୧୯ ଫେବୃଆରୀ ,ରବିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନ :– ଭୁବନ ବ୍ଲକ ଅନ୍ତର୍ଗତ ଧଳପଡା ପଂଚାୟତରେ ୮୬ ଲକ୍ଷ ଟଙ୍କା ବିନିମୟରେ ଗୋଟିଏ କଲ୍ୟାଣ ମଣ୍ଡପ , ୪ ଟି କମ୍ୟୁନିଟି ସେଣ୍ଟର ଓ ଗୋଟିଏ ଗୋଷ୍ଠୀ ଶୌଚାଳୟ ଆଜି ଲୋକାର୍ପଣ ହୋଇଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୪୨ ଲକ୍ଷ ୭୫ ହଜାର ଟଙ୍କା ବ୍ୟୟରେ ନିର୍ମିତ ଧଳପଡା ଗ୍ରାମ ପଂଚାୟତ କଲ୍ୟାଣ ମଣ୍ଡପ କୁ ଉଦଘାଟନ କରିଥିଲେ ।ପରେ ଅନଳ ଗ୍ରାମରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୪ ଗୋଟି କମ୍ୟୁନିଟି ସେଣ୍ଟର ଓ ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀ ଶୌଚାଳୟ ମଧ୍ୟ ଉଦଘାଟନ କରିଥିଲେ । ଧଳପଡା ସରପଂଚ ଶ୍ରୀନିବାସ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଭୁବନ ଅଂଚଳର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ଘୋଷଣା କରିବା ସହ ନୂତନ ପ୍ରୋଜେକ୍ଟ ଦେବାକୁ କହିଥିଲେ ।ସମ୍ମାନୀତ ଅତିଥି ଭାବେ ସାଂସଦ ମହେଶ ସାହୁ , ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ , ଭୁବନ ବ୍ଲକ ବିଜେଡି ସଭାପତି ତଥା ୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ , ବିଡିଓ କଲ୍ୟାଣ ସୌରଭ ଦାଶ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ମନ୍ତ୍ରୀ ଏବଂ ସାଂସଦ ଙ୍କୁ ଦଳୀୟ କର୍ମୀ ମାନେ ଏକ ବିରାଟ ପଟୁଆରରେ ପାଛୋଟି ନେଇଥିଲେ ।