୨୭ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ସିକୋ :-> ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଛତ୍ରପଡା ଉଚ୍ଚ ବିଦ୍ୟାଳୟ ରେ ତିନି ଜଣ ପୂର୍ବତନ ଶିକ୍ଷୟତ୍ରୀ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ତ୍ରିପାଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ରୂପେ ପରିଚାଳନା କମିଟି ର ସଭାପତି ଚିତ୍ତ ରଞ୍ଜନ ଚମ୍ପତି ମୁଖ୍ୟ ଅତିଥି ରୂପେ ମୋ ସ୍କୁଲ କମିଟିର ସଭାପତି ଶ୍ରୀନିବାସ ବାଘସିଂହ , ସମ୍ମାନିତ ଅତିଥି ରୂପେ ସି. ଆର. ସି. ସି ଆଲୋକ କୁମାର ସାମନ୍ତରାୟ,

ଜାଲଭାର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିବପ୍ରସାଦ ମିଶ୍ର ,ଯୋଗଦେଇ ପିଲାମାନଙ୍କୁ ଚରିତ୍ର ଗଠନ ଶୃଙ୍ଖଳା ଏବଂ କର୍ତ୍ତବ୍ୟ ପରାୟଣତା ସମ୍ପର୍କରେ ଉଦବୋଧନ ଦେଇଥିଲେ । ସମ୍ବର୍ଦ୍ଧିତ ଶିକ୍ଷୟତ୍ରୀ ଶ୍ରୀମତୀ ସୁଚିତ୍ରା ସେଠୀ, ଶ୍ରୀମତୀ ଶିବାନୀ ସିଂ, ଏବଂ ଶ୍ରୀମତୀ କଲ୍ପନା ଦଳାଇ ଙ୍କୁ ମାନପତ୍ର ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ମାନପତ୍ର ଗୁଡ଼ିକ ସୁଶ୍ରୀ ସରିତା ସାମଲ, ପ୍ରିୟଙ୍କା ଘଡେ଼ଇ , ସୂର୍ଯ୍ୟକାନ୍ତ ବେହେରା ପାଠ କରିଥିଲେ .

ବରିଷ୍ଠ ଶିକ୍ଷକ ଫକୀର ମୋହନ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟତ୍ରୀ କଲ୍ପନା କୁମାରୀ ପଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ । ଚଗଲା ସାର୍, ପ୍ରିତିଶ ସାର୍, ମଲ୍ଲିକ ସାର୍, ଧନୁ ସାର୍, ମନ୍ଦାକିନୀ ଦିଦି, ସୁଜାତା ଦିଦି, ରଶ୍ମିତା ଦିଦି, ସତ୍ୟ ସାର୍ , ସର୍ବେଶ ବାବୁ ତଥା ପ୍ରତାପ ବାବୁ ପିଲାମାନଙ୍କର ଶାନ୍ତି ଶୃଙ୍ଖଳା ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.ପରିଶେଷରେ ବିଦାୟୀ ତିନି ଶିକ୍ଷୟତ୍ରୀ ବିଦ୍ୟାଳୟ ପରିସର ରେ ବୃକ୍ଷରୋପଣ କରିବା ପରେ ସଭାର ସମାପ୍ତି ଘଟିଥିଲା ।














