ଦକ୍ଷିଣ ମୋଡ ରେ ସହଯୋଗ କରିଥିବା ସମସ୍ତ ଛାତ୍ର ଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ : ଜି.ବି ଟିମ ର ସମସ୍ତ ସଦସ୍ୟ ସାହାଯ୍ୟ ସହଯୋଗ କରିଥିଲେ ,
ତିନି ଠାକୁରଙ୍କ ଠାରୁ ଆଂଜ୍ଞା ମାଳ ଆସି : ତିନି ରଥ ର ଦକ୍ଷିଣ ମୋଡ଼ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି



ଶ୍ରୀ ମନ୍ଦିର ରେ ଏକୁଟିଆ ରହି ମା ମହାଲକ୍ଷ୍ମୀ ରାଗ ରେ ଜର୍ଜରିତ ହୋଇ ନିଜ ମନକଥା କୁ ମା ବିମଳା ଙ୍କୁ ପ୍ରକାଶ କରିଥିଲେ ଫଳ ରେ ତାଙ୍କରି ପରାମର୍ଶ କର୍ମେ ମା ମହାଲକ୍ଷ୍ମୀ ହେରା ପଞ୍ଚମୀ ତିଥିରେ ହେରାଗଳି ଦେଇ ପଞ୍ଚୁ ମହାଦେବ ଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିର କୁ ଆସିଥିଲେ.
ଯାହାକୁ ନେଇ ରବିବାର ଠାକୁର ଙ୍କ ଠାରୁ ଆଂଜ୍ଞା ମାଳ ଆସି ତିନି ରଥ ର ଦକ୍ଷିଣ ମୋଡ଼ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଏହି ଦକ୍ଷିଣ କାର୍ଯ୍ୟ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସକାଳ ସାତ ଘଂଟିକା ରେ ଆରମ୍ଭ କରାଯାଇଥିଲା ଏଥିରେ ସ୍ଥାନୀୟ ଜନସାଧାରଣ ଓ କଲେଜ ଛାତ୍ର ଓ ପୋଲିସ ପ୍ରଶାସନ ର ମିଳିତ ସହଯୋଗ ରେ ତିନି ରଥ ର ଦକ୍ଷିଣମୋଡ଼ କାର୍ଯ୍ୟ ସମ୍ପୂର୍ଣ ହୋଇଛି.
ଏହି ରଥ ଦକ୍ଷିଣ ମୋଡ଼ ରେ ସହଯୋଗ କରିଥିବା ସମସ୍ତ ଛାତ୍ର ଓ ସ୍ଥାନୀୟ ଜନସାଧାରଣ ଙ୍କୁ ଉତ୍ସାହିତ କରିବା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ତରଫରୁ ଉପମା ଡାଲମା ପ୍ରସ୍ତୁତି କରାଯାଇ ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମ କୁ ନଗର ସଭାପତି ଲିଙ୍ଗରାଜ ନାୟକ ତତ୍ତ୍ୱବଧାନ ରେ
କରାଯାଇଥିବା ବେଳେ ଏଥିରେ ଜି.ବି ଟିମ ର ସମସ୍ତ ସଦସ୍ୟ ସାହାଯ୍ୟ ସହଯୋଗ କରିଥିଲେ ତେବେ ରଥ ଦକ୍ଷିଣମୋଡ଼ ର ସମସ୍ତ ପରିଚାଳନ ଦାୟିତ୍ୱ ଦେବୋତ୍ତର ମ୍ୟାନେଜର ରମେଶ ପ୍ରଧାନ ଓ ଏମପି ପ୍ରତିନିଧି ସ୍ୱରାଜ ମହାନ୍ତି ବହନ କରିଥିଲେ.

© 2023 Odisha Taza News.