ଖବର ପାଇ ପାରଳାଖେମୁଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିବା କରିଛି। ପୁଲିସ ଘଟଣାରେ ସମ୍ପୃକ୍ତ ଥିବା ମୋହନା ବିଡିଓଙ୍କ ଡ୍ରାଇଭରକୁ ଥାନାରେ ଅଟକ ରଖିଛି। ଏଥିସହ ଗାଡ଼ିକୁ ଜବତ କରିଛି ଏବଂ ଏନେଇ ପଚରାଉଚରା ଜାରି ରଖିଥିବା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।ତେବେ ମାନବିକତା ଦୃଷ୍ଟିରୁ ଘଟଣା ଘଟିବା ବେଳେ ଗାଡ଼ିରେ ବସିଥିବା ବେଳେ ବିଡିଓ ଓ ଅନ୍ୟ ସହକର୍ମୀମାନେ ଗାଡ଼ିକୁ ନରଖିବାକୁ ବିରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। ବିଡିଓଙ୍କୁଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିବା ବେଳେ ସେ କିନ୍ତୁ ଉକ୍ତ ସ୍ଥାନରୁ କେଉଁଆଡେ ଉଭାନ ହୋଇଯାଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ବିଡିଓଙ୍କ ଆଚରଣକୁ ନାପସନ୍ଦ କରିଛନ୍ତି।

© 2023 Odisha Taza News.