• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରଗତି ଓ ପ୍ରକୃତିକୁ ସରକାର ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି : ମନ୍ତ୍ରୀ ଶ୍ରୀ ଅମାତ

Proprietor Abhimanyu Maharana by Proprietor Abhimanyu Maharana
May 22, 2023
in ଓଡ଼ିଶା, ମହାନଗର, ହୋମ୍
0
ପ୍ରଗତି ଓ ପ୍ରକୃତିକୁ ସରକାର ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି : ମନ୍ତ୍ରୀ ଶ୍ରୀ ଅମାତ
Share on FacebookShare on TwitterWhatsapp

ଅନ୍ତର୍ଜାତୀୟ ଜୈବବିବିଧତା ଦିବସ-୨୦୨୩ ସମାରୋହ

୨୨ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :-  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ପ୍ରଗତି ଏବଂ ପ୍ରକୃତିର ସୁରକ୍ଷା ଓ ସଂରକ୍ଷଣକୁ ସବୁବେଳେ ଅଗ୍ରାଧିକାର ଦେଇଆସିଛନ୍ତି । ପ୍ରାକୃତିକ ବିଭବର ଗନ୍ତାଘର ଓଡ଼ିଶାର ଜୈବବିବିଧତାର ସୁରକ୍ଷା ଓ ସୁପରିଚାଳନା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରଙ୍କ ସହିତ ଜୈବବିବିଧତା ପରିଚାଳନା ସମିତି, ବନ ସୁରକ୍ଷା ସମିତି ସର୍ବୋପରି ସାଧାରଣ ଜନତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜୈବବିବିଧତାର ଗନ୍ତାଘର କୁହାଯାଉଥିବା ମଣ୍ଡାସାରୁ, ମହେନ୍ଦ୍ରଗିରି ଓ ଗନ୍ଧମାର୍ଦ୍ଦନ ପର୍ବତ ଆଦି ୩ ଗୋଟି ଜଙ୍ଗଲ ପରିସଂସ୍ଥାକୁ ରାଜ୍ୟ ସରକାର ଜୈବବିବିଧତା ଐତିହ୍ୟସ୍ଥଳୀ ଭାବେ ଘୋଷଣା କରିଛନ୍ତି । ପରିବେଶ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧପରିକର । ୪୯ଟି ପରିବେଶ ପର୍ଯ୍ୟଟନ ସ୍ଥଳୀରେ ଇକୋଗାଇଡ୍‌ମାନଙ୍କର ଦକ୍ଷତା ବୃଦ୍ଧି କରାଯାଇ ସ୍ଥାନୀୟ ଜୀବନଜୀବିକା ସୁଦୃଢ଼ କରାଯାଇଛି ବୋଲି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଆୟୋଜିତ ଅନ୍ତର୍ଜାତୀୟ ଜୈବବିବିଧତା ଦିବସ-୨୦୨୩ ସମାରୋହରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ୧୯ଟି ଅଭୟାରଣ୍ୟ, ଗୋଟିଏ ଜାତୀୟ ଉଦ୍ୟାନ, ଗୋଟିଏ ଜୈବମଣ୍ଡଳ ଏବଂ ୨୯ଟି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଘୋଷଣା କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି । ପ୍ରଗତି ଓ ପ୍ରକୃତି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଉଭୟ ଉଭୟଙ୍କର ପରିପୂରକ ।ରାଜ୍ୟ ସରକାର ପ୍ରକୃତିର ସୁରକ୍ଷା ଓ ସମୃଦ୍ଧିକୁ ପ୍ରାଥମିକତା ଦେଇ ରାଜ୍ୟର ସର୍ବାଙ୍ଗୀନ ପ୍ରଗତି ସାଧିତ କରୁଛନ୍ତି । ଜଳ, ଜମି, ଜଙ୍ଗଲ, ଜୀବଜନ୍ତୁ ଏବଂ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରହିଲେ ଜୈବବିବିଧତା ଅକ୍ଷୁଣ୍ଣ ରହିବ ଏବଂ ଭବିଷ୍ୟତ ପିଢ଼ି ଉପକୃତ ହେବେ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି । ମୋଣ୍ଟେରିଏଲ୍‌ଠାରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ୨୦୫୦ ସୁଦ୍ଧା ବିଶ୍ୱବାସୀଙ୍କୁ ୪ଟି ମୁଖ୍ୟ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ପଡ଼ିବ । ସେଗୁଡ଼ିକ ହେଲା ବିଲୁପ୍ତ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦମାନଙ୍କର ସଂରକ୍ଷଣ, ଗୁଣସୂତ୍ର ବିବିଧତାର ସୁରକ୍ଷା, ପାରମ୍ପରିକ ଜ୍ଞାନକୌଶଳ ଉପଯୋଗ କରି ଜୈବସଂପଦର ସଂରକ୍ଷଣ କରୁଥିବା ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସହାୟତା ଇତ୍ୟାଦି । ଏ ଦିଗରେ ଓଡ଼ିଶା ସରକାର ସଂପୂର୍ଣ୍ଣ ସଚେତନ ଏବଂ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ଓଡ଼ିଶା ଜୈବବିବିଧତା ବୋର୍ଡର ଅଧ୍ୟକ୍ଷା ଶ୍ରୀମତୀ ପୁଷାଜୁଲେ ମେକ୍ରୋ ସ୍ୱାଗତ ଭାଷଣରେ କହିଛନ୍ତି ଯେ ଓଡ଼ିଶାରେ ପାଖାପାଖି ୫୧୭୪ ପ୍ରଜାତିର ଉଦ୍ଭିଦ ଓ ୩୭୨୮ ପ୍ରଜାତିର ପ୍ରାଣୀ ଦେଖାଯାଆନ୍ତି । ଏଥି ମଧ୍ୟରୁ ପାଖାପାଖି ୧୫୩ ପ୍ରଜାତିର ଉଦ୍ଭିଦ ଓ ୬୫ ପ୍ରଜାତିର ପ୍ରାଣୀ ସଙ୍କଟାପନ୍ନ ଅଟନ୍ତି । ସାମୁଦି୍ରକ କଇଁଛ, ୩ ପ୍ରାଜାତିର କୁମ୍ଭୀର, ୫୫୦ ପ୍ରଜାତିର ପକ୍ଷୀ, ୬୨ ପ୍ରଜାତିର ହେନ୍ତାଳ, ବୃକ୍ଷଲତା, କୃଷ୍ଣସାର ମୃଗ, ସ୍କିମର ପକ୍ଷୀ, ନୀଳରକ୍ତ କଙ୍କଡ଼ା ଏବଂ ବିଭିନ୍ନ ପ୍ରଜାତିର ଅର୍କିଡ୍‌ ଓ ମାଂସାସୀ ଉଦ୍ଭିଦ ଆମ ରାଜ୍ୟର ଅନନ୍ୟ ଜୈବସଂପଦ ବୋଲି ସେ ଉଲ୍ଲେଖ କରିଥିଲେ ।ଚଳିତ ବର୍ଷର ବିଷୟବସ୍ତୁ ହେଉଛି ଜୈବବିବିଧତାର ପୁନଃସ୍ଥାପନ ପାଇଁ ଚୁକ୍ତିନାମା ଓ କାର୍ଯ୍ୟକାରିତା । ଏହି ଦିବସ ପାଳନ ଅବସରରେ ଅତିଥିମାନେ ଞ୍ଜଫଞ୍ଚଟ୍ଟ;ମ୍ୟାଜିକାଲ୍‌ ବାୟୋଡାଇଭର୍ସିଟି ଅଫ୍‌ ମହେନ୍ଦ୍ରଗିରି ହିଲସ୍‌: ଦି ପ୍ରାଇଡ୍‌ ଅଫ୍‌ ଇଷ୍ଟର୍ଣ୍ଣ ଘାଟସ୍‌ ଅଫ୍‌ ଇଣ୍ଡିଆ’ ‘ଇରାୱାଡ଼ି ଡଲ୍‌ଫିନ୍ସ: ସ୍ପେସିସ୍‌ ଆଟ୍‌ ଦି କ୍ରସ୍‌ରୋଡ୍‌’ ‘ଦି ଆକଫିଭିଟି ରିପୋର୍ଟ ଅଫ୍‌ ଦି ଓଡ଼ିଶା ବାୟୋଡାଇଭର୍‌ସିଟି ବୋର୍ଡ’,’ହ୍ୟାଣ୍ଡଲିଂ ଆଣ୍ଡ ରିଲିଜିଂ ଅଫ୍‌ ପ୍ରୋବ୍‌ଲେମାଟିକ୍‌ ଆନିମଲସ୍‌’ ପୁସ୍ତକ ସହ ‘ଦି ଟେଲସ୍‌ ଅଫ୍‌ ଗନ୍ଧମାର୍ଦ୍ଦନ’ ଶୀର୍ଷକ ଏକ ଦୃଶ୍ୟ-ଶ୍ରାବ୍ୟ ଡକୁମେଣ୍ଟାରୀ ଲୋକାର୍ପଣ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୁଶ୍ରୀ ଆଦିତି ଭୂୟାଁ ଜୈବବିବିଧତା ଉପରେ ସୁନ୍ଦର ବକ୍ତବ୍ୟ ରଖି ଉଚ୍ଚପ୍ରଶଂସିତ ହୋଇଥିଲେ । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ଓଡ଼ିଶା ଜଙ୍ଗଲ ବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ) ଶ୍ରୀ ସୁଶୀଲ କୁମାର ପୋପ୍‌ଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଏହି ସମାରୋହରେ ଯୋଗଦେଇଥିଲେ । ଜୈବବିବିଧତା ବୋର୍ଡର ବରିଷ୍ଠ ବୈଜ୍ଞାନିକ ଡ. ପ୍ରସାଦ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ରାଜ୍ୟର ୨୭ଟି ଜିଲ୍ଲାରୁ ଜୈବବିବିଧତା ପରିଚାଳନା ସମିତିର ସଦସ୍ୟସଦସ୍ୟା, ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ସୌରଭ ପ୍ରଧାନ ସୂଚନା

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସାମ୍ବାଦିକ ଅଶୋକ ଭୋଇ ଙ୍କ ଅକାଳ ବିୟୋଗ ରେ ଶୋକସଭା

ସାମ୍ବାଦିକ ଅଶୋକ ଭୋଇ ଙ୍କ ଅକାଳ ବିୟୋଗ ରେ ଶୋକସଭା

June 30, 2026
କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ଉତ୍ସବ ସମ୍ପନ୍ନ 

କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ଉତ୍ସବ ସମ୍ପନ୍ନ 

June 30, 2026
ଧ୍ୟାନକୁଦ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜିୟୁ ମାନଙ୍କ ସ୍ନାନଯାତ୍ରା

ଧ୍ୟାନକୁଦ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜିୟୁ ମାନଙ୍କ ସ୍ନାନଯାତ୍ରା

June 30, 2026
ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା

ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା

June 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସାମ୍ବାଦିକ ଅଶୋକ ଭୋଇ ଙ୍କ ଅକାଳ ବିୟୋଗ ରେ ଶୋକସଭା

ସାମ୍ବାଦିକ ଅଶୋକ ଭୋଇ ଙ୍କ ଅକାଳ ବିୟୋଗ ରେ ଶୋକସଭା

June 30, 2026
କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ଉତ୍ସବ ସମ୍ପନ୍ନ 

କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ଉତ୍ସବ ସମ୍ପନ୍ନ 

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version