୨୯ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ସ୍ୱାଧୀନତା ଆନ୍ଦୋଳନର ବିପ୍ଳବୀ ଯୋଦ୍ଧା, ଅଗ୍ରଣୀ ମାର୍କ୍ସବାଦୀ ଚିନ୍ତାନାୟକ କମ୍ରେଡ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷୀକ ଉଦଯାପନ କାର୍ଯ୍ୟକ୍ରମ ଉପଲକ୍ଷେ , କଲିକତାର ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ହେବାକୁ ଥିବା ସର୍ବଭାରତୀୟ ବିଶାଳ ଜନସଭାକୁ ସଫଳ କରିବାକୁ ନିବେଦନ କରି, ରବିବାର ବାରଙ୍ଗ ମଙ୍ଗଳା ଛକ ଠାରୁ କାଳି ପଡିଆ ଛକ ପର୍ଯ୍ୟନ୍ତ ଏସୟୁସିଆଇ(ସି) ପକ୍ଷରୁ ଏକ ଶୋଭାଯାତ୍ରା ପରିକ୍ରମା କରିଥିଲା । ସୂଚନା ଯୋଗ୍ୟ ଆସନ୍ତା ଅଗଷ୍ଟ ୫ ତାରିଖରେ କଲିକତା ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ଲକ୍ଷାଧିକ ଶିବଦାସ ଘୋଷଙ୍କ ଅନୁଗାମୀ ଯୋଗ ଦେବେ ।

ଉକ୍ତ କାର୍ଯ୍ୟକ୍ରମରେ ବାରଙ୍ଗ ଅଞ୍ଚଳରୁ ୩୦୦ରୁ ଉର୍ଦ୍ଧ୍ୱ ଜନଗଣ ଯୋଗଦେବେ । କଟକ ଜିଲ୍ଲାରୁ ସହସ୍ରାଧିକ ଜନଗଣ ଯୋଗ ଦେବେ । ପୁରୀ ରୁ କଲିକତା ଅଭିମୂଖେ ଏସୟୁସିଆଇ(ସି) ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଜନଗଣ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସେହିଭଳି ସମ୍ବଲପୁର ରୁ ଏକ ସ୍ୱତନ୍ତ୍ର ଟ୍ରେନ ଓ ବିଭିନ୍ନ ସ୍ଥାନରୁ ସ୍ୱତନ୍ତ୍ର ବସ ଯୋଗେ ଓଡିଶାର ଜନଗଣ ଏହି ମହା ସମାବେଶରେ ଯୋଗ ଦେବେ । ଏସୟୁସିଆଇ(ସି)ର ସାଧାରଣ ସମ୍ପାଦକ ପ୍ରଭାଷ ଘୋଷ ମୁଖ୍ୟବକ୍ତା ଭାବେ ଏହି ମହା ସମାବେଶରେ ନିଜର ବକ୍ତବ୍ୟ ଦେବେ ।

ବାରଙ୍ଗଠାରେ ଅନୁଷ୍ଠିତ ପ୍ରଚାର ଶୋଭାଯାତ୍ରାରେ ଏସୟୁସିଆଇ(ସି) ବାରଙ୍ଗ ଆଞ୍ଚଳିକ କମିଟି ସମ୍ପାଦିକା ଟିକା ସାମଲ, ସିଦ୍ଧାର୍ଥ ରଥ, ଅଶୋକ ବେହେରା, ଅଭିରାମ ବେହେରା, ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ ପ୍ରମୂଖ ନେତୃତ୍ୱ ନେଇଥିଲେ । କମ୍ରେଡ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ କାର୍ଯ୍ୟକ୍ରମକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଦେଇ ସଫଳ କରିବାକୁ ଏସୟୁସିଆଇ(ସି) ପକ୍ଷରୁ ନିବେଦନ କରାଯାଇଛି ।













