୩୧ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ରାଜ୍ୟ ଓ କେନ୍ଦ୍ର ସରକାର ଦୁର୍ଗମ ଅଞ୍ଚଳର ଆଦିବାସୀମାନଙ୍କ ବିକାଶ ନିମନ୍ତେ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । କିନ୍ତୁ ତାହା ସଠିଆ ମାର୍ଗରେ ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବାରୁ ନଜରକୁ ଆସୁଛି ।
ମୋହନା ବ୍ଳକ ଲିମବାଡ ରାସ୍ତା ସମ୍ପୂଣ୍ଣ କାଦୁଆ ହୋଇଥିବା ବେଳେ ଲଗାଣ ବର୍ଷାରେ ନଦୀରେ ଜଳସ୍ତର ବଢି ଅସ୍ଥାୟୀ ପୋଲ ଭସାଇ ନେଇଯାଇଛି । ଫଳରେ ବାହ୍ୟ ଜଗତରୁ ବିଛିନ୍ନ ହେବାସହ ଗମନା ଗମନରେ ଅନେକ ବାଧା ସୃଷ୍ଟି ହେଉଛି ।

ଗରଡମା ଗ୍ରାମପଞ୍ଚାୟତ ଲିମବାଡ ଗ୍ରାମର ଗାବ୍ରିଲ୍ ଭୂୟାଁଙ୍କ ପତ୍ନୀ ଙ୍କ କିଛିଦିନ ହେବ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିଲା । ବର୍ଷା ଲାଗି ରହିଥିବାରୁ ସେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ପାରୁନଥିଲେ ।
ତେବେ ବର୍ଷା କମିବାରୁ ସେ ଗ୍ରାମ ଲୋକଙ୍କ ସହାୟତାରେ ନିଜ ସ୍ତ୍ରୀକୁ ଖଟିଆରେ ବୋହି ନଦୀ ପାର କରି ବିରିକୋଟ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ ।
ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ସରକାର କିମ୍ବା ଜିଲ୍ଲାପ୍ରଶାସନ ପକ୍ଷରୁ ଭଲ ରାସ୍ତା ତିଆରି ହେଉନଥିବାରୁ ଅଞ୍ଚଳବାସୀ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଆଗାମୀ ନିର୍ବାଚନରେ ଭୋଟ ବଜନ କରିବାକୁ ସ୍ତିର କରିଛନ୍ତି ।













