୨୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅଗ୍ରଓ୍ବାଲ ମହାସଭାର ଷଷ୍ଠ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । ପ୍ରତି ବର୍ଷ ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦା ହିନ୍ଦୁ ନବବର୍ଷ ଦିନ ଏହି ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରାଯାଇ ଥାଏ ।
ସମ୍ମାନିତ ଅତିଥି ବରଗଡ଼ ବିଧାୟକ ଶ୍ରୀ ଦେବାଶ ଆଚାର୍ଯ୍ୟ ଯୋଗଦାନ କରି ତାଙ୍କ ଅଭିଭାଷଣରେ ବରଗଡ଼ ଜିଲ୍ଳାରେ ଅଗ୍ରଓ୍ବାଲ ସମାଜର ଭୂମିକା ଉପସ୍ଥାପନ କରିଥିଲେ । ଅଗ୍ରଓ୍ବାଲ ସମାଜର ସଂସ୍ଥାପକ ଶ୍ରୀ ବିଷ୍ଣୁ ପ୍ରସାଦ ଅଗ୍ରଓ୍ବାଲ, ଅଗ୍ରଓ୍ବାଲ ସମାଜର ଅଧ୍ୟକ୍ଷା ଶ୍ରୀମତୀ ଅନୁରାଧା ଅଗ୍ରଓ୍ବଲ ମଞ୍ଚାସିନ ଥିଲେ । ସେଶରେ ଅଗ୍ରଓ୍ବାଲ ସମାଜ ପକ୍ଷରୁ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।

© 2023 Odisha Taza News.