No Result
View All Result

୧୬ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ସକାଳ ୮ ଟା ରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ଉପସ୍ଥିତ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।ତିନିରଥର ୪୨ ଗୋଟି ତୁମ୍ବରେ ସୂତା ବାଡିଆ କାର୍ଯ୍ୟ ଶେଷ ହୋଇଛି | ମଧ୍ୟାହ୍ନ ବିରତି ପରେ ତିନିରଥ ମୁଖ୍ୟ ମହାରଣାଙ୍କ ଦ୍ଵାରା ତୁମ୍ବ ବିନ୍ଧ ଅନୁକୂଳ ଓ ପୁଜ ସମ୍ପନ୍ନ ହୋଇଥିଲା |

ରଥ ନିର୍ମାଣର ଷଷ୍ଠ ଦିବସରେ ରଥ ଖଳା ଠାରେ ତିନି ରଥର ୪୨ ଗୋଟି ତୁମ୍ବରେ ସୂତାବାଡ଼ିଆ କାର୍ଯ୍ୟ ତିନି ରଥ ମୁଖ୍ୟ ମହାରଣା ଙ୍କ ତତ୍ତ୍ୱାବଧାନରେ ସୁତାର ମହାରଣା, ସହୋଜୋଗୀ ମହାରଣା ଏବଂ ଭୋଇ ସେବକ ମା ନଙ୍କ ସହୋଜୋଗରେ ମଧ୍ୟାହ୍ନ ବିରତି ପୂର୍ବରୁ ଶେଷ ହୋଇଥିଲା |

ଏଥିସହ ତୁମ୍ବ ବିନ୍ଧ ଅନୁକୂଳ ପାଇଁ ତିନିରଥ ଦୁଇଟି ଲେଖାଏଁ ନାହାକା ତୁମ୍ବ ର ବଳକା ଅଂଶ ବା ଘେର କଟା କାର୍ଯ୍ୟ କରତୀ ସେବକଙ୍କ ଦ୍ଵାରା ଶେଷ ହୋଇଥିଲା ।ମଧ୍ୟାହ୍ନ ବିରତି ପରେ ତିନି ରଥର ମୁଖ୍ୟ ମହାରଣାଙ୍କ ଦ୍ଵାରା ତୁମ୍ବ ବିନ୍ଧ ଅନୁକୂଳ ପୂଜା ପରେ ତିନିରଥ ମହାରଣା ସେବକ ମାନେ ତୁମ୍ବ ରେ ବିନ୍ଧ କାର୍ଯ୍ୟ ଆରମ୍ଭ କରିଥିଲେ |

ପ୍ରତି ତୁମ୍ବରେ ୧୬ ଯୋଡା ବିନ୍ଧ ହୋଇଥାଏ | ଆଜିର ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତାଳଧ୍ଵଜ ରଥର ତୁମ୍ବ ଗୁଡିକରେ ୪ଯୋଡା, ଦେବୀ ରଥ ର ତୁମ୍ବ ଗୁଡିକରେ ୪ ଯୋଡା ଏବଂ ନନ୍ଦିଘୋଷ ରଥ ତୁମ୍ବ ଗୁଡିକରେ ୪ ଯୋଡା ବିନ୍ଧ ଶେଷ ହୋଇଥିଲା ।

ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥ ଓଝା ସେବକ ମାନେ ତିନି ତିନୋଟି ଚକା ପାଇଁ ଅର୍ କଣ୍ଟା ନିର୍ମାଣ କରିବା ସହ ତିନିରଥ ର ଦୁଇ ଦୁଇ ଟି ତୁମ୍ଭ ପାଇଁ ପନ୍ଦାରି ବଳା ନିର୍ମାଣ ଶେଷ କରିଛନ୍ତି |ଉକ୍ତ ପନ୍ଦାରି ବଳା ଗୁଡ଼ିକର ମଠ। କାମ ବାକି ରହିଛି ।ରଥଖଳା ରେ ମୋଟ ୯୭ ଜଣ ସେବକ କାର୍ଯ୍ୟରତ ଥିଲେ |


No Result
View All Result