୬ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ଜିଲ୍ଲା ବାରଙ୍ଗ ତହସିଲ କୁରାଙ୍ଗ ପ୍ରଧାନ ମୌଜାର ପ୍ଲଟ ନମ୍ବର ୧୮୫୨ ରେ ଶ୍ମଶାନ ଜମି ରହିଛି ୪୦ ଡିସିମିଲି ଏବଂ ପ୍ଲଟ ନମ୍ବର ୧୮୫୩ରେ ଦୁଇ ଏକର ଗୋଚର ଜମି ରହିଛି । ଏହି ସରକାରୀ ଜମି ଉପରେ ଲୁଲୁପ ଦୃଷ୍ଟି ପଡ଼ଡିଛି କଟକର ଜଣେ ବିଲଡ଼ରଙ୍କର । ସରକାରୀ ନିୟମ କାନୁନକୁ ଭୃକ୍ଷେପ ନକରି ନିଜ ଜମିକୁ ରାସ୍ତା ନେଉଛନ୍ତି ।
ଏହି ବେଆଇନ ରାସ୍ତା ନିର୍ମାଣକୁ କୁରାଙ୍ଗ ପ୍ରଧାନ, ବାଲିସାହି ଗ୍ରାମର ଜନସାଧାରଣ ବିରୋଧ କରି ଆଜି ହୋହାଲ୍ଲା କରୁଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀ ମାନେ ବେଆଇନ ସରକାରୀ ଗୋଚର ଜମି, ଶ୍ମଶାନ ଜମି ଏବଂ ପ୍ରାଚୀନ ନଦୀର ଧାରକୁ ପୋତି ରାସ୍ତା ନିର୍ମାଣ କରୁଥିବା ବ୍ୟକ୍ତି ବିରୋଧରେ କଟକ ଜିଲ୍ଲାପାଳ , ବାରଙ୍ଗ ତହସିଲଦାର , ସ୍ଥାନୀୟ ସରପଞ୍ଚ ଙ୍କୁ ଲିଖିତ ଭାବେ ଜଣାଇଥିଲେ । ତହସିଲଦାର ସ୍ଥାନୀୟ ଆର ଆଇଙ୍କୁ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ହେଲେ ବିଲଡ଼ର ତହସିଲଦାର, ଆର ଆଇଙ୍କ ନିର୍ଦ୍ଦେଶକୁ ଅବମାନନା କରି ରାସ୍ତା ନିର୍ମାଣ କାର୍ଯ୍ୟ ଯାରି ରଖିଛନ୍ତି । ଏନେଇ ଗ୍ରାମ ବାସୀଙ୍କ ମନରେ ତହସିଲଦାର, ଆର ଆଇଙ୍କ କାର୍ଯ୍ୟ କଳାପକୁ ନେଇ ସନ୍ଦେହ ସୃଷ୍ଟି କରିଛି । ଏଦିଗର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନନେଲେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ , ସେନେଇ ତହସିଲଦାର ,ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।














