ଓଡିଶା ତାଜା ନ୍ୟୁଜ୍ (୧୩ ଜୁନ୍ ଶନିବାର ) କୋରାଇ :– ନିମ୍ନମାନର କାର୍ଯ୍ୟ ଅଭିଯୋଗ ବାଲି ବଦଳରେ ପୋଖରି ତାଡି ମାଟି ପକାଉଛି ଠିକାଦାର ବିଭାଗ ପକ୍ଷରୁ ପଦକ୍ଷପ ନିଆନଗଲେ ପରିଷଦ ପକ୍ଷରୁ ଆନ୍ଦୋଳନ ଚେତାବନି, ଦୀର୍ଘଦିନ ଧରି ଅବହେଳିତ ରହିଥିବା କୋରାଇ ରେଳ ଷ୍ଟେସନର ଏବେ ପୁନଃଉଦ୍ଧାର କାର୍ଯ୍ୟ ଚାଲିଛି । ହେଲେ ଦକ୍ଷିଣ-ପୁର୍ବ ରେଳବାଇ ପକ୍ଷରୁ କରାଯାଉଥିବା ଏହି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି । ଉନ୍ନତିକରଣ ନାଁରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଠିକାକାମ କରୁଥିବା ଠିକାଦାର କାମରେ ନିମ୍ନମାନର ମେଟେରିଆଲ ବ୍ୟବହାର କରିବା ସହିତ ବାଲି ବଦଳରେ ମାଟିଫିଲିଙ୍ଗ୍ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଏନେଇ ସ୍ଥାନୀୟ ଲୋକଙ୍କ ସମେତ ଉନ୍ନୟନ ପରିଷଦ ପକ୍ଷରୁ ମଧ୍ୟ ରେଳବାଇ କର୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଅଭିଯୋଗ କରିଥିବା ଜଣାପଡିଛି । ଏପରିକି ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷପ ନିଆନଗଲେ ପରିଷଦ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥାଅବଲମ୍ବନ କରାଯିବାକୁ ଚେତାବନି ଦିଆଯାଇଛି । କୋରାଇ ରେଳ ଷ୍ଟେସନ ଦୀର୍ଘଦିନ ଧରି ଅଧାପନ୍ତରିଆ ହୋଇ ପଡି ରହିଥିଲା । ଏଥିନେଇ ସ୍ଥାନୀୟ ଲୋକେ ଏହି ଷ୍ଟେସନ ଉନ୍ନତିକରଣ ପାଇଁ ଉଚ୍ଚକତୁଁପକ୍ଷଙ୍କ ନିକଟରେ ବାରମ୍ବାର ଦାବି କରୁ ଆସୁଥିଲେହେଁ ପଦକ୍ଷପ ନିଆଯାଉ ନଥିଲା । ଫଳରେ କୋରାଇ ରେଲବାଇ ଉନ୍ନୟନ ପରିଷଦ କମିଟି ଗଠନ କରାଯାଇ ବିଭିନ୍ନ ସମସ୍ୟା ଭିତିକ ଦାବି ନେଇ ଧାରଣା ଦେବା ସହିତ କମିଟି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଇଥିଲେ । ବହୁବାର ଦାବିପରେ ଷ୍ଟେସନ ଉନ୍ନତିକରଣ ପାଇଁ ଟଙ୍କା ମଞ୍ଜୁର ହୋଇ ନିର୍ମାଣ ନିମନ୍ତେ ବିଭାଗ ପକ୍ଷରୁ ଠିକାଦାର ଚୟନ କରାଯାଇଛି ।
ହେଲେ ନିଯୁକ୍ତ ଠିକାଦାର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ମନମୁଖୀଭାବେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରୁଛନ୍ତି । ବିଶେଷକରି ବର୍ତମାନ କରୋନା ପାଇଁ ରାଜ୍ୟରେ ଲକ୍ଡାଉନ୍ ଓ ସଟଡାଉନ୍ ଭଳି ନିୟମ ଲାଗୁ ହୋଇଥିବା ବେଳେ ଠିକାଦାର ଏହାର ଫାଇଦା ଉଠାଇ ର’ଠ’ଭାବେ କାମ କରି ବିଲ ଉଠାଇ ନେବାକୁ ମସୁଧା କରୁଥିବା ଅଭିଯୋଗ ହୋଇଛି । କାମରେ ବାଲି ବଦଳରେ ମାଟି ଫିଲିଙ୍ଗ୍ କରାଯାଉଥିବା ବେଳେ ଏହାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ବ୍ୟବହାର ହେଉଥିବା ମାଟି ମଧ୍ୟ ବେଆଇନ୍ ଭାବେ ରାତିଅଧିଆ ଷ୍ଟେସନ ନିକଟସ୍ଥ ସାଦକପୁର ପଂଚାୟତର ଏକ ପୋଖରିରୁ ମେସିନ୍ ଯୋଗେ ମାଟି ଉଠାଇ କାମରେ ବ୍ୟବହାର ହେଉଥିବା ଜଣାପଡିଛି । ଏନେଇ ଗ୍ରାମବାସୀ ତୁଳତୀ (ରିପୋର୍ଟ / ବ୍ୟାସନଗରରୁ ରଶ୍ମିରେଖା ମଲ୍ଲିକଙ୍କ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com