ହୀରାକୁଦ ସେଚାଞ୍ଚଳ ଛାଡି ଦେଲେ ଗୋଟିଏ ବୃହତ ଅଞ୍ଚଳ ର କୃଷକମାନେ ବାରମ୍ବାର ମରୁଡି ର ଶୀକାର ହୋଇଚାଲିଛନ୍ତି । ଜିଲ୍ଲା ରେ ପ୍ରତିବର୍ଷ ପ୍ରାୟ ୧୫୦୦ ରୁ ୧୭୦୦ ମିଲିମିଟର ବର୍ଷା ହେଉଛି । ସରକାରଙ୍କ ଏହାକୁ ସଂରକ୍ଷଣ ଓ ସୁପରିଚାଳନା ଦିଗରେ ଚିନ୍ତା କରୁନାହାନ୍ତି । ଫଳସ୍ବରୂପ କୃଷକମାନେ ଗଭୀର ନଳକୂପ କୁ ବିକଳ୍ପ ଭାବେ ବାଛି ନେଇଛନ୍ତି । ଯିବାକି ବିଜୁଳି ଉପରେ ଆଧାରିତ, ଖର୍ଚ୍ଚ ବହୁଳ ଏବଂ ଅସ୍ଥାୟୀ ଅଟେ ।
ଏହାସତ୍ତ୍ୱେ କୃଷକମାନେ ନିଜସ୍ଵ ପୁଞ୍ଜି ରେ ଗଭୀର ନଳକୂପ ଖନନ କରି ଚାଷ କରୁଥିବା ବେଳେ ଓଡ଼ିଶା ସରକାର ରିହାତି ଦେଇ ଆମ ଜିଲ୍ଲା ରେ ମୋଟ ୨୬୮୧୦ ଗୋଟି ଗଭୀର ନଳକୂପ ଖନନ କରି ସେଥିରୁ ୨୫୭୦୩ ଗୋଟି ରେ ବିଜୁଳି ସଂଯୋଗ କରାଯାଉଛି ଯେଉଁ ଥିରେକି ଚାଷୀ ଟିପିଡବ୍ଲୁଓଡିଏଲ କଂପାନୀ ର ବର୍ଦ୍ଧିତ ବିଦ୍ୟୁତ ବିଲ ଦେଇ ହରଡ଼ଘଣାରେ ପଡୁଛନ୍ତି ବୋଲି ନେତା ମାନେ ସରକାର ଙ୍କ ଉପରେ ବର୍ଷିଥିଲେ । ବିକ୍ଷୋଭ ସଭାରେ ଚାଷୀ ନେତା ଲିଙ୍ଗରାଜ,ଶିବ ପ୍ରଧାନ, ଜିଦ୍ କିଶାନ ଆନ୍ଦୋଳନ ର ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସଂପାଦକ ହର ବଣିଆ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସରକାର ଙ୍କ ଉଦେଶ୍ୟର ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

© 2023 Odisha Taza News.