୦୬ଜୁଲାଇ ,୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ କମିଟି ତରଫରୁ , ଦାଉଦପୁର ପଞ୍ଚାୟତ ଠାରେ ଏକ ସାଙ୍ଗଠନିକ ବୈଠକ ଓ କର୍ମୀ ସମିଳନୀ , ବ୍ଲକ ସଭାପତି ରମାକାନ୍ତ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା କଂଗ୍ରେସର ବରିଷ୍ଠ ନେତା ତଥା ପିସିସି ଶୃଙ୍ଖଳା କମିଟିର ସଦସ୍ୟ ଦେବେନ୍ଦ୍ର କୁମାର ସାହୁ ଯୋଗଦେଇ, କଂଗ୍ରେସ ଦଳରେ ନୂତନ ଭାବେ ଯୋଗ ଦେଇଥିବା ଶତାଧିକ ବିଜେଡି ବିଜେପି ଦଳ ଛାଡି, କଂଗ୍ରେସ ଦଳରେ ଯୋଗଦେଇଥିବା କର୍ମୀମାନଙ୍କୁ ସ୍ୱାଗତ କରିଥିଲେ ।

ଶ୍ରୀ ସାହୁ କଂଗ୍ରେସ ଦଳରେ ଯୋଗ ଦେଇଥିବା , ନୂତନ କର୍ମୀ ମାନଙ୍କ ସହିତ ସାଙ୍ଗଠନିକ ଆଲୋଚନା କରିଥିଲେ । ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବାପାଇଁ ଆହ୍ୱାନ ଦେଇଥିଲେ । ଆଗାମୀ ଦିନରେ ଦଳରେ କିପରି ବହୁ ସଂଖ୍ୟାରେ ନୁର୍ତନ କର୍ମୀ ଯୋଗଦେବେ ସେନେଇ ସମସ୍ତ କର୍ମୀ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଜର ମାତପୋଷଣ କରିଥିଲେ । ଏହାସହିତ କଂଗ୍ରେସର ସାଙ୍ଗଠନିକକୁ ସୁ ଦୃଢ଼ କରିବା ପାଇଁ ୱାର୍ଡ଼ କମିଟି ଗଠନ କରାଯାଇଥିଲା ।
`ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଯୁବ ନେତା ଉତ୍ତମ ବେହେରା, ସନ୍ତୋଷ ସାମଲ, ସୁଧାଂଶୁ ସାମଲ, ପ୍ରଭାତ ମହାରଣା, ଅକ୍ଷୟ ମଲ୍ଲିକ, ଗଦାଧର ମଲ୍ଲିକ, ଚନ୍ଦ୍ରମଣି ସାମଲ, ଶରତ ଚନ୍ଦ୍ର ସ୍ୱାଇଁ ବିଜୟ କୁମାର ମଲ୍ଲିକ, ଅଜୟ କୁମାର ସ୍ୱାଇଁ, କାହ୍ହୁ ଚରଣ ମଲ୍ଲିକ, ହରେକୃଷ୍ଣ ମଲ୍ଲିକ, ହଳଧର ସାମଲ ବିଭୁତି ମଲ୍ଲିକ, ବସନ୍ତ କୁମାର ସାମଲ, ଗୁରୁଚରଣ ମଲିକ, ବୁଲୁ ମଲ୍ଲିକ ଓ ନୁରସିଂହ ମଲ୍ଲିକ ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।














