ଓଡିଶା ତାଜା ନ୍ୟୁଜ୍ (୧୩ ଜୁନ୍ ଶନିବାର ) ମାହାଙ୍ଗା : – କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡା ଜୟ ପୁର ଫାଣ୍ଡି ଅଧୀନ କୁହୁଣ୍ଡା ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ରେ ବର୍ଷକ ମଧ୍ୟରେ ତିନି ତିନି ଥର ଲୁଟ ଉଦ୍ୟମ ହୋଇ ଥିବାବେଳେ ବ୍ୟାଙ୍କ କର୍ତୃପକ୍ଷ ଙ୍କ କାର୍ଯ୍ୟ କଳାପକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଇଚି, ତିନି ତିନି ଥର ଲୁଟ ଉଦ୍ୟମ ପରେବି ପରେ ବି ବ୍ୟାଙ୍କ ରେ ରାତ୍ରୀକାଳୀନ ସୁରକ୍ଷା ବ୍ୟବସ୍ଥା କରାନଯିବା ବ୍ୟାଙ୍କ ସେଫଟି ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି, ଗତ ତିନି ମାସ ପୂର୍ବେ ଏହି ବ୍ୟାଙ୍କ କୁ ଲାଗିଥିବା ନିଜସ୍ୱ ଏଟିଏମ କୁ ଦୁର୍ବୁତ୍ତ ମାନେ ତାଡି ଲୁଟ ଉଦ୍ୟମ କରିଥିଲେ,
ଏଥିନେଇ ଫାଣ୍ଡିରେ ଅଭିଯୋଗ ହୋଇଥିବା ବେଳେ ସମ୍ପୃକ୍ତ ଦୁର୍ବୁତ୍ତ ମାନେ ଧରାପଡ଼ିନାହାନ୍ତି, ଗତ କାଲି ରାତିରେ ପୁନର୍ବାର ଦୁର୍ବୁତ୍ତ ମାନେ ବ୍ୟାଙ୍କ କାନ୍ଥ ତାଡି ଭିତରେ ପଶି ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି, ବ୍ୟାଙ୍କ ରେ ଥିବା ସାଇରନ କାର୍ଯ୍ୟ ନକରିବା ଓ ସୁରକ୍ଷା କର୍ମଚାରୀ ନିଯୁକ୍ତ ନହେବା ପଛରେ କି ରହସ୍ୟ ଲୁଚିରହିଛି ତାହା ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିବ ବୋଲି ସାଧାରଣରେ ଦାବୀ ହୋଇଛି, ଆଜି ଘଟଣା ସ୍ଥଳରେ ପୋଲିସ ଓ ବ୍ୟାଙ୍କ ସୁରକ୍ଷା ଅଧିକାରୀ ପହଂଚି ଘଟଣାର ତଦନ୍ତ କରିଥିବାବେଳେ ସୁରକ୍ଷା ଅଧିକାରୀଙ୍କୁ ବ୍ୟାଙ୍କ ର ସୁରକ୍ଷା ବ୍ୟବସ୍ଥା ନେଇ ପଚାରିବାରୁ ସେ ଉତକ୍ଷିପ୍ତ ହୋଇ ଯାଇଥିଲେ,
ବାରମ୍ବାର ଲୁଟ ଉଦ୍ୟମ ପରେ ବି ବ୍ୟାଙ୍କର ସୁରକ୍ଷା ଅଧିକାରୀ ବ୍ୟାଙ୍କ କୁ ସଠିକ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାରେ ବିଫଳ ହୋଇଥିବା ବ୍ୟାଙ୍କ ଗ୍ରାହକ ମାନେ ଅଭିଯୋଗ କରିବାସହ ଏହି ବ୍ୟାଙ୍କ ରୁ ବିମୁଖ ହେବାକୁ ଚେତା ବନି ଦେଇଛନ୍ତି (ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com