୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :- ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତ ୫ ନମ୍ୱର ୱାର୍ଡ ହରିଜନ ସାହି ର ଅରକ୍ଷିତ ଜେନା ଙ୍କ ଦୁଇ ବଖରା ଘର ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯିବା ସହ ସମ୍ପତି ନଷ୍ଟ ହୋଇ ଯାଇଥିଲା, ଏହି ଦୁଃଖଦ ଖବର ପାଇବା ପରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଗଭୀର ଦୁଃଖ ପ୍ରକାଶ କରିବା ସହିତ ସହାୟତାର ହାତ ବଢାଇଛନ୍ତି,
ପଞ୍ଚାୟତ ର ସମସ୍ତ ବିଜୁଜନତା ଦଳର କର୍ମକର୍ତ୍ତା ମାନେ ଅଗ୍ନି ବିପନ୍ନ ପରିବାରକୁ ସମବେଦନା ଜଣେଇବା ସହ ,ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅଗ୍ନି ବିପନ୍ନ ପରିବାର ଅରକ୍ଷିତ ମଲ୍ଲିକ ଙ୍କ ବାସଭବନରେ ପହଂଚି ଜରି ପାଲ,ରାସନ୍ ସହିତ କିଛି ଆର୍ଥିକ ସହାୟତା କରିଛନ୍ତି,ଅଗ୍ନି ବିପନ୍ନ ପରିବାର ପକ୍ଷରୁ ସହାୟତା ପ୍ରଦାନ ପାଇଁ ବିଧାୟକ ଶ୍ରୀ ଜେନାଙ୍କୁ କୃତଜ୍ଞତା ଜଣେଇଛନ୍ତି,














