No Result
View All Result
୯ମେ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଓଡିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଇ ଅାସୁଥିବା କ୍ଷୁଦ୍ର ଓ ମଧ୍ୟସମ୍ବାଦ ପତ୍ରଗୁଡିକ ବହୁ ଘାତ ପ୍ରତିଘାତ ଦେଇ ଗତି କରୁଛନ୍ତି ଏ କ୍ଷେତ୍ରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉକ୍ତ ସମ୍ବାଦ ପତ୍ରଗୁଡ଼ିକୁ ଅଧିକ ବିଜ୍ଞାପନ ପ୍ରଦାନ କରି ସେମାନଙ୍କ ଅାର୍ଥିକ ସ୍ଥିତିରେ ସୁଧାର ଅାଣିବା ଏବଂ ବିଭିନ୍ନ ସମସ୍ୟା ସମାଧାନ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାକୁ ନୂତନ ଭାବେ ଯୋଗ ଦେଇଥିବା
ସୂଚନା ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲଙ୍କ ସହ ସାକ୍ଷାତ କରି ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ତଥା ନବୀନର ସମ୍ପାଦକ ରବି ରଥ ଉପରୋକ୍ତ ବିଷୟରେ ଆ ଲୋଚନା କରିଥିଲେ ଏହି ଅବସରରେ ମହାସଂଘର ଉପସଭାପତି ତଥା ପରିବର୍ତ୍ତନ ସମ୍ପାଦକ ରମାକାନ୍ତ ପରିଜା, ଭଜରାମ ମହାପାତ୍ର, କଳିଙ୍ଗପ୍ରଭାର ସମ୍ପାଦକ ପ୍ରଦୀପ୍ତ ପରିଡା ପ୍ରମୁଖ ଉପସ୍ଥିତ ରହି ଅାଲୋଚନାରେ ଅଂଶଗ୍ରହ କରିଥିଲେ .

No Result
View All Result