ରାୟଗଡ଼ା କଲ୍ୟାଣସିଂହପୁରରେ ଅବକାରୀ ବିଭାଗ ଚଢ଼ାଉକରି : ଦୁଇ ମଦ ମାଫିଆକୁ ଗିରଫ ସହ ଗୋଟିଏ ବାଇକ ଜବତ

୧୯ ଫେବୃଆରୀ ,ରବିବାର (ଓଡ଼ିଶା ତାଜାନ୍ୟୁଜ ) ରାୟଗଡ଼ା :-  ରାୟଗଡା ଜିଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକରେ ଦେବଗିରି ଶିବରାତ୍ର ଯାତ୍ରା ସାତ ଦିନ ବ୍ୟାପୀ ଚାଲିଥିବା ସମୟରେ ଏହାକୁ ଦୃଷ୍ଟିରେ ରଖି ଏହି ଉପଲକ୍ଷେ ଅବକାରୀ ବିଭାଗ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ଗାଁ ଗାଁ ବୁଲି ଜୋରସର ରେ ଚଢ଼ାଉ କରିଥିଲେ । ଯାତ୍ରାର ଦୁଇଦିନ ମଧ୍ୟରେ ଚଢାଉ କରି ଦୁଇ ଯୁବକଙ୍କୁ ଗିରଫ କରିବା ସହ ବାଇକ ଜବତ କରିଥିବା ସୂଚନା ମିଳିଛି । ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ (ସୁପରଟେଣ୍ଡ) ଅଭିରାମ ବେହେରା ଙ୍କ ନିର୍ଦ୍ଧେଶ କ୍ରମେ ରାୟଗଡା ମୋବାଇଲ ସ୍କ୍ୱାର୍ଡ ଓ କଲ୍ୟାଣସିଂହପୁର ରେ ଥିବା ଅବକାରୀ ବିଭାଗ ମିଳିତରେ ଦୁଇଦିନ ମଧ୍ୟରେ କତାଗୁଡା ,ଡମଲିମା ,ଶିକରପାଇର ଧାମଲିମା ଓ ମୁତୁକୁଣୀ, ତଳରମ୍ଭା ଗାଁରେ ଚଢ଼ାଉ କରି ୩୦ଲିଟର ସଲପ ତାଡି,୧୨୫ଲିଟର ଦେଶୀ ମଦକୁ ଜବତ କରିବା ସହ ୧୪୦୦ ଲିଟର ମହୁଲ ପୋଚ ଜବତ କରି ନଷ୍ଟ କରିବା ସହ ଗୋଟିଏ ବାଇକ ଓ ଦୁଇ ଜଣ ଯୁବକକୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ର ମୋବାଇଲସ୍କ୍ୱାର୍ଡର କିଶୋର ଚନ୍ଦ୍ର ରଥ ସୂଚନା ଦେଇଛନ୍ତି । ୪ଟି ଅବକାରୀ ମକଦମାରେ ଦୁଇ ଜଣ ମଦ ମାଫିଆ କୁ ଗିରଫ କରିବା ସହ ଗୋଟିଏ ବାଇକ ଜବତ କରାଯାଇଛି ।ଏହି ଚଢ଼ାଉ ସମୟରେ ସଂଗ୍ରାମ ପ୍ରଧାନ, କରୁଣା କର ପାତ୍ର, ରାମଜାନ ଖାନ, ପି. କିଶୋର ,ମହିଳା ସିପାହୀ ରିନା ବାରିକ,ଗାଡି ଚାଳକ ନବିନ ମାଛ ପ୍ରମୁଖ ଉପସ୍ଥିତ ରହିଥିଲେ ।