କଣ୍ଟାବାଞ୍ଜି (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂଣ୍ଣିମା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି । ତିନି ଠାକୁରଙ୍କୁ ପହଣ୍ତି କରାଯାଇ ସ୍ନାନ ମଣ୍ତପକୁ ଅଣାଯାଇଥିଲା । ସେଠାରେ ତିନି ଠାକୁରଙ୍କୁ ପୂଜା କରାଯିବା ପରେ ରୀତିନୀତି ଅନୁସାରେ ହୋମ ଆଳତୀ କରାଯାଇଥିଲା । ୧୦୮ କଳସ ପାଣିରେ ଏକ ପିତ୍ତ୍ତଳ ହଣ୍ତାରେ ଭର୍ତ୍ତି କରି ହଳଦୀ, ଅଗୃର,

ଚନ୍ଦନ ଇତ୍ୟାଦି ମିଶାଇ ସୁବାସିତ ଜଳ ପ୍ରସ୍ତୁତ କରି ମନ୍ତ୍ର ଉଚ୍ଚାରଣ ସହ ତିନି ଠାକୁରଙ୍କୁ ପ୍ରଥମେ ମୁଖ୍ୟ ପୂଜକ ସ୍ନାନ କରାଇଥିଲେ । ମନ୍ଦିର ସଦସ୍ୟମାନେ ଓ ପରେ ଉପସ୍ଥିତ ଭକ୍ତମାନେ ସ୍ନାନ କରାଇଥିଲେ । କର୍ତ୍ତା ଭାବେ ବିମଲ ଅଗ୍ରୱାଲ ମାଇକଲ ଦାୟିତ୍ୱ ତୁଳାଇ ଥିଲେ । ଶତାଧିକ ମହିଳା ପୁରୁଷ ଭକ୍ତଙ୍କ ସହ ପୂଜକ କୁମୁଦ ଷଡ଼ଙ୍ଗୀ,ମନ୍ଦିର କମିଟି ବରିଷ୍ଠ ସଦସ୍ୟ ପୂରଣମଲ ଅଗ୍ରୱାଲ ,ନଗରପାଳ ବରିୟାମ ସିଂ ସାଲୁଜା, ତପନ ବେହେରା , ଗିରିଜା ମହାନ୍ତି,
ଗିରିୟା ସୋନି ,ନିରଜ ଅଗ୍ରୱାଲ, ଚିନ୍ମୟ ଯୋଶୀ, ଅମିତ ଲାଲା, ବିଶାଳ ବେହେରା, ଆନନ୍ଦ ଅଗ୍ରୱାଲ ବଙ୍ଗୋମୁଣ୍ଡିଆ , ରୋହିତ ଲାଠ, ଚିନ୍ତୁ ପାଣିଗ୍ରାହୀ,ଅମିତ ଅଗ୍ରୱାଲ ସହ ଅନ୍ୟ ପୂର୍ଣ ସହଯୋଗ କରିଥିଲେ । ଦେବସ୍ନାନ ଉତ୍ସବ ପୂର୍ବରୁ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ତା ମଧ୍ୟ ମନ୍ଦିରରେ କରାଯାଇଥିଲା ।














