୧୧ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ଜିଲ୍ଲା ମାହାଙ୍ଗା ବ୍ଲକ ପାଇକରାପୁର ପଂଚାୟତ କୁ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଗ୍ରସ୍ତ କରି କୃଷି ଓ କୃଷକ ଉନ୍ନତି ନିମନ୍ତେ 7 ଗୋଟି ନୂତନ ଉଠା ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି! ବିଧାୟକ ଶ୍ରୀ ଜେନା ପ୍ରଥମେ ଚମ୍ପତି ପୁର ଗ୍ରସ୍ତ କରି ଚମ୍ପତିପୁର ଉଠା ଜଳସେଚନ କୁ ଉଦଘାଟନ କରିଥିଲେ! ପରେ ବିଦ୍ୟାଧର ପୁର ଠାରେ ଦୁଇଟି, କୁସୁନପୁର ଠାରେ ଦୁଇଟି ଓ ରଘୁନାଥପୁର ରେ ଦୁଇଟି ଉଠା ଜଳସେଚନ କୁ ଉଦଘାଟନ କରିଥିଲେ !

ଶେଷରେ ରଘୁନାଥ ପୁର ଠାରେ ମା ହୁଣ୍ଡିବାସୁଲେଇ ଗୋଷ୍ଟି ସାଧନ କେନ୍ଦ୍ରର ନୂତନ ଗୃହକୁ ଲୋକାର୍ପଣ କରିବାସହ ମହିଳା ଓ ଯୁବ ପିଢ଼ି ମାନେ କିପରି ଆଗକୁ ସଶକ୍ତ ହୋଇପାରିବେ ସେଥିନେଇ ପରାମର୍ଶ ଦେଇଥିଲେ, ଏଥି ସହ ନବୀନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଉପରେ ଆଲୋଚନା କରିଥିଲେ ! ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ!, ଦୀପା ମଲିକ, ଉପାଧ୍ୟାକ୍ଷ ସତ୍ୟ ନାରାୟଣ ମହାନ୍ତି,

ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା,ଜିଲ୍ଲା ପରିଷଦ ସଭ୍ୟ ଜଗବନ୍ଧୁ ସେଠି, ସୁସ୍ମିତା ଦାସ,ସରପଞ୍ଚ ଙ୍କ ପ୍ରତିନିଧି ପ୍ରତାପ ପରିଡା, ସମିତି ସଭ୍ୟା ଙ୍କ ପ୍ରତିନିଧି ସଞ୍ଜୟ ସାମଲ ପ୍ରମୁଖ ଙ୍କ ସମେତ ବହୁ ବିଜେଡି କର୍ମ କର୍ତ୍ତା ଉପସ୍ଥିତ ଥିଲେ! ଏହି ଅବସରରେ ବିଧାୟକ ଶ୍ରୀ ଜେନା ଙ୍କୁ ରାହାଣୀଆ ଠାରୁ ଏକ ଏକ bike ଶୋଭାଯାତ୍ରା ରେ ଉଦଘାଟନ ସ୍ଥଳକୁ ଦଳୀୟ କର୍ମୀ ମାନେ ବିରାଟ ପଟୁଆର ରେ ପାଛୋଟି ନେଇଥିଲେ














