୧୮ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଘଟଣା ଟି ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ବେତାର ସିଂ ଗ୍ରାମରେ । ମୃତକ ମାନେ ହେଲେ ବେତାରସିଂ ଗ୍ରାମର ଗଣେଶ ନାୟକ (୧୮) ଓ ଅମ୍ବିକା ନାୟକ(୧୨) । ଝୁମୁରି ନାୟକ( ୭ )ଗୁରୁତର ଭାବେ ଅସୁସ୍ଥ । ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି । ବେତାର ସିଂ ଗ୍ରାମରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ରାତିରେ ଗ୍ରାମରେ ବିଦ୍ୟୁତ ନଥିବା ହେତୁ ଜେନେରେଟର ଲଗାଇ ନାଚଗୀତ କରୁଥିଲେ ।
ତେବେ ରାତି ସମୟରେ ଏକ ଶୋଇଥିବା ଘରେ ଜେନେରେଟର କୁ ଲଗାଇ ରଖିବା ଦ୍ବାରା ଧୁଆଁ ରେ ଶ୍ଵାସରୁଦ୍ଧ ହୋଇ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଚନ୍ଦ୍ରଗିରି ପୋଲିସ ପହଞ୍ଚି ଶବକୁ ଜବତ୍ କରିଛି, ତଦନ୍ତ ଜାରି ରଖିଛି । ଏନେଇ ଆର,ଉଦୟଗିରି ଥାନାରେ କେସ ଅପମୃତ ୧/୨୩,୨/୨୩ରେ ମାମଲା ରୁଜୁ କରି ଏହାର ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ ସୁତ୍ରରୁ ପ୍ରକାଶ ।

© 2023 Odisha Taza News.