବିଛାଇଛୁ । ତୈଳ କ୍ଷେତ୍ରରେ ସାଉଦି ଆରବର ଯେଭଳି ନାମ ରହିଛି ସବୁଜ ଶକ୍ତି କ୍ଷେତ୍ରରେ ମଧ୍ୟ ଓଡ଼ିଶା ସେଭଳି ସଫଳତା ପାଇବାକୁ ଚାହୁଁଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।

ଏହି ଅବସରରେ କୋଲକାତାରେ ଅବସ୍ଥାପିତ ବ୍ରିଟିଶ ହାଇ କମିସନର ନିକ୍ ଲୋ କହିଛନ୍ତି, ‘ଗ୍ରୀନ୍ ହାଇଡ୍ରୋଜେନ୍ କନ୍ଭେନ୍ଶନ ୨୦୨୩କୁ ଏକ ସହଯୋଗ ଦେଶ ଭାବେ ୟୁନାଇଟେଡ୍ କିଙ୍ଗ୍ଡମ୍ (ୟେୁକେ)କୁ ସ୍ୱାଗତ କରିଥିବାରୁ ମୁଁ ଭାରତୀୟ ଶିଳ୍ପ ମହାସଂଘ ନିକଟରେ କୃତଜ୍ଞ । ୟୁକେ ଓ ଭାରତ ମିଳିତ ଭାବେ ଆମର ପୃଥିବୀକୁ ସୁରକ୍ଷିତ ରଖିବା ଏବଂ ପରିବେଶ ଦୃଷ୍ଟିରୁ ଅଧିକ ସ୍ଥାୟୀ ଓ ସମାବେଶୀ ଭବିଷ୍ୟତ ନିର୍ମାଣ କରିବା ପ୍ରତି ପ୍ରତିବଦ୍ଧ ରହିଛନ୍ତି । ଗ୍ରୀନ୍ ହାଇଡ୍ରୋଜେନ୍ କାର୍ବନ ନିର୍ଗମନ ହ୍ରାସ କରିବା ଓ ଶେଷରେ ବିଲୋପ କରିବା ପାଇଁ କାର୍ଯ୍ୟ କରୁଛି ବୋଲି ସୁନିଶ୍ଚିତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଆମ ଦେଶଗୁଡିକ ନିକଟରେ ଅପାର ସୁଯୋଗ ରହିଛି । ୟୁକେ ରୋଡ୍ମ୍ୟାପ୍ ପ୍ରସ୍ତୁତିକରଣ ଓ ନୀତି ସମ୍ବନ୍ଧିତ ସୂଚନାର ଆଦାନପ୍ରଦାନ ମାଧ୍ୟମରେ ଗ୍ରୀନ୍ ହାଇଡ୍ରୋଜେନ୍ ଲକ୍ଷ୍ୟ ଉପରେ ଭାରତ ସହ ସହଭାଗିତା କରିଛି ।

ଆମେ ମଧ୍ୟ କ୍ଷମତା ନିର୍ମାଣ, ପୁଞ୍ଜିନିବେଶ ଆକର୍ଷିତ କରିବା ଓ ବାଣିଜ୍ୟିକ ସହଭାଗିତା କ୍ଷେତ୍ରରେ ରାଜ୍ୟଗୁଡିକୁ ସହଯୋଗ କରୁଛୁ । ଆମେ ନିକଟରେ ଟାଟା ଷ୍ଟିଲ୍ ସହିତ ୟୁକେ-ଇଣ୍ଡିଆ ଅଭିଯାନ ‘ସ୍ପ୍ରିଂଟ୍ ଟୁ ଜିରୋ ଗ୍ରୀନ୍ ହାଇଡ୍ରୋଜେନ୍ ଫର୍ ଡିକାର୍ବୋନାଇଜେଶନ’ର ଶୁଭାରମ୍ଭ କରିଛୁ ଯାହା ସ୍ଥାୟୀ ଭବିଷ୍ୟତ ପାଇଁ ଶିଳ୍ପ କ୍ଷେତ୍ରର ସବୁଜୀକରଣ ଲାଗି ଗ୍ରୀନ୍ ହାଇଡ୍ରୋଜେନ୍ ଟେକ୍ନୋଲୋଜିଗୁଡିକ ଉପରେ ଅଭିନବ ଗବେଷଣା ଓ ବିକାଶମୂଳକ ପ୍ରକଳ୍ପଗୁଡିକ ପାଇଁ ପାଣ୍ଠି ପ୍ରଦାନ କରିବ ।’ ସେହିପରି, ନିତି ଆୟୋଗର ଉପ ଉପଦେଷ୍ଟା (ଉଜ୍ୱର୍ା) ମନୋଜ କୁମାର ଉପାଧ୍ୟାୟ କହିଛନ୍ତି ଯେ, “ନିତି ଆୟୋଗ ପକ୍ଷରୁ ୨୦୭୦ ସୁଦ୍ଧା ଶକ୍ତି ସମ୍ମିଶ୍ରଣ ପାଇଁ ଦୀର୍ଘାବଧି ପ୍ରକଳ୍ପ ଏବଂ ନେଟ୍ ଜିରୋ ଟାର୍ଗେଟ୍ ପାଇଁ ରୋଡ୍ମ୍ୟାପ୍ ଲାଗି କ୍ଲାଇମେଟ୍ ଓ ମଡେଲିଂ ୟୁନିଟ୍ ସ୍ଥାପନ କରିଛି । ନିତି ଆୟୋଗ ଇଣ୍ଡିଆ କ୍ଲାଇମେଟ୍ ଆଣ୍ଡ ଏନର୍ଜି ମଡେଲିଂ ଫୋରମ୍ର ପ୍ରତିଷ୍ଠା କରିଛି । ନିକଟରେ ନିତି ଆୟୋଗ ଆଇଏସ୍ଏସ୍, ୨୦୪୭ ଭର୍ସନ ୩.୦ ଏବଂ ଇଣ୍ଡିଆ କ୍ଲାଇମେଟ୍ ଆଣ୍ଡ ଏନର୍ଜି ଡ୍ୟାଶବୋର୍ଡ ଲଂଚ୍ କରିଥିଲା ।

ନିତି ଆୟୋଗ ସିସିୟୁଏସ୍ ନୀତି ଉପରେ କାର୍ଯ୍ୟ କରୁଛି ।’ ନିତି ଆୟୋଗ ଗ୍ରହଣ କରିଥିବା ବିନିଯୋଗ ପଦକ୍ଷେପ ସମ୍ପର୍କରେ ସେ କହିଛନ୍ତି, ‘ଆମେ ୨୦୪୭ ଓ ୨୦୭୦ ସୁଦ୍ଧା ଆବଶ୍ୟକ ହେବାକୁ ଥିବା ଆମର ସବୁଜ ଶକ୍ତିର କାର୍ଯ୍ୟକାରିତା ଓ ପଦ୍ଧତିଗୁଡିକୁ ବୁଝିବା ପାଇଁ କାର୍ଯ୍ୟ କରୁଛୁ, ଯେଉଁଥିପାଇଁ ଆମେ ଏକ ଟିମ୍ ଗଠନ କରିଛୁ । ନିତି ଆୟୋଗ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟତୀତ କାର୍ବନ କ୍ୟାପ୍ଚର ପ୍ରଯୁକ୍ତି ଓ ସ୍ମଲ ମଡ୍ୟୁଲ୍ ରିଆକ୍ଟର ପାଇଁ ନୀତିଗୁଡିକ ଉପରେ କାର୍ଯ୍ୟ କରୁଛି ।
‘ଶକ୍ତି କ୍ଷେତ୍ରର ଉଦୀୟମାନ ଶିଳ୍ପକୁ ସହଯୋଗ ପ୍ରଦାନ କରିବା ଲାଗି ଆଇଆର୍ଇଡିଏର ଅଧ୍ୟକ୍ଷ ପ୍ରଦୀପ କୁମାର ଦାସ ସରକାର ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ଆବେଦନ କରିଛନ୍ତି । ସେ କହିଛନ୍ତି ଯେ ଆମ ଆକଳନ ଅନୁସାରେ ୨୦୩୦ ସୁଦ୍ଧା ଶକ୍ତି କ୍ଷେତ୍ରରେ ୨୨ ଲକ୍ଷ କୋଟି ଟଙ୍କାର ନିବେଶ ଆବଶ୍ୟକ । ବ୍ୟାଙ୍କ ଓ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା ମିଳିତ ଭାବେ ସେହି ଆବଶ୍ୟକତା ପୂରଣ କରିବା ଦରକାର । ଏହି କ୍ଷେତ୍ରରେ ସମସ୍ତଙ୍କ ପାଇଁ ବ୍ୟବସାୟ ସୁଯୋଗ ରହିଛି ।

ଲାଭ ପାଇବା ପାଇଁ ଉଦୀୟମାନ କ୍ଷେତ୍ରଗୁଡିକୁ ସହଯୋଗ କରିବା ଜରୁରୀ ଅଟେ । ଆଇଆର୍ଇଡିଏ ନିଅର-ଜିରୋ ଇଂଟରରେଷ୍ଟ ରେଟ୍ ବା ପ୍ରାୟଃ ଶୂନ ସୁଧ ହାର ଆବଶ୍ୟକତାକୁ ପୂରଣ କରିବା ଲାଗି ‘ଲେଣ୍ଡ୍ ଇ୍ ଫୋରେକ୍ସ ଆଣ୍ଡ୍ ବରୋ ଇନ୍ ଫୋରେକ୍ସ’ର ମଡେଲ ଉପରେ କାର୍ଯ୍ୟ କରୁଛି ।’
ଆଗାମୀ କିଛି ବର୍ଷ ମଧ୍ୟରେ ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରକୁ ସୋଲାର କ୍ଷେତ୍ର ଭଳି ସମାନ ସ୍ତରରେ ଦେଖାଯିବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି । ତାଙ୍କ ମତରେ ବହୁତ ବଡ ସୁଯୋଗ ରହିଛି । ସେ ଆଇଆର୍ଇଡିଏ ଭଳି ଉଦୀୟମାନ ଶକ୍ତି କ୍ଷେତ୍ରକୁ ସହଯୋଗ କରିବା ପାଇଁ ଆଗେଇ ଆସିବାକୁ ସମସ୍ତ ଆର୍ଥିକ ସଂସ୍ଥାଗୁଡିକୁ ଆବେଦନ କରିଛନ୍ତି ଏବଂ ଖୁବ୍ କମ୍ ସଂସ୍ଥା ଏଭଳି କରୁଛନ୍ତି ।
ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି ହରନାଦ କହିଛନ୍ତି ଯେ ଏକ ୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ ହବ୍ ସ୍ଥାପନ କରିବା ଲାଗି ଆମର ଯୋଜନା ରହିଛି ଯେଉଁଥିରେ ଷ୍ଟୋରେଜ୍ ଓ ପରିଚାଳନା ସୁବିଧା ରହିବ ଏବଂ ଭବିଷ୍ୟତରେ ବଙ୍କରିଂ ସୁବିଧା ଯୋଡ଼ାଯିବ । ଶୀଘ୍ର ମାଲ ପରିଚାଳନା ଓ ଲୋଡିଂ ପାଇଁ ଏହାର ଆଖପାଖରେ ୪୦-୫୦ ଏକର ଜମି ଚିହ୍ନଟ କରାଯାଇଛି ।

ବନ୍ଦ କ୍ଷେତ୍ରରେ ଘଯୁଥିବା ଶକ୍ତି ସ୍ଥାନାନ୍ତରଣରେ ଯୋଗଦାନ ଦେବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ ଏବଂ ଡିକାର୍ବୋନାଇଜେଶନ ଦିଗରେ ଆମର ଯାତ୍ରାରେ ନୂଆ ଶକ୍ତିକୁ ଗ୍ରହଣ କରିବା ପାଇଁ ଆଗଧାଡିରେ ରହିବା ଲାଗି ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି । ସ୍ୱାଗତ ଭାଷଣ ଦେଇ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଶଶି ଶେଖର ମହାନ୍ତି କହିଛନ୍ତି, ‘ସ୍ଥାୟୀ ବିକାଶ ପାଇଁ ରାଜ୍ୟଗୁଡିକ ଗ୍ରୀନ୍ ଟେକ୍ନୋଲୋଜିକୁ ଅର୍ଥନୈତିକ ବିକାଶ ଓ ପରିବେଶ ସନ୍ତୁଳନ ଲାଗି ଉତ୍ପ୍ରେରକ ଭାବେ ଗ୍ରହଣ କରୁଛନ୍ତି । ୟୁକେ ସବୁଜ ଶକ୍ତି ଅଭିଯାନକୁ ପ୍ରୋତ୍ସାହିତ ଓ ମଜଭୁତ କରିବା କ୍ଷେତ୍ରରେ ଆଗଧାଡିରେ ରହିଛି । ଓଡିଶା ମଧ୍ୟ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆର ଗ୍ରହଣ କ୍ଷେତ୍ରରେ ଆଗରେ ରହିଛି ଯାହା ଆମକୁ ଏକ ଅଧିକ ସ୍ଥାୟି ଭବିଷ୍ୟତ ଆଡକୁ ନେବ । ଆମକୁ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସବୁଜ ଶକ୍ତି କ୍ଷେତ୍ରରେ ନିବେଶ କରିବାର ଆବଶ୍ୟକତା ରହିଛି ।’

ଏହି ଅବସରରେ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଛନ୍ତି । ଏଠାରେ ଗ୍ରୀନ୍ ହାଇଡ୍ରୋଜେନ୍ ଇଂଟରନ୍ୟାଶନାଲ ପ୍ରୋଜେକ୍ଟ, ଟେକ୍ନୋଲୋଜି ଓ ଫାଇନାନ୍ସିଙ୍ଗ ଉପରେ ଏକ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା । ଏହି ଅବସରରେ ଭାରତ ପାଇଁ ଓଡିଶାକୁ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ରେ ପରିଣତ କରିବା ଲାଗି ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା, ଗ୍ରୀନ୍ ହାଇଡ୍ରୋଜେନ୍ର ଭୂମିକା ଓ ଭାରତରେ ଗ୍ରୀନ୍ ହାଇଡ୍ରୋଜେନ୍ ପାଇଁ ନୀତିଗତ ପଦକ୍ଷେପ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଉପରେ ବିଜ୍ନେସ୍ ଲିଡର୍ଙ୍କ ବକ୍ତବ୍ୟ ଭଳି ପ୍ରସଙ୍ଗ ଉପରେ ୩ଟି ପ୍ୟାନେଲ ଅଧିବେଶନର ଆୟୋଜନ କରାଯାଇଥିଲା । ଇପିକଲ୍ ଏମ୍ଡି ଭୁପେନ୍ଦ୍ର ସିଂହ ପୁନିଆ ଏବଂ ଅନେକ ଇଣ୍ଡଷ୍ଟ୍ରୀ ଲିଡର ଏହି ସମାରୋହରେ ଯୋଗ ଦେବା ସହ ନିଜର ମତବ୍ୟକ୍ତ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

June 28, 2026
ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

June 28, 2026
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026

Recent News

ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

June 28, 2026
ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

June 28, 2026
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

June 28, 2026
ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version