<h4><strong><span style="color: #ff0000;"><em>୧୮ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନ :-</em> </span>ଢେଙ୍କାନାଲ ଜିଲ୍ଲା ଭୁବନ ବ୍ଲକ ଧଳପଡା ପଂଚାୟତ ଅନଳ ଗ୍ରାମ ର ମା’ ବ୍ରାହ୍ମଣୀ ଦେବୀ ପାଣି ପଂଚାୟତ କୁ ରାଜ୍ୟ ସ୍ତରୀୟ ପାଣି ପଂଚାୟତ ଉଦଯାପନୀ ଉତ୍ସବରେ ସମ୍ମାନୀତ କରାଯାଇଛି । ଭୁବନେଶ୍ୱରସ୍ଥ ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ଜଳସଂପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ , </strong><img class="alignnone wp-image-99712" src="https://odishatazanews.com/wp-content/uploads/2023/02/bhuban-4-230x300.jpg" alt="" width="831" height="1084" /><strong>ସଚିବ ଅନୁ ଗର୍ଗ ଙ୍କ ଉପସ୍ଥିତିରେ ପାଣି ପଂଚାୟତ ସଭାପତି ରମେଶ ଚନ୍ଦ୍ର ସାହୁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଦତ ପୁରସ୍କାର , ମାନପତ୍ର ଓ ନଗଦ ୫୦ ହଜାର ଟଙ୍କା ଗ୍ରହଣ କରିଥିଲେ । ଢେଙ୍କାନାଳ ଜିଲ୍ଲାର ଏକମାତ୍ର ବୃହତ ଜଳସେଚନ ଜାଇକା ପ୍ରକଳ୍ପ ରେଙ୍ଗାଳି ବାମ କେନାଲର ରକ୍ଷଣାବେକ୍ଷଣ , ସେଚଜଳର ସୁଷମ ବଣ୍ଟନ ତଥା ପାଣି ପଂଚାୟତର ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଜଳସଂପଦ ବିଭାଗ ତରଫରୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି ।</strong> <img class="alignnone wp-image-95196" src="https://odishatazanews.com/wp-content/uploads/2023/01/odishatza-newsbhuban-DK--300x67.jpg" alt="" width="681" height="152" /> <img class="alignnone wp-image-99106" src="https://odishatazanews.com/wp-content/uploads/2023/02/chandapur-212x300.jpg" alt="" width="692" height="979" /></h4>