No Result
View All Result
୧୬ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପ୍ରଚାର ମଧ୍ୟ ଜୋରଦାର ଭାବେ ଜମିବାରେ ଲାଗିଛି। ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥି ପ୍ରଦୀପ କୁମାର ସାହୁ ୨୫ ନମ୍ବର ଜୋନର ପ୍ରତ୍ୟେକ ଗ୍ରାମକୁ ବାଇକ ରାଲି ସହ ଯାଇ ବିଜେଡ଼ି ଦଳର ଦୁଇଟି ଶଙ୍ଖରେ ଭୋଟ ଦେବାକୁ ଜନ ସାଧାରଣଙ୍କ ପାଖରେ ପହଂଚି ନିବେଦନ କରିଛନ୍ତି। ୨୫ ନମ୍ବର ଜୋନର ଡାବରଧୁଆ ଗ୍ରାମ ପଞ୍ଚାୟତ,

ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ, କଳାଙ୍ଗ ଗ୍ରାମ ପଞ୍ଚାୟତ ଓ ଦଳେଇ ସାହି ଗ୍ରାମ ପଞ୍ଚାୟତ, ଫାଶୀଓଦା ଓ ବୋଲଗଡ ଗ୍ରାମ ଆଦି ପଂଚାୟତର ପ୍ରତ୍ୟେକ ଗ୍ରାମରେ ବିଜେଡ଼ି ଦଳର ସମର୍ଥକ ଓ କର୍ମୀମାନେ ମନ୍ମଥ ଓ ପ୍ରଦୀପଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟ ହାସଲ କରିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ ।

ଡାବରଧୁଆ ଗ୍ରାମ ପଞ୍ଚାୟତରୁ ବିରାଟ ବାଇକ୍ ଶୋଭାଯାତ୍ରାରେ ବହୁ କର୍ମୀମାନେ ଗ୍ରାମ ପଞ୍ଚାୟତର ଗୁଡ଼ିକ ପରିକ୍ରମା କରି ବୋଲଗଡ ଗ୍ରାମ ପଞ୍ଚାୟତ ଠାରେ ସମାପନ ହୋଇଥିଲା ।ଏଥିରେ ରାଜ୍ୟ ସଭା ସାଂସଦ ମୁନା ଖାଁ,

ଯୁବ ସମାଜସେବୀ ବ୍ରଜ ସୁବୁଦ୍ଧି , ବୋଲଗଡ ବ୍ଲକ ସଭାପତି ବାନମ୍ବର ମାଝୀ,୨୫ ନମ୍ୱର୍ ଜିଲ୍ଲାପରିଷଦ ସଦସ୍ୟାଙ୍କ ପ୍ରତିନିଧି ଶୁଭେନ୍ଦୁ କୁମାର ସାହୁ ସମେତ ସରପଂଚ/ସମିତି ସଭ୍ୟ ଓ ସକ୍ରୀୟ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ ।


No Result
View All Result