୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ ସଦର :- ୪୨ ମୈ।ଜା ଥାନା ଅନ୍ତର୍ଗତ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଏ.କେ.ବିଦ୍ୟାମନ୍ଦିର ରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ମାର୍ଗଦର୍ଶକ ଡ଼ଃ ଅନିରୁଦ୍ଧ ଖିଲାର, ଚେୟାରମାନ ଡ଼ଃ ଚନ୍ଦନା ବେହେରା, ପ୍ରଶାସନିକ ଅଧିକାରୀ କ୍ଷେତ୍ରମୋହନ ସେନାପତି, ଅଧ୍ୟକ୍ଷା ଅଳକାନନ୍ଦା ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ସୂଚାରୁରୂପେ ଅନୁଷ୍ଠିତ ହୋଇଯାଇଛି ।

ସମସ୍ତ ଛାତ୍ରଛାତ୍ରୀ ଅନେକ ପ୍ରକାରର ଫୁଲ,ଫଳ ଗଛର ଚାରା ରୋପଣ କରି ପାଣି ଦେଇ “ଏକ ବୃକ୍ଷ ଏକ ଜୀବନ” ଏବଂ “ବୃକ୍ଷ ଲଗାଅ ପରିବେଶ ବଞ୍ଚାଅ” ନାରା ଦେଇଥିଲେ l ଛାତ୍ର ଛାତ୍ରୀ ମାନଙ୍କୁ ଏହି ଅବସରରେ ବନମହୋତ୍ସବର ଗୁରୁତ୍ବ ଉପରେ ବୁଝାଯାଇଥିଲା ଏବଂ ସମସ୍ତ ପିଲା ଗୋଟିଏ ଗୋଟିଏ ଗଛ ନିଜ ଅଗଣାରେ ଲଗାଇ ତାର ଯତ୍ନ ନେବାକୁ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦୁଷ୍ମନ୍ତ , ତ୍ରିଲୋଚନ ଓ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।













