୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଏକାମ୍ର ନିର୍ବାଚନ ମଣ୍ଡଳୀ ରେ ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୭ ତମ ଜୟନ୍ତୀ ମହାସମାରୋହରେ ପାଳନ ହୋଇଯାଇଛି । ଏହି ଅବସରରେ ସକାଳ ୭ ଘଟିକା ସମୟରେ ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରୁ ବିଜୁ ପ୍ରେମୀମାନଙ୍କ ଦ୍ଵାରା ପ୍ରଭାତ ଫେରି ହୋଇଥିଲା । ପରେ ଲିଙ୍ଗରାଜ ମନ୍ଦିର ଠାରୁ ଧଉଳି ପାର୍ବତୀ ସାଗର ପର୍ଯ୍ୟନ୍ତ ଶତାଧିକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ ଶୋଭାଯାତ୍ରାକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ କୁମାର ରାଉତ,ମେୟର ସୁଲୋଚନା ଦାସ ପତାକା ହଲାଇ ଶୁଭାରମ୍ଭ କରିଥିଲେ ।
ସେହିପରି ପୂର୍ବାହ୍ନ ୧୦ ଘଟିକା ସମୟରେ ଟଙ୍କପାଣି ରୋଡ ସାଇ ମନ୍ଦିର ଛକ ସାଇ କନଭେନସନ ଠାରେ ସାଧାରଣ ସଭାରେ ଏକାମ୍ର ନିର୍ବାଚନ ମଣ୍ଡଳୀ ର ଶତାଧିକ ବିଜୁ ପ୍ରେମୀ ମାନଙ୍କୁ ଅତିଥିମାନେ ବିଜୁ ବାବୁଙ୍କ ବୀରତ୍ୱ,ଦେଶ ପ୍ରେମ ଓ ସ୍ଵାଧୀନତା ସଂଗ୍ରମର ଅବଦାନ ବିଷୟରେ ଆଲୋକପାତ କରିବା ସହ ଉପସ୍ଥିତ ପ୍ରତ୍ୟେକ ସଦସ୍ୟ ଲୋକ ସେବାକୁ ଏକ ମହନୀୟ ବ୍ରତ ଭାବରେ ଗ୍ରହଣ କରିବେ ଏବଂ ସମୃଦ୍ଧ ,ସସକ୍ତ ଓ ସ୍ବାଭିମାନ ‘ ନବୀନ ଓଡ଼ିଶା ‘ ଗଢ଼ିବା ପାଇଁ ଶପଥ ଗ୍ରହଣ କରିଥିଲେ।
ଅତିଥିମାନଙ୍କ ଗହଣରେ ରାଜ୍ୟସଭା ସାଂସଦ ଡ ଅମର ପଟ୍ଟନାୟକ, ସୁଲୋତା ଦେଓ, ପୂର୍ବତନ ସାଂସଦ ଡ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଓଡ଼ିଶା ରିଭିଉ ଓ ଉତ୍କଳ ପ୍ରସଙ୍ଗ ର ସମ୍ପାଦିକା କସ୍ତୁରୀ ମହାପାତ୍ର, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ଜିଲ୍ଲା ମହିଳା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର,ଯୁବ ସଭାପତି ସମରେଶ ବେଉରା, ରାଜ୍ୟ କୃଷି ଉନ୍ନୟନ ନିଗମ ଉପାଧ୍ୟକ୍ଷ ଡ ସନ୍ତୋଷ ବେଜ, ରାଜ୍ୟ ଛାତ୍ର କାର୍ଯ୍ୟକାରୀ ସଭାପତି ମିକୁ ପ୍ରଧାନ,
ଏକାମ୍ର ଛାତ୍ର ସଭାପତି ଶିବ ମହାପାତ୍ର, ରାଜେଶ ପାତ୍ର,ରାଜ୍ୟ ବରିଷ୍ଠ ଛାତ୍ର ଉପସଭାପତି ଅଜିତ ବେହେରା, ଯୋଗେଶ ଜେନା, ଜିଲ୍ଲା ବିଜୁ ଆଇନଜୀବି ସାମୁଖ୍ୟ ସଭାପତି ଡ ସୁରେଶ ବାରିକ,ଜିଲ୍ଲା ପରିଷଦ ସଭ୍ୟ ସୁବାସ କୁମାର ସୁନ୍ଦରାୟ, ବହୁ କର୍ପୋରେଟର, ସରପଂଚ, ସମିତି ସଭ୍ୟ, ଏବଂ ଦଳୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ।

© 2023 Odisha Taza News.