୧୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଶବରପଲ୍ଲୀ ଗାଁ ଶବରସମାଜ କଲ୍ୟାଣ ସମିତି ସଂସ୍କୃତି ଭବନ ଠାରେ ଶବରସମାଜ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ନୂଆଁଗଡ ବ୍ଲକ ଏନ୍.ଝାଲାରସିଂ ଗାଁରେ ଶବର ସମାଜ ପ୍ରତିଷ୍ଠାତା ପୂଜନୀୟ ସ୍ୱର୍ଗତ ପ୍ରଧାନୀ ଗମାଙ୍ଗଙ୍କ ସ୍ମୃତି ଉଦେଶ୍ୟ ରେ ସ୍ମୃତି ମନ୍ଦିର ନିର୍ମାଣ ସହ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ଭବ୍ୟ ସ୍ମୃତି ମନ୍ଦିର ର ପ୍ରତିଷ୍ଠା ଓ ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯିବ ।
ଆସନ୍ତା ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଏନ୍ ଝାଲାରସିଂ ଗାଁରେ ୨୦ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଙ୍କ ଜନସମାବେଶ ହେବ । ସମାଜର ମଙ୍ଗଳ ଉଦ୍ଦେଶ୍ୟ ରେ ଘୃତଯଜ୍ଞ, , ନାମଯଜ୍ଞ, ଅନ୍ନଯଜ୍ଞ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ରେ ଭାରତ ସରକାରଙ୍କ ମାନ୍ୟବର ଜନଜାତି ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବୀଶ୍ୱେଶ୍ୱର ଟୁଡୁ, ମୋହନା ବିଧାୟକ ଦାସରଥୀ ଗମାଙ୍ଗ,
ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରମୁଖ ଙ୍କ ସମେତ ଅନେକ ସମାଜ ସେବୀ ଯୋଗ ଦେବେ ବୋଲି ଶବରସମାଜ କଲ୍ୟାଣ ସମିତିର ସର୍ବୋଚ୍ଚ କାର୍ଯ୍ୟକାରୀ ସଭାପତି ତ୍ରୀନାଥ ଶବର ଓ ସମ୍ପାଦକ କୃଷ୍ଣଚନ୍ଦ୍ର ଗମାଙ୍ଗ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମ ପାଇଁ ଏନ.ଝାଲାରସିଂ ଓ ଆଖପାଖ ଅଞ୍ଚଳ ବେଶ୍ ଚଳଚଞ୍ଚଳ ଥିବା ମଧ୍ୟ କହିଛନ୍ତି ଉଭୟ କର୍ମକର୍ତ୍ତା ।














