• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଉଚ୍ଚଶିକ୍ଷା ବିଭାଗ ଏବଂ ନାସକମ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ : ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ଦକ୍ଷ ହେବେ ଯୁବବର୍ଗ

Proprietor Abhimanyu Maharana by Proprietor Abhimanyu Maharana
May 24, 2023
in ଓଡ଼ିଶା, ମହାନଗର, ହୋମ୍
0
ଉଚ୍ଚଶିକ୍ଷା ବିଭାଗ ଏବଂ ନାସକମ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ : ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ଦକ୍ଷ ହେବେ ଯୁବବର୍ଗ
Share on FacebookShare on TwitterWhatsapp

୨୪ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ଭବିଷ୍ୟତ ଆହ୍ୱାନର ମୁକାବିଲା ପାଇଁ ଉପଯୁକ୍ତ ପ୍ରତିଭା ସୃଷ୍ଟି ସହିତ ଯୁବବର୍ଗଙ୍କୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ଦକ୍ଷ ଏବଂ ନିପୁଣ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ନାସକମ୍ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ଆଜି ସ୍ଥାନୀୟ ଲୋକସେବା ଭବନଠାରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ସ୍ୱରୂପ ରାଜ୍ୟର ୮ ଲକ୍ଷ ଛାତ୍ରଛାତ୍ରୀମାନଙ୍କୁ “ଫ୍ୟୁଚର ସ୍କିଲ୍ସ ପ୍ରାଇମ୍” ମାଧ୍ୟମରେ ଦକ୍ଷତାଭିତ୍ତିକ ତାଲିମ ପ୍ରଦାନ କରାଯିବ ଯଦ୍ଦ୍ୱାରା ସେମାନେ ଭବିଷ୍ୟତରେ ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ବିଭିନ୍ନ ଆହ୍ୱାନର ସଫଳ ମୁକାବିଲା କରିପାରିବେ ।

ଆଜିର ଡିଜିଟାଲ ଇକୋସିଷ୍ଟମରେ ଆବଶ୍ୟକ ହେଉଥିବା ପ୍ରମୁଖ ଜ୍ଞାନକୌଶଳରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ପ୍ରଶିକ୍ଷକ-ଅଧ୍ୟାପକମାନଙ୍କୁ ଦକ୍ଷ କରିବା ଏବଂ ଭାରତକୁ ଏକ ଡିଜିଟାଲ ପ୍ରତିଭାସମ୍ପନ୍ନ ରାଷ୍ଟ୍ରରେ ପରିଣତ କରିବା ହେଉଛି ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ।
“ଫ୍ୟୁଚର ସ୍କିଲ୍ସ ପ୍ରାଇମ୍” ହେଉଛି ନାସକମ ଏବଂ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଏକ ମିଳିତ ଉପକ୍ରମ । ଏହା ଭାରତର ଏପରି ଏକ ବୈଷୟିକ ଦକ୍ଷତା ବୃଦ୍ଧି ହବ୍ ଯାହା ଶିକ୍ଷାର ଗଣତାନ୍ତ୍ରିକୀକରଣକୁ ସାକାର କରିବା ସହିତ ଉଭୟ ଛାତ୍ରଛାତ୍ରୀ ଏବଂ ପେସାଦାରମାନଙ୍କୁ ବିଭିନ୍ନ ବିଷୟରେ ଦକ୍ଷତା ବୃଦ୍ଧି କରିବା, ପୁନଃଦକ୍ଷ ହେବା ଏବଂ କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ସୁଯୋଗ ପ୍ରଦାନ କରୁଛି ।ଡିଜିଟାଲ ପ୍ରବାହ ଏବଂ ଶିଳ୍ପ ଅନୁକୂଳ ବିଷୟବସ୍ତୁ ସହିତ ସମସ୍ତ କ୍ଷେତ୍ରରେ ବୈଷୟିକ ଦକ୍ଷତା ସୃଷ୍ଟି କରିବା ହେଉଛି ଏହି ବୁଝାମଣାର ଲକ୍ଷ୍ୟ । ଛାତ୍ରଛାତ୍ରୀମାନଙ୍କର ଉପଯୁକ୍ତ କ୍ୟାରିୟର ଗଠନ ସହିତ ଶିଳ୍ପାନୁଷ୍ଠାନମାନଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ନାସକମ୍ ସାର୍ଟିଫାଏଡ୍ ପ୍ରଫେସନାଲ ହେବା ପାଇଁ ଏହା ସୁଯୋଗ ସୃଷ୍ଟି କରିବ । ଏହି ସହଭାଗିତାର ଲକ୍ଷ୍ୟ ହେଉଛି ଏନ.ଏସ.କ୍ୟୁ.ଏଫ. ଏବଂ ଏନ.ଓ.ଏସ. ସଂଯୁକ୍ତ ପାଠ୍ୟକ୍ରମ ମାଧ୍ୟମରେ ନୂତନ ପ୍ରଯୁକ୍ତି କାର୍ଯ୍ୟକ୍ରମଗୁଡିକୁ ସମନ୍ୱିତ କରି ରାଜ୍ୟ ପାଇଁ ଏକ ଭବିଷ୍ୟତ ପ୍ରତିଭା ସମୂହ ତିଆରି କରିବା, ଯାହା ଜାତୀୟ ଶିକ୍ଷା ନୀତି ୨୦୨୦ ସହ ଉପଯୁକ୍ତ ସମନ୍ୱୟ ଓ ତାଳମେଳ ରଖି କାର୍ଯ୍ୟ କରିପାରିବ ।

ଏଥିରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ତରର ପାଠ୍ୟକ୍ରମରେ ସହଜରେ ଅଧ୍ୟୟନ କରିପାରିବେ । ଭାରତ ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନ ପାଇଁ ସେମାନେ ଆବେଦନ କରିପାରିବେ ଏବଂ ଶିଳ୍ପ ବିଶେଷଜ୍ଞମାନଙ୍କଠାରୁ ପ୍ରତ୍ୟକ୍ଷ ଭାବେ ବ୍ୟାବହାରିକ ଜ୍ଞାନ ଆହରଣ କରିପାରିବେ । ଏତଦ୍ ବ୍ୟତୀତ ଛାତ୍ରଛାତ୍ରୀମାନେ ନିଯୁକ୍ତି ମେଳା, ଇଣ୍ଟର୍ଣ୍ଣସିପ୍, ନିଯୁକ୍ତି ହେକାଥନ୍, ଦକ୍ଷତା ଚ୍ୟାଲେଞ୍ଜ ଭଳି ସ୍ୱତନ୍ତ୍ର କ୍ୟାରିୟର ବିକାଶ କାର୍ଯ୍ୟକ୍ରମର ସୁବିଧା ନେଇପାରିବେ । ଏହି ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ଉଚ୍ଚଶିକ୍ଷା ବିଭାଗ ଓ ନାସକମର ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଯୋଗ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସାମ୍ବାଦିକ ଅଶୋକ ଭୋଇ ଙ୍କ ଅକାଳ ବିୟୋଗ ରେ ଶୋକସଭା

ସାମ୍ବାଦିକ ଅଶୋକ ଭୋଇ ଙ୍କ ଅକାଳ ବିୟୋଗ ରେ ଶୋକସଭା

June 30, 2026
କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ଉତ୍ସବ ସମ୍ପନ୍ନ 

କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ଉତ୍ସବ ସମ୍ପନ୍ନ 

June 30, 2026
ଧ୍ୟାନକୁଦ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜିୟୁ ମାନଙ୍କ ସ୍ନାନଯାତ୍ରା

ଧ୍ୟାନକୁଦ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜିୟୁ ମାନଙ୍କ ସ୍ନାନଯାତ୍ରା

June 30, 2026
ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା

ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା

June 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସାମ୍ବାଦିକ ଅଶୋକ ଭୋଇ ଙ୍କ ଅକାଳ ବିୟୋଗ ରେ ଶୋକସଭା

ସାମ୍ବାଦିକ ଅଶୋକ ଭୋଇ ଙ୍କ ଅକାଳ ବିୟୋଗ ରେ ଶୋକସଭା

June 30, 2026
କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ଉତ୍ସବ ସମ୍ପନ୍ନ 

କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ଉତ୍ସବ ସମ୍ପନ୍ନ 

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version