ଦକ୍ଷତା ବିକାଶ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସମ୍ପର୍କିତ ଆଲୋଚନା ଚକ୍ର

୨୧ଫେବୃଆରୀ ,ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ )  କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବଲବସପୁର ଗ୍ରାମରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଏବଂ ନେତାଜୀ କ୍ଲବ ବଲବସପୁରର ସହଯୋଗରେ ଦକ୍ଷତା ବିକାଶ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ନର୍ଲା ବ୍ଲକର ୮୦ ଜଣ ଯୁବକ ଯୁବତୀ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ,ମୁଖ୍ୟ ବକ୍ତା ଭାବେ ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ , ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ଏବଂ ଲେଖାପାଳ ଦ୍ଵିତୀୟ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ରିସୋର୍ସ ପର୍ଶନ ହିସାବରେ କୈବଲ୍ୟ ଏଜୁକେସନ ଫାଉଣ୍ଡେସନ ନର୍ଲା ବ୍ଲକ ମ୍ୟାନେଜର ସୋନି ସିଂ ,ଥୁଆମୂଲ ରାମପୁର ବ୍ଲକର ମ୍ୟାନେଜର ଓଁପ୍ରକାଶ କୁମାର ଏବଂ ରୁପ୍ରାରୋଡ ଷ୍ଟେଟ ବ୍ୟାଙ୍କ ଶାଖାର ଫିଲଡ଼ ଅଫିସର ସୌଭାଗ୍ୟ କେଶରୀ ହୋତା , କେସିୟର ବିଜେଶ କୁମାର ସେଠ ପ୍ରମୁଖ ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ହେମସଗାର ସାହୁ ,ମିଲନ କୁମାର ଭୋଇ , କୋପନେଶ୍ଵର ବେମାଲ ନେତାଜୀ କ୍ଲବ ବଲବସପୁରର ସଭାପତି ବିଜନ ପଧାନ, ସମ୍ପାଦକ ପ୍ରଦୀପ ପଧାନ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।