No Result
View All Result
୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼/ସୁବର୍ଣ୍ଣପୁର :- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଘୁଲିଆପଦର ଗାଁ ମୁଣ୍ଡର କେନାଲ ବ୍ରିଜତଳେ ଜଣେ ଯୁବକଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ହେଲେ ବରଗଡ଼ ଜିଲ୍ଲାର ବରଗଡ଼ ମୋଟର ଚାଳକ ସଂଘର ସଭାପତି ନିରୋଜ ପୋଢ଼ । ସ୍ଥାନୀୟ ଲୋକଙ୍କ ଠାରୁ ପୁଲିସ ଓ ଅଗ୍ନିଶମ ବିଭାଗ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ପାଣିରୁ ଉଦ୍ଧାର କରିଥିଲା । ଘଟଣା ସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ବାଇକ ଜବତ କରାଯାଇଛି ।
ପ୍ରକାଶ ଥାଉକି ସେ ଆଜି ସକାଳୁ ଏକ ବାଇକ ସାହାଯ୍ୟରେ ବରଗଡ଼ରୁ ସୋନପୁର ଅଭିମୁଖେ ଯାଉଥିବା ବେଳେ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଘୁଲିଆପଦର ଗାଁ ମୁଣ୍ଡରେ ଭାରସାମ୍ୟ ହରାଇ କେନାଲ ବ୍ରିଜ ଉପରୁ ୧୦ ରୁ ୧୫ ଫୁଟ ତଳକୁ ଖସି ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛି। ଏହି ଘଟଣା ପରେ ତାଙ୍କ ପରିବାର ଲୋକେ ନିରୋଜଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।
No Result
View All Result